କରୋନା ଟିକାକୁ ପେଟେଣ୍ଟ୍‌ ମୁକ୍ତ ପାଇଁ ସହମତି…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭।୩ : ଭାରତ, ଆମେରିକା, ୟୁରୋପୀୟ ୟୁନିଅନ ଏବଂ ଦକ୍ଷିଣ ଆଫ୍ରିକା କରୋନା ଟିକା ଉତ୍ପାଦନକୁ ପେଟେଣ୍ଟମୁକ୍ତ କରିବାକୁ ରାଜି ହୋଇଛନ୍ତି। ଡବ୍ଲ୍ୟୁଟିଏଚଓ ଏହି ଚୁକ୍ତିନାମାକୁ ଅଭିନନ୍ଦନ ଚୁକ୍ତିନାମା ଭାବରେ ବର୍ଣ୍ଣନା କରିଛି। ବିଶ୍ୱ ବାଣିଜ୍ୟ ସଂଗଠନର ମୁଖ୍ୟ ଡକ୍ଟର ନଗୋଜି ଓକୋଞ୍ଜୋ-ଇୱେଲା କହିଛନ୍ତି ଯେ ଏକ ପ୍ରମୁଖ ପ୍ରତିବନ୍ଧକ ହଟାଇବା ପାଇଁ ଏହି ଚୁକ୍ତି ଏକ ବଡ ପଦକ୍ଷେପ।

ତଥାପି, ସେ କହିଛନ୍ତି ଯେ ବୌଦ୍ଧିକ ସମ୍ପତ୍ତି ଅଧିକାର ସହ ଜଡିତ ଡବ୍ଲୁଟିଏଚଓ ନିୟମକୁ ବଦଳାଇବା ଦିଗରେ ଅନେକ କାର୍ଯ୍ୟ କରିବାକୁ ବାକି ଅଛି ଏବଂ ଏହି ଚୁକ୍ତିରେ ସମସ୍ତ ସଦସ୍ୟ ଦେଶର ଅନୁମୋଦନ ଆବଶ୍ୟକ ହେବ। ଓକୋଞ୍ଜୋ କହିଛନ୍ତି, ଏହା ଏକ ବଡ ପଦକ୍ଷେପ ଏବଂ ଏହି ଚୁକ୍ତିନାମା ହେଉଛି ଦୀର୍ଘ ଦିନର ବୁଝାମଣାର ଫଳାଫଳ ଯାହାକି ଘଣ୍ଟା ଘଣ୍ଟା ଧରି ଚାଲିଥିଲା।

କିନ୍ତୁ ଆମେ ଏପର୍ଯ୍ୟନ୍ତ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ନାହୁଁ। ସମ୍ମତି ପାଇବା ପାଇଁ ଆମକୁ ଅନେକ କାମ କରିବାକୁ ପଡିବ। ଅକ୍ଟୋବର ୨୦୨୦ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା କରୋନା ଟିକା, ଚିକିତ୍ସା ଔଷଧ ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣକୁ ପେଟେଣ୍ଟ ମୁକ୍ତ କରିବାକୁ କହିଥିଲେ। ସେତେବେଳେ ଅନେକ ଫାର୍ମାସ୍ୟୁଟିକାଲ କମ୍ପାନୀ କରେନା ଟିକାକୁ ପେଟେଣ୍ଟରୁ ମୁକ୍ତ କରିବା ପ୍ରସ୍ତାବକୁ ବିରୋଧ କରିଥିଲେ।

ଏହି କମ୍ପାନୀଗୁଡିକ ଯୁକ୍ତି କରିଥିଲେ ଯେ ଟିକା ଉତ୍ପାଦନରେ ପେଟେଣ୍ଟଗୁଡିକ ପ୍ରତିବନ୍ଧକ ନୁହେଁ ଏବଂ ନିୟମ ପରିବର୍ତ୍ତନ କରିବାର ପ୍ରଭାବ ଓଲଟା ହୋଇପାରେ। କିନ୍ତୁ ଧୀରେ ଧୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିଭିନ୍ନ ଦେଶକୁ ସେମାନଙ୍କ ସପକ୍ଷରେ ଆଣିବାକୁ ସକ୍ଷମ ହେଲେ। ଗତ ବର୍ଷ ଆମେରିକା ସେମାନଙ୍କ ଚାହିଦାକୁ ସମର୍ଥନ କରିବା ପରେ ଅନେକ ଦେଶ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିଥିଲେ। ବୁଧବାର ଆମେରିକାର ବାଣିଜ୍ୟ ପ୍ରତିନିଧୀ କ୍ୟଥଟିର ଟାଇ ଘୋଷଣା କରିଛନ୍ତି ଯେ ଦୀର୍ଘ ଦିନର ଆଲୋଚନା ପରେ ଏକ ଚୁକ୍ତିନାମା ହୋଇଛି। ନାଇଜେରିଆର ପୂର୍ବତନ ଅର୍ଥମନ୍ତ୍ରୀ ଓକୋଞ୍ଜୋ-ଇୱେଲା କହିଛନ୍ତି ଯେ ଡବ୍ଲୁଟିଏଚଓର ୧୬୪ ସଦସ୍ୟ ଦେଶକୁ ଏହି ଚାରି ଦଳ ମଧ୍ୟରେ ଆଲୋଚନାକୁ ତୁରନ୍ତ ଆରମ୍ଭ କରିବାକୁ ପଡିବ। ଏହା ସହଜ ହେବ ନାହିଁ କାରଣ ଅନେକ ବଡ ପ୍ରମୁଖ ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡିକର ମୁଖ୍ୟାଳୟ ଥିବା ସ୍ବିଜରଲାଣ୍ଡ ସମେତ ଅନ୍ୟ ଦେଶଗୁଡିକ ଟିକାକୁ ପେଟେଣ୍ଟ ମୁକ୍ତ କରିବାକୁ ବିରୋଧ କରୁଛନ୍ତି।

ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡିକର ଏକ ସଂଗଠନ ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ ଫାର୍ମାସ୍ୟୁଟିକାଲ ଉତ୍ପାଦକ ଏବଂ ଆସୋସିଏସନ ଏହି ଚୁକ୍ତିନାମାକୁ ସମାଲୋଚନା କରିଛି। ସଂଗଠନ କହିଛି ଯେ ଏହି ଚୁକ୍ତି ପେଟେଣ୍ଟର ନିୟମକୁ ଦୁର୍ବଳ କରିବ। ସଂଗଠନ କହିଛି ଯେ ପ୍ରଥମ ଟିକା ଅନୁମୋଦନ ହେବାର ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୧୨ ବିଲିୟନ ଡୋଜ ପ୍ରସ୍ତୁତ ହୋଇଛି ଏବଂ ପ୍ରତି ମାସରେ ଏକ ବିଲିୟନରୁ ଅଧିକ ଡୋଜ ପ୍ରସ୍ତୁତ କରୁଛି। ପେଟେଣ୍ଟ ହଟାଇବା କେବଳ ଭୁଲ ସମାଧାନ।

ସଂଗଠନ ପିପୁଲ୍ସ୍‌ ଭାକ୍ସିନ୍‌ ଆଲାଏନ୍ସ୍‌ର ଅଧ୍ୟକ୍ଷ ମ୍ୟାକ୍ସ ଲସନ କହିଛନ୍ତି ଯେ ଏହି ଜରୁରୀ ଟିକା ଏବଂ ଚିକିତ୍ସା ପାଇଁ ସମସ୍ତ ପ୍ରତିବନ୍ଧକ ହଟାଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri