ନବୀନଙ୍କ ସ୍ବାସ୍ଥ୍ୟହାନିରେ ଷଡ଼ଯନ୍ତ୍ର, ଯାଞ୍ଚ ହେବ: ମୋଦି

ବାରିପଦା/ ବାଲେଶ୍ୱର/ କେନ୍ଦ୍ରାପଡ଼ା, ୩୦ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ/ମାନସ ବିଶ୍ୱାଳ/ ଜଗନ୍ନାଥ ଧଳ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଏହା ପଛରେ ଷଡ଼ଯନ୍ତ୍ର ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ବାରିପଦା ଏବଂ କେନ୍ଦ୍ରାପଡ଼ାରେ ଆୟୋଜିତ ନିର୍ବାଚନୀ ସଭାରେ କହିଛନ୍ତି। ଗତ ବର୍ଷକ ମଧ୍ୟରେ ନବୀନବାବୁଙ୍କ ସ୍ବାସ୍ଥ୍ୟ ଏତେ ଖରାପ କେମିତି ହେଲା ସେନେଇ ତାଙ୍କ ଶୁଭଚିନ୍ତକମାନେ ବହୁତ ଚିନ୍ତାରେ ଅଛନ୍ତି। ପରଦା ପଛରେ ରହି ନବୀନବାବୁଙ୍କ ନଁାରେ କ୍ଷମତା ଉପଭୋଗ କରୁଥିବା ଲୋକଙ୍କ ଏଥିରେ ହାତ ଅଛି କି ବୋଲି ମୋଦି ପ୍ରଶ୍ନ କରିବା ସହ ଏହାର ରହସ୍ୟ ଉନ୍ମୋଚନ ହେବା ଜରୁରୀ। ଓଡ଼ିଶାରେ ଭାଜପା ସରକାର ଗଠନ ହେଲେ ଏକ କମିଟି ଦ୍ୱାରା ଏହାର ତଦନ୍ତ କରାଯିବ ବୋଲି ମୋଦି କହିଛନ୍ତି। ଆଗାମୀ ୬ ମାସରେ ବିଜେଡି ରାଜନୀତିରେ ବଡ଼ ବିସ୍ଫୋରଣ ହେବ ବୋଲି ମୋଦି କହିଛନ୍ତି।

ଭାଜପା ପକ୍ଷରୁ ମୟୂଭରଞ୍ଜ ଜିଲା ବାରିପଦା ଛଉ ପଡ଼ିଆ, ବାଲେଶ୍ୱର ଜିଲା ରେମୁଣାସ୍ଥିତ ନରହରି ପଡ଼ିଆ ଏବଂ କେନ୍ଦ୍ରାପଡ଼ା ବ୍ଲକ ବାରୋ ପଞ୍ଚାୟତର ସିଦ୍ଧମଠ ପଡ଼ିଆରେ ଆୟେଜିତ ବିଜୟ ସଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର ଏବଂ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି। ପକ୍କା ଘର ଦେବା ନଁାରେ ବିଜେଡି ବଡ଼ ଦୁର୍ନୀତି କରିଛି। ସେହିପରି ଓଡ଼ିଶାରେ ପାଣି ଅଛି, ଚାଷୀଙ୍କ ଜମି କିନ୍ତୁ ଶୁଖିଲା ପଡ଼ିଛି ବୋଲି ମୋଦି କହିଛନ୍ତି। ଓଡ଼ିଶାର ଜନସାଧାରଣ ପକ୍କା ଘର ପାଇବା, ଚାଉଳ ଲୁଟ୍‌କୁ ସମାପ୍ତ କରିବା, ଦାଦନ ସରକାରକୁ ହଟାଇବା ଏବଂ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଲୁଟେରାଙ୍କୁ ହଟାଇବାକୁ ଭାଜପାକୁ ବମ୍ଫର ଭୋଟିଂ କରିଛନ୍ତି। ରାଜ୍ୟରେ ଭାଜପା ସରକାରକୁ ଆସିଲେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ୪ ଦ୍ବାର ଖୋଲିବ। ଆଗାମୀ ୫ ବର୍ଷ ଦ୍ରୁତ ବିକାଶର ବର୍ଷ ହେବ ବୋଲି ମୋଦି କହିଛନ୍ତି।

ବାରିପଦା ସମାବେଶରେ ମୋଦି ଜୟ ଜଗନ୍ନାଥ, ମୟୂରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ମା’ କୀଚକେଶ୍ୱରୀଙ୍କୁ ପ୍ରଣାମ କରିବା ପରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏବଂ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ମନେପକାଇ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ୫୦ ବର୍ଷରେ ଯେଉଁ ବିକାଶ ଦେଶ ଦେଖି ନ ଥିଲା ତାହା ମୋଦି ସରକାରର ୧୦ବର୍ଷ ମଧ୍ୟରେ ସାକାର ହୋଇପାରିଛି। ରାଜ୍ୟରେ ୨୫ ବର୍ଷର ବିଜେଡି ସରକାରର ଶାସନକୁ ଫୁଲ୍‌ଷ୍ଟପ୍‌ ଲଗାଇବା ନିଶ୍ଚିତ ହୋଇଯାଇଛି। ‘ମୁଁ ଆପଣଙ୍କ ଆଶୀର୍ବାଦ ନେବାକୁ ଆସିଛି ଏବଂ ସାଥିରେ ନିମନ୍ତ୍ରଣ ଦେବାକୁ ଆସିଛି। ଜୁନ୍‌ ୧୦ରେ ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ହେବେ’ବୋଲି ମୋଦି କହିଛନ୍ତି। ସେ ଆହୁରି କହିନ୍ତି ଯେ, ଓଡ଼ିଶାର ଲୋକ ଚାହାନ୍ତି ମୋଦି ଗ୍ୟାରେଣ୍ଟି। ମୟୂରଭଞ୍ଜର ମାଟି ନାରୀ ସଶକ୍ତୀକରଣର ମାଟି। ମୟୂରଭଞ୍ଜର ଜୟ ଜୟକାର କରାଯିବାର କାରଣ ହେଲା ଜିଲାରେ ମା’ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣନ୍ତି। ମୟୂରଭଞ୍ଜ ମାଟିର ଝିଅ ଆଜି ଦେଶର ୧୪୦କୋଟି ଲୋକଙ୍କ ନେତୃତ୍ୱ ନେଉଛନ୍ତି। ଆମର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୩ ସେନାର କମାଣ୍ଡ କରୁଛନ୍ତି ା ଏହା ମୟୂରଭଞ୍ଜ, ଓଡ଼ିଶା ଓ ପୂରା ଦେଶରେ ନାରୀ ଶକ୍ତି ପାଇଁ ଗୌରବର ବିଷୟ ହୋଇପାରିଛି। ଭାଜପା ସରକାର ଆଦିବାସୀ ଗୌରବ ଓ ଆଦିବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛି ା ଭାଜପା ସରକାରଙ୍କ ଦ୍ୱାରା ସାନ୍ତାଳୀ ଭାଷାକୁ ଅଷ୍ଟମ ସୂଚୀରେ ସାମିଲ କରାଯାଇଛି। ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଜନଜାତି ଗୌରବ ଦିବସ ରୂପେ ଘୋଷଣା କରାଯାଇଛି। ଆଦିବାସୀଙ୍କ କଲ୍ୟାଣ ନିମନ୍ତେ ବଜେଟରେ ୫ ଗୁଣା ବୃଦ୍ଧି ଘଟିଛି ବୋଲି ମୋଦି କହିଥିଲେ। ଆଦିବାସୀମାନଙ୍କ ଜମି ହଡ଼ପ କରିବା ପାଇଁ ରାଜ୍ୟ ସରକାର ଆଇନ ପ୍ରଣୟନ କରିବାକୁ ପ୍ରୟାସ କରିଥିଲେ ା ଭାଜପାର ଦୃଢ଼ ବିରୋଧ ଯୋଗୁ ତାହା ସଫଳ ହୋଇପାରିଲା ନାହିଁ। ଖଣିଜ ସମ୍ପଦ ଲୁଟ ହୋଇଥିବା ବେଳେ ଜିଲା ଖଣିଜ ପାଣ୍ଠିର ଅର୍ଥକୁ ଆତ୍ମସାତ୍‌ କରାଯାଇଛି। ଓଡ଼ିଶାରୁ ଲୁଟ୍‌ ହୋଇଥିବା ଟଙ୍କା ବିଦେଶକୁ ଯାଉଛି ା ଲୁଟ୍‌ ହୋଇଥିବା ସମ୍ପତ୍ତିିକୁ ମୋଦି ଗୋଟି ଗୋଟି କରି ଆଣିବେ। ଯିଏ ଜନତାଙ୍କୁ ଲୁଟ୍‌ କରିଛି ତାହାକୁ ଫେରାଇବାକୁ ପଡ଼ିବ ବୋଲି ସେ କହିଛନ୍ତି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି କେଉଁଠିକୁ ଯାଇଛି ବୋଲି ଦେଶବାସୀ ଜାଣିବାକୁ ଚାହିଁଛନ୍ତି। ବିଜେଡି ସରକାର ଯାହା ଲୁଚାଇବାକୁ ଚାହୁଁଛି, ତାହାକୁ ଭାଜପା ସରକାର ଓଡ଼ିଶାବାସୀକୁ ଜଣାଇବେ ବୋଲି ମୋଦି କହିଛନ୍ତି। ସଭାରେ ଉପସ୍ଥିତ ଥିବା ଭାଜପାର ମୟୂରଭଞ୍ଜ ଏମ୍‌ପି ପ୍ରାର୍ଥୀ ନବଚରଣ ମାଝି, ବାରିପଦା ବିଧାୟକ ପ୍ରାର୍ଥୀ ପ୍ରକାଶ ସୋରେନ, ଉଦଳା ପ୍ରାର୍ଥୀ ଭାସ୍କର ମଢ଼େଇ, ମୋରଡା ପ୍ରାର୍ଥୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଯଶିପୁର ପ୍ରାର୍ଥତ୍ନୀ ସଞ୍ଜଳୀ ମୁର୍ମୁ, ସାରସକଣା ପ୍ରାର୍ଥୀ ଭାଦବ ହଁାସଦା, ରାଇରଙ୍ଗପୁର ପ୍ରାର୍ଥୀ ଜୋଲେନ ନାଏକ ଓ ଯଶିପୁର ପ୍ରାର୍ଥୀ ଗଣେଶ ରାମସିଂ ଖୁଣ୍ଟିିଆଙ୍କୁ ବିଜୟୀ କରିବା ପାଇଁ ମୋଦି ଜନସାଧାରଣଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri