Posted inଜାତୀୟ

୩୭୦ ଧାରାକୁ ନେଇ କଂଗ୍ରେସର ୟୁଟର୍ନ, ରାଗିଗଲେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ,୧୬।୧୧: ଚଳିତ ନିର୍ବାଚନରେ ଜମ୍ମୁ କଶ୍ମୀରରେ ନାଶନାଲ କନଫରେନ୍ସ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିଛି। ତେବେ ନିଜ ମନ ମୁତାବକ ପଦ ନ ମିଳିବାରୁ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଓମାରଙ୍କ କ୍ୟାବିନେଟରେ ସାମିଲ୍‌ ହୋଇନାହିଁ। କିନ୍ତୁ ସମର୍ଥନ ଜାରି ରଖିବ ବୋଲି କହିଛି। କିନ୍ତୁ ଏହାରି ଭିତରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ ମେଣ୍ଟ ସରକାରରେ ଫାଟ ହେବ ବୋଲି ଅନୁମାନ କରାଯାଉଛି। ସରକାର ଆସିବା ପୂର୍ବରୁ ଓମାରଙ୍କ ସରକାର ୩୭୦ ଧାରା ପୁଣି ଲାଗୁ କରିବ ବୋଲି ଘୋଷଣା କରିଥିଲା। ତେବେ ଏହାକୁ ଜମ୍ମୁ କଶ୍ମୀର ବିଧାନସଭାରେ ସମର୍ଥନ କରାଯାଇଥିବାବେଳେ କେବଳ କେନ୍ଦ୍ର ସରକାରଙ୍କ ପାଖରେ କଥା ଅଟକିଛି। କିନ୍ତୁ ଏହାରି ଭିତରେ ଦେଖିବାକୁ ମିଳିଛି ଯେ, ୩୭୦ ଲାଗୁ କରିବା ନେଇ କଂଗ୍ରେସ ୟୁ ଟର୍ନ ମାରିଛି।

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେ ଅନୁଚ୍ଛେଦ ୩୭୦ ଲାଗୁ କରିବା ଦାବି କରିବାକୁ ନେଇ ୟୁ ଟର୍ନ ମାରିଛନ୍ତି। ଖାର୍ଗେଙ୍କ ପରେ ପରେ ଜମ୍ମୁ କଶ୍ମୀର କଂଗ୍ରେସ ମୁଖ୍ୟ ହାମିଦ କର୍ର ମଧ୍ୟ ସମାନ ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ନିକଟରେ ବିଧାନସଭାରେ ପାରିତ ପ୍ରସ୍ତାବରେ ଅନୁଚ୍ଛେଦ ୩୭୦ ପ୍ରସ୍ତାବ ଲାଗୁ କରିବା ନେଇ କୌଣସି ଦାବି କରାଯାଇନାହିଁ। ଆମେ ପୂର୍ବରୁ ସ୍ପଷ୍ଟ କରିସାରିଛୁ, ସୁପ୍ରିମକୋର୍ଟଙ୍କ ୩୭୦ ନିଷ୍ପତ୍ତି ବାଦ୍‌ ଆମେ କେବଳ ଜମ୍ମୁ କଶ୍ମୀରରେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାପାଇଁ ଦାବି କରିଛୁ। ତେବେ କଂଗ୍ରେସର ଏହି ୟୁଟର୍ନ କ୍ଷମତାସୀନ ନାଶନାଲ କନଫରେନ୍ସ ସରକାରଙ୍କୁ ଖୋଲା ଟାର୍ଗେଟ କରିଛି।

ଏହାକୁ ନେଇ ଏନସି ନେତା ତଥା ଏମପି ଅଗା ରହୁଲ୍ଲା କଂଗ୍ରେସକୁ କଡ଼ା କାଉଣ୍ଟର କରିଛନ୍ତି। ସେ କହିଛନ୍ତି, କାହାକୁ ବି ଏହି ଅଧିକାର ଦିଆଯାଇ ନାହିଁ କି ବିଧାନସଭା ଦ୍ୱାରା ପ୍ରସ୍ତୁତ ପ୍ରସ୍ତାବକୁ ଭୁଲ ରୂପରେ ଉପସ୍ଥାପନା କରିବା। କଂଗ୍ରେସ ସ୍ପଷ୍ଟ କରୁ ଯେ, ଅନୁଚ୍ଛେଦ ୩୭୦ ଲାଗୁ କରିବା ନେଇ ତା’ର ମତ କ’ଣ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କଂଗ୍ରେସ ଓମାର ଅବଦୁଲ୍ଲାଙ୍କ ସରକାରରେ ସାମିଲ୍‌ ନ ହେବା ପାଇଁ ନିଷ୍ପତ୍ତି ନେଇଥିଲା। କାରଣ ଦଳକୁ ଡର ଥିଲା କି, ଏନସି ସହ ମେଣ୍ଟ କରିବା ଘଟଣାକୁ ଭାଜପା ଆଗାମୀ ବିଧାନସଭା ନିର୍ବାଚନରେ ଏକ ହତିଆର ଭଳି ବ୍ୟବହାର କରିପାରେ। ଏନସି ୩୭୦ ଧାରାକୁ ଲାଗୁ କରିବାକୁ ଦାବି କରୁଛି। ଯାହାକୁ ଭାଜପା ଅସ୍ତ୍ର କରି ମହାରାଷ୍ଟ୍ର ଓ ଅନ୍ୟାନ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ବିରୋଧରେ ଉଠାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri