ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ ଗହମ ପହଞ୍ଚାଇବାକୁ ଜିଲା ଯୋଗାଣ ବିଭାଗ ପକ୍ଷରୁ ଠିକାଦାର (ଏଲ୍‌-୨ କଣ୍ଟ୍ରାକ୍ଟର) ନିଯୁକ୍ତି ନିମନ୍ତେ ହୋଇଥିବା ଟେଣ୍ଡରକୁ ନେଇ ଉଠିଛି ଆପତ୍ତି। ଏପରି କି ଏଥିରେ ଫିକ୍ସିଂ କରାଯାଇଥିବା କେତେଜଣ ଆଶାୟୀ ଅଭିଯୋଗ କରିଛନ୍ତି। ପ୍ରତିବର୍ଷ ନୂଆ ଠିକାଦାର ଚୟନ କରାଯିବାର ନିୟମ ଥିଲେ ମଧ୍ୟ ବିଭାଗ ପକ୍ଷରୁ ଏହାକୁ ଅଣଦେଖା କରାଯାଇ ଚଳିତବର୍ଷ ପୁରୁଣା କଣ୍ଟ୍ରାକ୍ଟରଙ୍କୁ ପୁଣି ଦାୟିତ୍ୱ ଅର୍ପଣ କରାଯିବାକୁ ଚକ୍ରାନ୍ତ ହୋଇଥିବା ଅଭିଯୋଗ ହେଉଛି। ତେବେ ଜିଲା ଯୋଗାଣ ବିଭାଗ ପକ୍ଷରୁ ଏହାକୁ ଖଣ୍ଡନ କରାଯିବା ସହ କୌଣସି ଅନିୟମିତତା ହୋଇ ନ ଥିବା କୁହାଯାଇଛି।
ଅଭିଯୋଗ ମୁତାବକ, ଜିଲା ଯୋଗାଣ ବିଭାଗର ବିଭିନ୍ନ ଗୋଦାମରୁ ପ୍ରାୟ ୧ ଲକ୍ଷ କୁଇଣ୍ଟାଲ ଚାଉଳ ଓ ଗହମ ଏଲ-୨ କଣ୍ଟ୍ରାକ୍ଟରମାନେ ଡିଲରମାନଙ୍କ ପର୍ଯ୍ୟନ୍ତ ପରିବହନ କରିଥାନ୍ତି। ସେହିପରି ଗୋଦାମରୁ ଗାଡ଼ିରେ ଲୋଡ୍‌ ଓ ଅନ୍‌ଲୋଡ୍‌ କରିବାକୁ ଥିବା ଶ୍ରମିକ ଯୋଗାଇବାକୁ ଅନ୍ୟ କଣ୍ଟ୍ରାକ୍ଟର (ହ୍ୟାଣ୍ଡଲିଙ୍ଗ) ମଧ୍ୟ ନିଯୁକ୍ତ ହୋଇଥାନ୍ତି। ସରକାରଙ୍କ ନିୟମ ଅନୁଯାୟୀ ଏଭଳି ଟେଣ୍ଡର ନିମନ୍ତେ ଦୁଇଟି ଓଡ଼ିଆ ଓ ଗୋଟିଏ ଇଂଲିଶ ଖବରକାଗଜରେ ବିଜ୍ଞାପନ ପ୍ରକାଶ କରାଯିବା କଥା। କିନ୍ତୁ ଚଳିତବର୍ଷ ଅନୁଗୋଳ ଯୋଗାଣ ବିଭାଗ ପକ୍ଷରୁ କୌଣସି ଖବରକାଗଜରେ ବିଜ୍ଞାପନ ଦିଆଯାଇ ନାହିଁ। ସାଧାରଣରେ ନୋଟିସ୍‌ ମଧ୍ୟ କରାଯାଇ ନାହିଁ। କେବଳ ଅନ୍‌ଲାଇନ୍‌ରେ ବିଜ୍ଞାପନ ଛଡ଼ାଯାଇଥିବାରୁ ଟେଣ୍ଡର ପକାଇବାକୁ ଆଶାୟୀ ଥିବା ବହୁ ବ୍ୟକ୍ତି ଏହି ପ୍ରକ୍ରିୟାରେ ଭାଗ ନେଇପାରି ନାହାନ୍ତି। ଏପରି କି କୋରିଜେଣ୍ଡମ ମଧ୍ୟ ଅନ୍‌ଲାଇନ୍‌ରେ ଦିଆଯାଇଛି। ୧୩ ମେ ୨୦୨୧ରେ ଅନ୍‌ଲାଇନ୍‌ରେ ବିଜ୍ଞାପନ ଦିଆଯାଇଥିବା ବେଳେ ୨୩ ଜୁନ ୨୦୨୧ରେ ଏହାକୁ ଖୋଲାଯାଇଛି। ପୁରୁଣା ଠିକାଦାରମାନଙ୍କୁ ପୁନର୍ବାର ନିଯୁକ୍ତି ନିମନ୍ତେ ବିଭାଗର କେତେଜଣ ଅସାଧୁ କର୍ମଚାରୀ ଏଭଳି କାର୍ଯ୍ୟ କରୁଥିବା ଆଶାୟୀମାନେ ଅଭିଯୋଗ କରିଛନ୍ତି। ସେହିପରି ପୂର୍ବରୁ କାର୍ଯ୍ୟ ନେଇଥିବା ଠିକାଦାର କିମ୍ବା ସେମାନଙ୍କ ପରିବାର ଲୋକ ବିଭାଗ ପକ୍ଷରୁ ଦିଆଯାଉଥିବା ଏଲ-୨, ହ୍ୟାଣ୍ଡଲିଙ୍ଗ, ମିଲର ଓ ଏମ୍‌ଡିଏମ୍‌ ଆଦି ଟେଣ୍ଡରରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ନିୟମ ରହିିଛି। କିନ୍ତୁ ଚଳିତବର୍ଷ ଯେଉଁ ୮ ଜଣ ଠିକାଦାରଙ୍କୁ ଦାୟିତ୍ୱ ଦେବାକୁ ଚକ୍ରାନ୍ତ ହେଉଛି, ସେମାନେ ପୂର୍ବରୁ କାର୍ଯ୍ୟ କରୁଛନ୍ତି। ଏପରି କି ଏଯାଏ ସେମାନେ ଇସ୍ତଫା ମଧ୍ୟ ଦେଇନାହାନ୍ତି। ତେଣୁ ୨୦୨୧-୨୨ ବର୍ଷ ପାଇଁ ଚାଉଳ ଓ ଗହମ ପରିବହନ କରିବାକୁ ଏହି ପୁରୁଣା କଣ୍ଟ୍ରାକ୍ଟରମାନେ କିପରି ଯୋଗ୍ୟ ବିବେଚିତ ହେଉଛନ୍ତି ତାହାକୁ ନେଇ ଅନ୍ୟ ଆଶାୟୀମାନେ ପ୍ରଶ୍ନ ଉଠାଇଛନ୍ତି।
କୌଣସି ଫିକ୍ସିଂ ହୋଇନାହିଁ
ଯୋଗାଣ ବିଭାଗ ପକ୍ଷରୁ କରାଯାଇଥିବା ଟେଣ୍ଡରରେ କୌଣସି ଫିକ୍ସିଂ ହୋଇନାହିଁ। ସରକାରଙ୍କ ସମସ୍ତ ନିୟମ ପାଳନ କରାଯାଇଛି। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଖବର କାଗଜରେ ବିଜ୍ଞାପନ ବାହାର କରିବାକୁ ଦିଆଯାଇଥିଲା। କିନ୍ତୁ କେଉଁଥିରେ ଏହା ପ୍ରକାଶିତ ହୋଇଛି ଜାଣିନାହିଁ। ନୂଆ ଲୋକଙ୍କୁ ମଧ୍ୟ ଟେଣ୍ଡର ପ୍ରଦାନ କରାଯାଇଛି।
-ଶ୍ରୀନିବାସ ମିଶ୍ର, ଜିଲା ସହକାରୀ ଯୋଗାଣ ଅଧିକାରୀ, ଅନୁଗୋଳ
ବିଭାଗରେ ପ୍ରିୟାପ୍ରୀତି ତୋଷଣ ଚାଲିଛି
ଯୋଗାଣ ବିଭାଗରେ ପ୍ରିୟାପ୍ରୀତି ତୋଷଣ ଚାଲିଛି। ସେଥିପାଇଁ କୌଣସି ଖବର କାଗଜରେ ବିଜ୍ଞାପନ ଦିଆଯାଇ ନାହିଁ। ବାରମ୍ବାର ଅନ୍‌ଲାଇନ୍‌ରେ କୋରିଜେଣ୍ଡମ ବାହାର କରି କେତେବେଳେ ଟେଣ୍ଡର ସାରିଦେଲେ ଜଣାପଡ଼ିଲା ନାହିଁ। ପୁରୁଣା ଲୋକଙ୍କୁ ଟେଣ୍ଡର ଦେବାକୁ ଏପରି ଚକ୍ରାନ୍ତ କରାଯାଇଛି।
-ତପନ ପ୍ରଧାନ, ଟେଣ୍ଡର ଆଶାୟୀ, ଅନୁଗୋଳ
ପୂର୍ବରୁ ଅନିୟମିତତା ଚାଲି ଆସିଛି
ବିଭିନ୍ନ ସମୟରେ ଯୋଗାଣ ବିଭାଗ ପକ୍ଷରୁ କରାଯାଇଥିବା ଟେଣ୍ଡରରେ ଅନିୟମିତତା ହୋଇଛି। ପୁରୁଣା ଠିକାଦାରଙ୍କ ଠାରୁ ଲାଭାନ୍ବିତ ହେଉଥିବା କେତେଜଣ କର୍ମଚାରୀ ଏପରି ଭାବେ ସରକାରୀ ନିୟମ ପାଳନ କରୁନାହାନ୍ତି। ଏ ନେଇ ଜିଲାପାଳ ହସ୍ତକ୍ଷେପ କରିବା ଆବଶ୍ୟକ।
-ରଶ୍ମିରଞ୍ଜନ ସାହୁ, ଯୁବନେତା, ଅନୁଗୋଳ
ଅନ୍‌ଲାଇନ୍‌ରୁ ଦେଖି ଆବେଦନ କରିଛୁ
ଯୋଗାଣ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ରେ ଦିଆଯାଇଥିବା ଏଲ-୨ ଟେଣ୍ଡର ଦେଖି ଆବେଦନ କରିଥିଲି। ବିଭିନ୍ନ ସମୟରେ ଯେଉଁ ବିଜ୍ଞାପନ ଅନ୍‌ଲାଇନ୍‌ରେ ପ୍ରକାଶ ପାଉଛି, ତାହା ଦେଖିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ବର୍ତ୍ତମାନ ଯୋଗାଣ ବିଭାଗର ଏଲ-୨ କଣ୍ଟ୍ରାକ୍ଟର ଭାବେ କାର୍ଯ୍ୟ କରୁଛି।
-ସୁଧୀର ରଞ୍ଜନ ସାହୁ, ଟେଣ୍ଡର ପାଇଥିବା କଣ୍ଟ୍ରାକ୍ଟର


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri