Posted inଜାତୀୟ

କଂଗ୍ରେସ ସହିପାରୁନି ହରିୟାଣା ପରାଜୟ, ରାଗିଲେ ରାହୁଲ, ସମୀକ୍ଷା ବୈଠକ ଅଧାରୁ…

ନୂଆଦିଲ୍ଲୀ,୧୧।୧୦: ହରିୟାଣାରେ ନିଶ୍ଚିତ ବିଜୟ ପାଇଁ ସବୁଠାରୁ ବଡ ଦାବିଦାର ବିବେଚିତ ହୋଇଥିଲେ ମଧ୍ୟ କଂଗ୍ରେସ ଦଳ ରାଜ୍ୟରେ କ୍ଷମତା ହରାଇଛି। ହରିୟାଣାରେ ଦଳ କାହିଁକି ହାରିଲା ଏନେଇ ନିର୍ବାଚନ ପରେ ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ତେବେ ହରିୟାଣାରେ ତାଜୁବ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଲୋକ ସଭାର ବିରୋଧୀଦଳର ନେତା ତଥା ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ବୈଠକରେ ବହୁତ ଅସନ୍ତୋଷ ଥିବାର ଦେଖିବାକୁ ମିଳିଥିଲା। ନିର୍ବାଚନ ପୂର୍ବରୁ ଦଳରେ ଅନ୍ତକନ୍ଦଳ ପରାଜୟର ଏକ ପ୍ରମୁଖ କାରଣ ହେବ ବୋଲି କୁହାଯାଉଥିଲା। ବୈଠକ ଚାଲିଥିବାବେଳେ ଦେଖଇବାକୁ ମିଳିଥିଲା ରାହୁଲ ଗାନ୍ଧୀ ଶେଷ ଯାଏଁ ଚୁପ୍‌ ହୋଇ ବସି ରହିଥିଲେ। ଆଉ ଯେତେବେଳେ ତାଙ୍କ ପାଳି ଆସିଲା, ତାଙ୍କ ଅସନ୍ତୋଷ ଚେହେରା ଦେଖି ସମସ୍ତେ ଚମକି ଉଠିଥିଲେ।

ରାହୁଲ କହିଥିଲେ, ତୁମେମାନେ ସବୁ ସ୍ବାର୍ଥପର। ସେଥିଯୋଗୁ ଆମେ ହରିୟାଣାରେ ହାରିଛୁ। ଏତିକି କହି ସେ ବୈଠକ ଅଧାରୁ ଉଠି ଚାଲି ଯାଇଥିଲେ। ଏହି ସଭା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଘରେ ବସିଥିଲା। ଯେଉଁଥିରେ ଅଜୟ ମାକେନ, ଅଶୋକ ଗେହଲୋଟ, ଦୀପକ ବାବରିଆ ଏବଂ କେସି ଭେନୁଗୋପାଳଙ୍କ ଭଳି ପର୍ଯ୍ୟବେକ୍ଷକ ମଧ୍ୟ ଉପସ୍ଥିତ ଥିଲେ। ବଳକା ସଦସ୍ୟମାନେ ଅଧିକାଂଶ ସମୟରେ ବୈଠକରେ ନିଜର ମତ ରଖିଥିଲେ। ରାହୁଲ ମୂଳତଃ ଦୁଇଟି ପ୍ରସଙ୍ଗ ଉଠାଇଥିଲେ। ପ୍ରଥମ- ଦଳକୁ ଇଭିଏମ ଏବଂ ନିର୍ବାଚନ ଆୟୋଗର ତ୍ରୁଟିର ଭାର ବହନ କରିବାକୁ ପଡିଲା। ଦ୍ୱିତୀୟ- ଏହି ନିର୍ବାଚନ ଜିତା ଯାଇ ପାରିଥାନ୍ତା, ହେଲେ ସ୍ଥାନୀୟ ନେତାମାନେ ଦଳ ଅପେକ୍ଷା ସେମାନଙ୍କର ବ୍ୟକ୍ତିଗତ ପ୍ରଗତି ପାଇଁ ଅଧିକ ଆଗ୍ରହୀ ରହିଲେ। ରାହୁଲ ଗାନ୍ଧୀଙ୍କ ଏହି ବୟାନ ପରେ କୋଳହାଳ କରୁଥିବା ପୂରା ବୈଠକ ଚୂପ ହୋଇଯାଇଥିଲା।

ଯେତେବେଳେ ସମସ୍ତ ନେତା ଇଭିଏମ ଦୋଷ ଦେବାରେ ବ୍ୟସ୍ତ ଥିଲେ ସେତେବେଳେ ରାହୁଲ ଗାନ୍ଧୀ ଏପରି କହି ବୈଠକରେ ରାଗି ଯାଇଥିଲେ। ସେ କହିଥିଲେ, ନେତାମାନେ ନିଜ ମଧ୍ୟରେ ଯୁଦ୍ଧ କରିଥିଲେ, ଦଳ ବିଷୟରେ ଥରେ ହେଲେ ଚିନ୍ତା କରି ନ ଥିଲେ। ଏତିକି କହି ରାହୁଲ ବୈଠକ ମଝିରୁ ଉଠି ଚାଲି ଯାଇଥିଲେ। କହିରଖୁଛୁ ଯେ, ରାହୁଲଙ୍କ ଏହି ଅସନ୍ତୋଷ କେବଳ ଭୂପେନ୍ଦ୍ର ସିଂ ହୁଡା ଉପରେ ନୁହେଁ, ବରଂ ସମସ୍ତଙ୍କ ଉପରେ ହୋଇଥିଲା। ଏଥିପାଇଁ ପରାଜୟର କାରଣ ଆକଳନ କରିବାକୁ ଏକ କମିଟି ଗଠନ କରାଯାଇଥିଲା। ଆଭ୍ୟନ୍ତରୀଣ ବିବାଦ କାରଣରୁ କଂଗ୍ରେସ ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବା ଏହା ପ୍ରଥମ ଘଟଣା ନୁହେଁ। ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ଏହାର ସାମ୍ପ୍ରତିକ ଉଦାହରଣ ।।

ଏପରି ନୁହେଁ ଯେ ରାହୁଲ ଗାନ୍ଧୀ ବିଭିନ୍ନ ରାଜ୍ୟରେ ଆଭ୍ୟନ୍ତରୀଣ କଳହ ବିଷୟରେ ଅବଗତ ନଥିଲେ। ହରିୟାଣାର ଗ୍ରାଉଣ୍ଡ ରିପୋର୍ଟ ଆଧାରରେ ରାହୁଲ ନିର୍ବାଚନ ସମୟରେ କୁମାରୀ ସେଲଜାଙ୍କୁ ଭେଟି ହୁଡାଙ୍କ ସହ ମିଶି କାମ କରିବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏବେ ରାହୁଲ ମହାରାଷ୍ଟ୍ର ନିର୍ବାଚନକୁ କଡ଼ା ନଜର ରଖିଛନ୍ତି। ଏଠାରେ ମଧ୍ୟ କଂଗ୍ରେସ ଆଭ୍ୟନ୍ତରୀଣ ବିବାଦର ସମ୍ମୁଖୀନ ହୋଇଛି ଏବଂ ଦଳ ବର୍ତ୍ତମାନ କୌଣସି ରିସ୍କ ନେବାକୁ ଆଗଉ ନାହିଁ। ସମସ୍ୟା ହେଉଛି ଯେ ହରିୟାଣା ପରି ମହାରାଷ୍ଟ୍ରରେ କଂଗ୍ରେସ ଉଭୟ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଏବଂ ଉଦ୍ଧବ ଠାକରେଙ୍କ ଶିବସେନା ସହ ମେଣ୍ଟ କରିଛି। ଆଭ୍ୟନ୍ତରୀଣ କଳହ କଂଗ୍ରେସକୁ କ୍ଷତି ପହଞ୍ଚାଇପାରେ ବୋଲି ସହଯୋଗୀ ଦଳ କଂଗ୍ରେସକୁ ସ୍ପଷ୍ଟ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri