Posted inଜାତୀୟ

କଂଗ୍ରେସ ସହିପାରୁନି ହରିୟାଣା ପରାଜୟ, ରାଗିଲେ ରାହୁଲ, ସମୀକ୍ଷା ବୈଠକ ଅଧାରୁ…

ନୂଆଦିଲ୍ଲୀ,୧୧।୧୦: ହରିୟାଣାରେ ନିଶ୍ଚିତ ବିଜୟ ପାଇଁ ସବୁଠାରୁ ବଡ ଦାବିଦାର ବିବେଚିତ ହୋଇଥିଲେ ମଧ୍ୟ କଂଗ୍ରେସ ଦଳ ରାଜ୍ୟରେ କ୍ଷମତା ହରାଇଛି। ହରିୟାଣାରେ ଦଳ କାହିଁକି ହାରିଲା ଏନେଇ ନିର୍ବାଚନ ପରେ ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ତେବେ ହରିୟାଣାରେ ତାଜୁବ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଲୋକ ସଭାର ବିରୋଧୀଦଳର ନେତା ତଥା ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ବୈଠକରେ ବହୁତ ଅସନ୍ତୋଷ ଥିବାର ଦେଖିବାକୁ ମିଳିଥିଲା। ନିର୍ବାଚନ ପୂର୍ବରୁ ଦଳରେ ଅନ୍ତକନ୍ଦଳ ପରାଜୟର ଏକ ପ୍ରମୁଖ କାରଣ ହେବ ବୋଲି କୁହାଯାଉଥିଲା। ବୈଠକ ଚାଲିଥିବାବେଳେ ଦେଖଇବାକୁ ମିଳିଥିଲା ରାହୁଲ ଗାନ୍ଧୀ ଶେଷ ଯାଏଁ ଚୁପ୍‌ ହୋଇ ବସି ରହିଥିଲେ। ଆଉ ଯେତେବେଳେ ତାଙ୍କ ପାଳି ଆସିଲା, ତାଙ୍କ ଅସନ୍ତୋଷ ଚେହେରା ଦେଖି ସମସ୍ତେ ଚମକି ଉଠିଥିଲେ।

ରାହୁଲ କହିଥିଲେ, ତୁମେମାନେ ସବୁ ସ୍ବାର୍ଥପର। ସେଥିଯୋଗୁ ଆମେ ହରିୟାଣାରେ ହାରିଛୁ। ଏତିକି କହି ସେ ବୈଠକ ଅଧାରୁ ଉଠି ଚାଲି ଯାଇଥିଲେ। ଏହି ସଭା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଘରେ ବସିଥିଲା। ଯେଉଁଥିରେ ଅଜୟ ମାକେନ, ଅଶୋକ ଗେହଲୋଟ, ଦୀପକ ବାବରିଆ ଏବଂ କେସି ଭେନୁଗୋପାଳଙ୍କ ଭଳି ପର୍ଯ୍ୟବେକ୍ଷକ ମଧ୍ୟ ଉପସ୍ଥିତ ଥିଲେ। ବଳକା ସଦସ୍ୟମାନେ ଅଧିକାଂଶ ସମୟରେ ବୈଠକରେ ନିଜର ମତ ରଖିଥିଲେ। ରାହୁଲ ମୂଳତଃ ଦୁଇଟି ପ୍ରସଙ୍ଗ ଉଠାଇଥିଲେ। ପ୍ରଥମ- ଦଳକୁ ଇଭିଏମ ଏବଂ ନିର୍ବାଚନ ଆୟୋଗର ତ୍ରୁଟିର ଭାର ବହନ କରିବାକୁ ପଡିଲା। ଦ୍ୱିତୀୟ- ଏହି ନିର୍ବାଚନ ଜିତା ଯାଇ ପାରିଥାନ୍ତା, ହେଲେ ସ୍ଥାନୀୟ ନେତାମାନେ ଦଳ ଅପେକ୍ଷା ସେମାନଙ୍କର ବ୍ୟକ୍ତିଗତ ପ୍ରଗତି ପାଇଁ ଅଧିକ ଆଗ୍ରହୀ ରହିଲେ। ରାହୁଲ ଗାନ୍ଧୀଙ୍କ ଏହି ବୟାନ ପରେ କୋଳହାଳ କରୁଥିବା ପୂରା ବୈଠକ ଚୂପ ହୋଇଯାଇଥିଲା।

ଯେତେବେଳେ ସମସ୍ତ ନେତା ଇଭିଏମ ଦୋଷ ଦେବାରେ ବ୍ୟସ୍ତ ଥିଲେ ସେତେବେଳେ ରାହୁଲ ଗାନ୍ଧୀ ଏପରି କହି ବୈଠକରେ ରାଗି ଯାଇଥିଲେ। ସେ କହିଥିଲେ, ନେତାମାନେ ନିଜ ମଧ୍ୟରେ ଯୁଦ୍ଧ କରିଥିଲେ, ଦଳ ବିଷୟରେ ଥରେ ହେଲେ ଚିନ୍ତା କରି ନ ଥିଲେ। ଏତିକି କହି ରାହୁଲ ବୈଠକ ମଝିରୁ ଉଠି ଚାଲି ଯାଇଥିଲେ। କହିରଖୁଛୁ ଯେ, ରାହୁଲଙ୍କ ଏହି ଅସନ୍ତୋଷ କେବଳ ଭୂପେନ୍ଦ୍ର ସିଂ ହୁଡା ଉପରେ ନୁହେଁ, ବରଂ ସମସ୍ତଙ୍କ ଉପରେ ହୋଇଥିଲା। ଏଥିପାଇଁ ପରାଜୟର କାରଣ ଆକଳନ କରିବାକୁ ଏକ କମିଟି ଗଠନ କରାଯାଇଥିଲା। ଆଭ୍ୟନ୍ତରୀଣ ବିବାଦ କାରଣରୁ କଂଗ୍ରେସ ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବା ଏହା ପ୍ରଥମ ଘଟଣା ନୁହେଁ। ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ଏହାର ସାମ୍ପ୍ରତିକ ଉଦାହରଣ ।।

ଏପରି ନୁହେଁ ଯେ ରାହୁଲ ଗାନ୍ଧୀ ବିଭିନ୍ନ ରାଜ୍ୟରେ ଆଭ୍ୟନ୍ତରୀଣ କଳହ ବିଷୟରେ ଅବଗତ ନଥିଲେ। ହରିୟାଣାର ଗ୍ରାଉଣ୍ଡ ରିପୋର୍ଟ ଆଧାରରେ ରାହୁଲ ନିର୍ବାଚନ ସମୟରେ କୁମାରୀ ସେଲଜାଙ୍କୁ ଭେଟି ହୁଡାଙ୍କ ସହ ମିଶି କାମ କରିବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏବେ ରାହୁଲ ମହାରାଷ୍ଟ୍ର ନିର୍ବାଚନକୁ କଡ଼ା ନଜର ରଖିଛନ୍ତି। ଏଠାରେ ମଧ୍ୟ କଂଗ୍ରେସ ଆଭ୍ୟନ୍ତରୀଣ ବିବାଦର ସମ୍ମୁଖୀନ ହୋଇଛି ଏବଂ ଦଳ ବର୍ତ୍ତମାନ କୌଣସି ରିସ୍କ ନେବାକୁ ଆଗଉ ନାହିଁ। ସମସ୍ୟା ହେଉଛି ଯେ ହରିୟାଣା ପରି ମହାରାଷ୍ଟ୍ରରେ କଂଗ୍ରେସ ଉଭୟ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଏବଂ ଉଦ୍ଧବ ଠାକରେଙ୍କ ଶିବସେନା ସହ ମେଣ୍ଟ କରିଛି। ଆଭ୍ୟନ୍ତରୀଣ କଳହ କଂଗ୍ରେସକୁ କ୍ଷତି ପହଞ୍ଚାଇପାରେ ବୋଲି ସହଯୋଗୀ ଦଳ କଂଗ୍ରେସକୁ ସ୍ପଷ୍ଟ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri