ନବୀନଙ୍କ ସ୍ବାସ୍ଥ୍ୟହାନିରେ ଷଡ଼ଯନ୍ତ୍ର, ଯାଞ୍ଚ ହେବ: ମୋଦି

ବାରିପଦା/ ବାଲେଶ୍ୱର/ କେନ୍ଦ୍ରାପଡ଼ା, ୩୦ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ/ମାନସ ବିଶ୍ୱାଳ/ ଜଗନ୍ନାଥ ଧଳ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଏହା ପଛରେ ଷଡ଼ଯନ୍ତ୍ର ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ବାରିପଦା ଏବଂ କେନ୍ଦ୍ରାପଡ଼ାରେ ଆୟୋଜିତ ନିର୍ବାଚନୀ ସଭାରେ କହିଛନ୍ତି। ଗତ ବର୍ଷକ ମଧ୍ୟରେ ନବୀନବାବୁଙ୍କ ସ୍ବାସ୍ଥ୍ୟ ଏତେ ଖରାପ କେମିତି ହେଲା ସେନେଇ ତାଙ୍କ ଶୁଭଚିନ୍ତକମାନେ ବହୁତ ଚିନ୍ତାରେ ଅଛନ୍ତି। ପରଦା ପଛରେ ରହି ନବୀନବାବୁଙ୍କ ନଁାରେ କ୍ଷମତା ଉପଭୋଗ କରୁଥିବା ଲୋକଙ୍କ ଏଥିରେ ହାତ ଅଛି କି ବୋଲି ମୋଦି ପ୍ରଶ୍ନ କରିବା ସହ ଏହାର ରହସ୍ୟ ଉନ୍ମୋଚନ ହେବା ଜରୁରୀ। ଓଡ଼ିଶାରେ ଭାଜପା ସରକାର ଗଠନ ହେଲେ ଏକ କମିଟି ଦ୍ୱାରା ଏହାର ତଦନ୍ତ କରାଯିବ ବୋଲି ମୋଦି କହିଛନ୍ତି। ଆଗାମୀ ୬ ମାସରେ ବିଜେଡି ରାଜନୀତିରେ ବଡ଼ ବିସ୍ଫୋରଣ ହେବ ବୋଲି ମୋଦି କହିଛନ୍ତି।

ଭାଜପା ପକ୍ଷରୁ ମୟୂଭରଞ୍ଜ ଜିଲା ବାରିପଦା ଛଉ ପଡ଼ିଆ, ବାଲେଶ୍ୱର ଜିଲା ରେମୁଣାସ୍ଥିତ ନରହରି ପଡ଼ିଆ ଏବଂ କେନ୍ଦ୍ରାପଡ଼ା ବ୍ଲକ ବାରୋ ପଞ୍ଚାୟତର ସିଦ୍ଧମଠ ପଡ଼ିଆରେ ଆୟେଜିତ ବିଜୟ ସଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର ଏବଂ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି। ପକ୍କା ଘର ଦେବା ନଁାରେ ବିଜେଡି ବଡ଼ ଦୁର୍ନୀତି କରିଛି। ସେହିପରି ଓଡ଼ିଶାରେ ପାଣି ଅଛି, ଚାଷୀଙ୍କ ଜମି କିନ୍ତୁ ଶୁଖିଲା ପଡ଼ିଛି ବୋଲି ମୋଦି କହିଛନ୍ତି। ଓଡ଼ିଶାର ଜନସାଧାରଣ ପକ୍କା ଘର ପାଇବା, ଚାଉଳ ଲୁଟ୍‌କୁ ସମାପ୍ତ କରିବା, ଦାଦନ ସରକାରକୁ ହଟାଇବା ଏବଂ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଲୁଟେରାଙ୍କୁ ହଟାଇବାକୁ ଭାଜପାକୁ ବମ୍ଫର ଭୋଟିଂ କରିଛନ୍ତି। ରାଜ୍ୟରେ ଭାଜପା ସରକାରକୁ ଆସିଲେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ୪ ଦ୍ବାର ଖୋଲିବ। ଆଗାମୀ ୫ ବର୍ଷ ଦ୍ରୁତ ବିକାଶର ବର୍ଷ ହେବ ବୋଲି ମୋଦି କହିଛନ୍ତି।

ବାରିପଦା ସମାବେଶରେ ମୋଦି ଜୟ ଜଗନ୍ନାଥ, ମୟୂରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ମା’ କୀଚକେଶ୍ୱରୀଙ୍କୁ ପ୍ରଣାମ କରିବା ପରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏବଂ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ମନେପକାଇ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ୫୦ ବର୍ଷରେ ଯେଉଁ ବିକାଶ ଦେଶ ଦେଖି ନ ଥିଲା ତାହା ମୋଦି ସରକାରର ୧୦ବର୍ଷ ମଧ୍ୟରେ ସାକାର ହୋଇପାରିଛି। ରାଜ୍ୟରେ ୨୫ ବର୍ଷର ବିଜେଡି ସରକାରର ଶାସନକୁ ଫୁଲ୍‌ଷ୍ଟପ୍‌ ଲଗାଇବା ନିଶ୍ଚିତ ହୋଇଯାଇଛି। ‘ମୁଁ ଆପଣଙ୍କ ଆଶୀର୍ବାଦ ନେବାକୁ ଆସିଛି ଏବଂ ସାଥିରେ ନିମନ୍ତ୍ରଣ ଦେବାକୁ ଆସିଛି। ଜୁନ୍‌ ୧୦ରେ ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ହେବେ’ବୋଲି ମୋଦି କହିଛନ୍ତି। ସେ ଆହୁରି କହିନ୍ତି ଯେ, ଓଡ଼ିଶାର ଲୋକ ଚାହାନ୍ତି ମୋଦି ଗ୍ୟାରେଣ୍ଟି। ମୟୂରଭଞ୍ଜର ମାଟି ନାରୀ ସଶକ୍ତୀକରଣର ମାଟି। ମୟୂରଭଞ୍ଜର ଜୟ ଜୟକାର କରାଯିବାର କାରଣ ହେଲା ଜିଲାରେ ମା’ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣନ୍ତି। ମୟୂରଭଞ୍ଜ ମାଟିର ଝିଅ ଆଜି ଦେଶର ୧୪୦କୋଟି ଲୋକଙ୍କ ନେତୃତ୍ୱ ନେଉଛନ୍ତି। ଆମର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୩ ସେନାର କମାଣ୍ଡ କରୁଛନ୍ତି ା ଏହା ମୟୂରଭଞ୍ଜ, ଓଡ଼ିଶା ଓ ପୂରା ଦେଶରେ ନାରୀ ଶକ୍ତି ପାଇଁ ଗୌରବର ବିଷୟ ହୋଇପାରିଛି। ଭାଜପା ସରକାର ଆଦିବାସୀ ଗୌରବ ଓ ଆଦିବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛି ା ଭାଜପା ସରକାରଙ୍କ ଦ୍ୱାରା ସାନ୍ତାଳୀ ଭାଷାକୁ ଅଷ୍ଟମ ସୂଚୀରେ ସାମିଲ କରାଯାଇଛି। ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଜନଜାତି ଗୌରବ ଦିବସ ରୂପେ ଘୋଷଣା କରାଯାଇଛି। ଆଦିବାସୀଙ୍କ କଲ୍ୟାଣ ନିମନ୍ତେ ବଜେଟରେ ୫ ଗୁଣା ବୃଦ୍ଧି ଘଟିଛି ବୋଲି ମୋଦି କହିଥିଲେ। ଆଦିବାସୀମାନଙ୍କ ଜମି ହଡ଼ପ କରିବା ପାଇଁ ରାଜ୍ୟ ସରକାର ଆଇନ ପ୍ରଣୟନ କରିବାକୁ ପ୍ରୟାସ କରିଥିଲେ ା ଭାଜପାର ଦୃଢ଼ ବିରୋଧ ଯୋଗୁ ତାହା ସଫଳ ହୋଇପାରିଲା ନାହିଁ। ଖଣିଜ ସମ୍ପଦ ଲୁଟ ହୋଇଥିବା ବେଳେ ଜିଲା ଖଣିଜ ପାଣ୍ଠିର ଅର୍ଥକୁ ଆତ୍ମସାତ୍‌ କରାଯାଇଛି। ଓଡ଼ିଶାରୁ ଲୁଟ୍‌ ହୋଇଥିବା ଟଙ୍କା ବିଦେଶକୁ ଯାଉଛି ା ଲୁଟ୍‌ ହୋଇଥିବା ସମ୍ପତ୍ତିିକୁ ମୋଦି ଗୋଟି ଗୋଟି କରି ଆଣିବେ। ଯିଏ ଜନତାଙ୍କୁ ଲୁଟ୍‌ କରିଛି ତାହାକୁ ଫେରାଇବାକୁ ପଡ଼ିବ ବୋଲି ସେ କହିଛନ୍ତି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି କେଉଁଠିକୁ ଯାଇଛି ବୋଲି ଦେଶବାସୀ ଜାଣିବାକୁ ଚାହିଁଛନ୍ତି। ବିଜେଡି ସରକାର ଯାହା ଲୁଚାଇବାକୁ ଚାହୁଁଛି, ତାହାକୁ ଭାଜପା ସରକାର ଓଡ଼ିଶାବାସୀକୁ ଜଣାଇବେ ବୋଲି ମୋଦି କହିଛନ୍ତି। ସଭାରେ ଉପସ୍ଥିତ ଥିବା ଭାଜପାର ମୟୂରଭଞ୍ଜ ଏମ୍‌ପି ପ୍ରାର୍ଥୀ ନବଚରଣ ମାଝି, ବାରିପଦା ବିଧାୟକ ପ୍ରାର୍ଥୀ ପ୍ରକାଶ ସୋରେନ, ଉଦଳା ପ୍ରାର୍ଥୀ ଭାସ୍କର ମଢ଼େଇ, ମୋରଡା ପ୍ରାର୍ଥୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଯଶିପୁର ପ୍ରାର୍ଥତ୍ନୀ ସଞ୍ଜଳୀ ମୁର୍ମୁ, ସାରସକଣା ପ୍ରାର୍ଥୀ ଭାଦବ ହଁାସଦା, ରାଇରଙ୍ଗପୁର ପ୍ରାର୍ଥୀ ଜୋଲେନ ନାଏକ ଓ ଯଶିପୁର ପ୍ରାର୍ଥୀ ଗଣେଶ ରାମସିଂ ଖୁଣ୍ଟିିଆଙ୍କୁ ବିଜୟୀ କରିବା ପାଇଁ ମୋଦି ଜନସାଧାରଣଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

ଗ୍ରୀନଫିଲ୍ଡ ଷ୍ଟାଡିୟମ ବାହାରେ ଲାଗିଲା MS Dhoniଙ୍କ ୫୦ ଫୁଟର ‘କଟ ଆଉଟ’, ଜାଣନ୍ତୁ କେତେବେଳେ ଆରମ୍ଭ ହେବ IND vs NZ ପଞ୍ଚମ T20

ନୂଆଦିଲ୍ଲୀ,୩୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ T20 ସିରିଜର ଶେଷ ମ୍ୟାଚ ଶନିବାର ତିରୁଭାନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏଠାରେ ଚାରୋଟି…

T20 World Cup: ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା! Pat Cummins ଆଉଟ, ଆସିଲା୧୫ ସଦସ୍ୟ ବିଶିଷ୍ଟ ଚୁଡ଼ାନ୍ତ ତାଲିକା

ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ…

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri