ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପାଟପୁର ଗାନ୍ଧୀ ଛକ ଠାରେ ଉପସ୍ଥିତ ଦଳୀୟ ନେତୃବୃନ୍ଦ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ  ବିଶାଳ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ସଭାସ୍ଥଳରେ ପହଞ୍ଚିଥିଲା। ସେଠାରେ ବର୍ଷୀୟାନ କଂଗ୍ରେସ ନେତା ରାମହରି ଦୋରା ଦଳୀୟ ପତାକା ଉତ୍ତୋଳନ କରିଥିଲେ। ସାନଖେମୁଣ୍ଡି ବ୍ଲକ କଂଗ୍ରେସ ସଭାପତି ଏ.ବାବୁଲା ଦୋରାଙ୍କ ସଭାପତିତ୍ବରେ ଆୟୋଜିତ ଜନସଭାରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗଦେଇ ଭାରତର ସ୍ଵାଧୀନତା ପାଇଁ  ୧୪୦ ବର୍ଷ ପୂର୍ବେ ୧୮୮୫ ମସିହା ଡିସେମ୍ବର ୨୮ ତାରିଖରେ ଭାରତୀୟ ଜାତୀୟ କଂଗ୍ରେସ ଦଳ ଗଠନ କରାଯାଇଥିଲା। ଦେଶ ଆଉ ଜାତି ପାଇଁ ତତ୍କାଳୀନ ଦଳୀୟ ନେତୃବୃନ୍ଦଙ୍କ ଉତ୍ସର୍ଗୀକୃତ କାର୍ଯ୍ୟାବଳୀ ସହ ସ୍ଵାଧୀନତା ଆନ୍ଦୋଳନରେ ସେମାନଙ୍କ ତ୍ୟାଗକୁ  ଆମେ ମନେରଖିବା ଉଚିତ ବୋଲି ସେ ମତପ୍ରକାଶ କରିଥିଲେ।

ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଠାରୁ ଆରମ୍ଭ କରି କଂଗ୍ରେସର ପରବର୍ତ୍ତୀ ପୀଢ଼ିର ଜନନେତାମାନଙ୍କ ତ୍ୟାଗ ଓ ବଳିଦାନରେ ସ୍ଵାଧୀନ ହୋଇଥିବା ଭାରତବର୍ଷ ସାମ୍ପ୍ରତିକ ଶାସକ ଦଳ ଭାଜପା ଓ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଦ୍ୱାରା ପରିଚାଳିତ  ପରିଚାଳିତ ମୋଦୀ ସରକାରଙ୍କ ଆଭିମୁଖ୍ୟକୁ ନେଇ ସେ ଦୃଢ଼ ସମାଲୋଚନା କରିଥିଲେ ।ଆଗାମୀ ଦିନରେ ଉଭୟ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ଦଳ ନିଶ୍ଚିତ ବିଜୟ ହାସଲ କରିବ। ଦଳୀୟ କର୍ମୀ ଓ ନେତୃବୃନ୍ଦ ଏକଜୁଟ ହୋଇ  କଂଗ୍ରେସର ଦଳୀୟ ସଙ୍ଗଠନକୁ ସୁଦୃଢ଼ ରଖିବାକୁ ସେ ଆହ୍ୱାନ ଦେଇଥିଲେ।  ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ବଂଶଧାରା ସାମନ୍ତ ସିଂହାର, କଂଗ୍ରେସ କାର୍ଯ୍ୟକର୍ତ୍ତା ଦେବକାନ୍ତ ଶର୍ମା, ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ  ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପାତ୍ର,  ଜିଲା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ବିକାଶ ପଶୁପାଳକ, ପିସିସି ସଭ୍ୟ ଅରବିନ୍ଦ ନାହାକ, ବାଉରୀବନ୍ଧୁ ପ୍ରଧାନ, ରଘୁନାଥ ବେହେରା, ନିରାକାର ପ୍ରଧାନ, ମୁକୁନ୍ଦ ଚନ୍ଦ୍ର ବରାଡ, ଶଙ୍କର୍ଷଣ ଖୁଣ୍ଟିଆ, ସୁଧାଂଶୁ ସ୍ୱାଇଁ, ଅନ୍ତର୍ଯ୍ୟାମୀ  ସ୍ୱାଇଁ, ନାରାୟଣ ଗୌଡ଼,  ପ୍ରଫୁଲ୍ଲ ଦାସ, ଶିବରାମ ବାଡତ୍ୟା, ଶତ୍ରୁଘ୍ନ ଗୌଡଙ୍କ ସମେତ ବହୁ ସଂଖ୍ୟକ ସରପଞ୍ଚ, ସମିତି ସଭ୍ୟ ବୃନ୍ଦ ମଞ୍ଚାସିନ ଥିଲେ । ଏହି ଜନସଭାରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅଧିନ ଧରାକୋଟ ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ସହସ୍ରାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ବ୍ୟାଟେରୀ ଅଟୋକୁ ଧକ୍କା ଦେଲା ଟ୍ରାଭେଲର: ସାମ୍ନାକୁ ଆସିଲା ଭୟଙ୍କର ଦୁର୍ଘଟଣା ଦୃଶ୍ୟ

ଭୁବନେଶ୍ୱର,୧୪।୨: ବ୍ୟାଟେରୀ ଅଟୋକୁ ଧକ୍କା ଦେଲା ଟ୍ରାଭେଲର। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ବ୍ରିଟ କଲୋନୀ ମୁଖ୍ୟ ରାସ୍ତାରେ। ଏଥିରେ ୪ ଆହତ ହୋଇଥିବା ବେଳେ…

Valentine Day: ଭାଲେଣ୍ଟାଇନ୍ସ ଡେ’ରେ ଏହି ୩ ରାଶିର ଭାଙ୍ଗିବ ହୃଦୟ! ରୋମାଣ୍ଟିକ ଡିନର୍‌ରେ ଯିବେ ମୀନ ସହ ଏହି ୨ରାଶି…

ଆଜି ଭାଲେଣ୍ଟାଇନ୍ସ ଡେ। ପ୍ରେମର ଏହି ଦିନରେ, ଆଜି ପ୍ରେମ ରାଶିଙ୍କ ବିଷୟରେ ଆସନ୍ତୁ ଜାଣିବା। ମେଷ, ସିଂହ, କନ୍ୟା, ବିଛା ଏବଂ ମୀନ ରାଶିର ଲୋକମାନେ…

ରାସ୍ତା ଆଢୁଆଳରେ ନଳକୂପ: ପିଇବା ପାଣି ପାଇଁ ହଟହଟା

ଲୋଇସିଂହା,୧୩।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟାରୁ ବାଦିବାହାଲ ଆରଡି ରାସ୍ତା ପ୍ରଶସ୍ତ ଓ ଉନ୍ନତୀକରଣ କାମ ଚାଲିଛି ା ଏହାଦ୍ୱାର ରାସ୍ତା ପାର୍ଶ୍ୱରେ ଥିବା…

ରାତିରେ ଧୂମ୍‌ଧାମରେ ପାଳିଲେ ବିବାହବାର୍ଷିକୀ, ସକାଳୁ ପାଲଟିଗଲେ ଶବ

ବଣାଇଁ,୧୪ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ପର୍ଯ୍ୟଟନସ୍ଥଳ ଖଣ୍ଡାଧାରକୁ ୩୦ତମ ବିବାହ ବାର୍ଷିକୀ ପାଳନ ପାଇଁ ଆସି ଦମ୍ପତିଙ୍କ ମଧ୍ୟରୁ ଜଣେ ଶବ ହୋଇ ଫେରିବା…

ମହାଶିବରାତ୍ରିରୁ ଉତ୍ତର ଦିଗକୁ ଗତି କରିବେ ବୁଧ ଗ୍ରହ: ଏହି ୩ ରାଶିର ଭଲ ହେବ ନା ଖରାପ, ଜାଣନ୍ତୁ…

ବୈଦିକ ଜ୍ୟୋତିଷରେ, ବୁଧ ଗ୍ରହ ହେଉଛି ବୁଦ୍ଧି, ବାଣୀ, ତର୍କ, ଗଣିତ, ବ୍ୟବସାୟ ଏବଂ ଯୋଗାଯୋଗ ପାଇଁ ଦାୟୀ। ଏହା ଜଣେ ବ୍ୟକ୍ତିଙ୍କ ବିଶ୍ଳେଷଣାତ୍ମକ କ୍ଷମତା, ନିଷ୍ପତ୍ତି…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

କଟକ ଜିଲାପାଳଙ୍କୁ ନୋଟିସ୍‌, ଦେବାଶିଷ ସାମନ୍ତରାୟଙ୍କ ଏହି ଅଭିଯୋଗ ନେଇ…

କଟକ,୧୪ା୨: କଟକ ଜିଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ନୋଟିସ୍‌ ଜାରି ହୋଇଛି। ରାଜ୍ୟ ସଭା ସଚିବାଳୟ ନିର୍ଦ୍ଦେଶକଙ୍କ ପକ୍ଷରୁ ନୋଟିସ୍‌ ହୋଇଛି। ଦେବାଶିଷ ସାମନ୍ତରାୟଙ୍କ ଲିଖିତ ଅଭିଯୋଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri