Posted inଜାତୀୟ

୩୭୦ ଧାରାକୁ ନେଇ କଂଗ୍ରେସର ୟୁଟର୍ନ, ରାଗିଗଲେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ,୧୬।୧୧: ଚଳିତ ନିର୍ବାଚନରେ ଜମ୍ମୁ କଶ୍ମୀରରେ ନାଶନାଲ କନଫରେନ୍ସ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିଛି। ତେବେ ନିଜ ମନ ମୁତାବକ ପଦ ନ ମିଳିବାରୁ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଓମାରଙ୍କ କ୍ୟାବିନେଟରେ ସାମିଲ୍‌ ହୋଇନାହିଁ। କିନ୍ତୁ ସମର୍ଥନ ଜାରି ରଖିବ ବୋଲି କହିଛି। କିନ୍ତୁ ଏହାରି ଭିତରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ ମେଣ୍ଟ ସରକାରରେ ଫାଟ ହେବ ବୋଲି ଅନୁମାନ କରାଯାଉଛି। ସରକାର ଆସିବା ପୂର୍ବରୁ ଓମାରଙ୍କ ସରକାର ୩୭୦ ଧାରା ପୁଣି ଲାଗୁ କରିବ ବୋଲି ଘୋଷଣା କରିଥିଲା। ତେବେ ଏହାକୁ ଜମ୍ମୁ କଶ୍ମୀର ବିଧାନସଭାରେ ସମର୍ଥନ କରାଯାଇଥିବାବେଳେ କେବଳ କେନ୍ଦ୍ର ସରକାରଙ୍କ ପାଖରେ କଥା ଅଟକିଛି। କିନ୍ତୁ ଏହାରି ଭିତରେ ଦେଖିବାକୁ ମିଳିଛି ଯେ, ୩୭୦ ଲାଗୁ କରିବା ନେଇ କଂଗ୍ରେସ ୟୁ ଟର୍ନ ମାରିଛି।

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେ ଅନୁଚ୍ଛେଦ ୩୭୦ ଲାଗୁ କରିବା ଦାବି କରିବାକୁ ନେଇ ୟୁ ଟର୍ନ ମାରିଛନ୍ତି। ଖାର୍ଗେଙ୍କ ପରେ ପରେ ଜମ୍ମୁ କଶ୍ମୀର କଂଗ୍ରେସ ମୁଖ୍ୟ ହାମିଦ କର୍ର ମଧ୍ୟ ସମାନ ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ନିକଟରେ ବିଧାନସଭାରେ ପାରିତ ପ୍ରସ୍ତାବରେ ଅନୁଚ୍ଛେଦ ୩୭୦ ପ୍ରସ୍ତାବ ଲାଗୁ କରିବା ନେଇ କୌଣସି ଦାବି କରାଯାଇନାହିଁ। ଆମେ ପୂର୍ବରୁ ସ୍ପଷ୍ଟ କରିସାରିଛୁ, ସୁପ୍ରିମକୋର୍ଟଙ୍କ ୩୭୦ ନିଷ୍ପତ୍ତି ବାଦ୍‌ ଆମେ କେବଳ ଜମ୍ମୁ କଶ୍ମୀରରେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାପାଇଁ ଦାବି କରିଛୁ। ତେବେ କଂଗ୍ରେସର ଏହି ୟୁଟର୍ନ କ୍ଷମତାସୀନ ନାଶନାଲ କନଫରେନ୍ସ ସରକାରଙ୍କୁ ଖୋଲା ଟାର୍ଗେଟ କରିଛି।

ଏହାକୁ ନେଇ ଏନସି ନେତା ତଥା ଏମପି ଅଗା ରହୁଲ୍ଲା କଂଗ୍ରେସକୁ କଡ଼ା କାଉଣ୍ଟର କରିଛନ୍ତି। ସେ କହିଛନ୍ତି, କାହାକୁ ବି ଏହି ଅଧିକାର ଦିଆଯାଇ ନାହିଁ କି ବିଧାନସଭା ଦ୍ୱାରା ପ୍ରସ୍ତୁତ ପ୍ରସ୍ତାବକୁ ଭୁଲ ରୂପରେ ଉପସ୍ଥାପନା କରିବା। କଂଗ୍ରେସ ସ୍ପଷ୍ଟ କରୁ ଯେ, ଅନୁଚ୍ଛେଦ ୩୭୦ ଲାଗୁ କରିବା ନେଇ ତା’ର ମତ କ’ଣ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କଂଗ୍ରେସ ଓମାର ଅବଦୁଲ୍ଲାଙ୍କ ସରକାରରେ ସାମିଲ୍‌ ନ ହେବା ପାଇଁ ନିଷ୍ପତ୍ତି ନେଇଥିଲା। କାରଣ ଦଳକୁ ଡର ଥିଲା କି, ଏନସି ସହ ମେଣ୍ଟ କରିବା ଘଟଣାକୁ ଭାଜପା ଆଗାମୀ ବିଧାନସଭା ନିର୍ବାଚନରେ ଏକ ହତିଆର ଭଳି ବ୍ୟବହାର କରିପାରେ। ଏନସି ୩୭୦ ଧାରାକୁ ଲାଗୁ କରିବାକୁ ଦାବି କରୁଛି। ଯାହାକୁ ଭାଜପା ଅସ୍ତ୍ର କରି ମହାରାଷ୍ଟ୍ର ଓ ଅନ୍ୟାନ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ବିରୋଧରେ ଉଠାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri