Posted inଜାତୀୟ

ଆଦାନୀ ଗ୍ରୁପ୍‌କୁ ବନ୍ଦର ଚଳାଇବା ଅନୁମତି ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ, ୧୦ା୪(ପି.ଟି.): ଚାଇନା ସହ ସମ୍ପୃକ୍ତି ଥିବା ଆଦାନୀ ଗ୍ରୁପ୍‌କୁ ଭାରତରେ ବନ୍ଦର ପରିଚାଳନା ଅନୁମତି ଦିଆଯାଇଥିବାରୁ ଏହା ଉପରେ କଂଗ୍ରେସ ରବିବାର ପ୍ରଶ୍ନ ଉଠାଇଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ଗଣମାଧ୍ୟମ ରିପୋର୍ଟ ଦେଖାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଉକ୍ତ ରିପୋର୍ଟ ଅନୁଯାୟୀ, ଚାଇନା ଫାର୍ମ ସହ ତାଇଓ୍ବାନର ଓ୍ବାନ୍‌ ହାଇ ନିର୍ଦ୍ଦେଶକଙ୍କ ସମ୍ପର୍କ ଥିବା ଜଣାପଡ଼ିବା ପlରେ ୨୦୨୨ରେ ସରକାର ଏପିଏମ୍‌ ଟର୍ମିନାଲ୍ସ ମ୍ୟାନେଜମେଣ୍ଟ କନ୍‌ସୋର୍ଟିୟମ ଏବଂ ଓ୍ବାନ ହାଇ ଲାଇନ୍ସକୁ ସୁରକ୍ଷା ମଞ୍ଜୁରୀ ଦେବାକୁ ମନା କରିଦେଇଥିଲେ।

ଫଳରେ ଉକ୍ତ କନ୍‌ସୋର୍ଟିୟମ୍‌ର ଜବାହରଲାଲ ନେହେରୁ ପୋର୍ଟ କର୍ତ୍ତୃପକ୍ଷ ଟର୍ମିନାଲରେ କଣ୍ଟେନର ପରିଚାଳନା ବନ୍ଦ ହୋଇଯାଇଥିଲା। ଚାଇନା କମ୍ପାନୀ ଏବଂ ଚାଇନା ସହ ସମ୍ପୃକ୍ତ ଥିବା ସଂସ୍ଥାକୁ ଭାରତର ବନ୍ଦର ଓ ଟର୍ମିନାଲରେ କାର୍ଯ୍ୟ କରିବାକୁ ନ ଦେବା ସରକାରଙ୍କ ନୀତି ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ତେବେ ଆଦାନୀ ଗ୍ରୁପ୍‌ର ଚାଇନା ଲିଙ୍କ୍‌ ସତ୍ତ୍ୱେ ଏହାକୁ ବନ୍ଦର ପରିଚାଳନା ଅନୁମତି ଦିଆଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଜୟରାମ କହିଛନ୍ତି। ଚାଇନା ନାଗରିକ ଚାଙ୍ଗ୍‌ା ଚୁଙ୍ଗ-ଲିଙ୍ଗ୍‌ ଆଦାନୀ ଗ୍ରୁପ୍‌ ସହ ଘନିଷ୍ଠ ଭାବେ ଜଡ଼ିତ ବୋଲି କଂଗ୍ରେସ ବାରମ୍ବାର ଅଭିଯୋଗ କରିଆସୁଛି। ଆଦାନୀ ଗ୍ରୁପ୍‌ର ବିଭିନ୍ନ ବନ୍ଦର, ଟର୍ମିନାଲ, ରେଳ ଲାଇନ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ କରିଥିବା ପିଏମ୍‌ସି ପ୍ରୋଜେକ୍ଟର ମାଲିକ ହେଉଛନ୍ତି ଚାଙ୍ଗ୍‌ଙ୍କ ପୁଅ। ଆଦାନୀ ଗ୍ରୁପ୍‌ ଏବଂ ପିଏମ୍‌ସି ୫,୫୦୦ କୋଟି ଟଙ୍କାର ବିଦ୍ୟୁତ୍‌ ଉପକରଣ ଓଭର-ଇନ୍‌ଭଏସିଂ ଦୁର୍ନୀତିରେ ସମ୍ପୃକ୍ତ ବୋଲି ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ ଅଭିଯୋଗ ଆଣିଥିବା ଜୟରାମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଲେ ଅନୁରାଗ ଠାକୁର, ୯ ବର୍ଷର ବିଳମ୍ବ ଉପରେ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୮।୨: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର, ବିସିସିଆଇରେ ପଦରେ ଲାଗିଥିବା ପ୍ରତିବନ୍ଧକ ଉଠାଇବା ନିଷ୍ପତ୍ତିରେ…

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁହଁ ଖୋଲିଲେ ବିକ୍ରମ ପଣ୍ଡା, ମୁଁ ନିର୍ଦ୍ଦୋଷ….

ବ୍ରହ୍ମପୁର,୮।୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ମୁହଁ ଖୋଲିଛନ୍ତି । ମୁଁ ଦୋଷୀ ନୁହେଁ ମୋତେ ଫସାଇ…

ପାକିସ୍ତାନ ନୁହେଁ ଏହି ଟିମ ସହ ପରବର୍ତ୍ତି ମ୍ୟାଚ ଖେଳିବ ଭାରତ, ଜାଣନ୍ତୁ କେବେ ହେବ ମୁହାଁମୁହିଁ

ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଏକ ଦମଦାର ବିଜୟ ସହିତ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଚମକି ଉଠିଥିଲା,…

୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍, ୨୭ଜଣ ବସିଥିବା ବେଳେ….

ମୋହନା,୮।୨( ମନ୍ମଥ ମିଶ୍ର ): ଭାରସାମ୍ୟ ହରାଇ ୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍ । ତେବେ ଦୁର୍ଘଟଣାରେ ୨୦ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ…

ସେମିକଣ୍ଡକ୍ଟରରୁ ଡିଜିଟାଲ ପେମେଣ୍ଟ ପୁଣି AI ପର୍ଯ୍ୟନ୍ତ… ଭାରତ-ମାଲେସିଆ ମଧ୍ୟରେ ସ୍ବାକ୍ଷରିତ ହେଲା ୬ଟି ପ୍ରମୁଖ ଚୁକ୍ତି

କୁଆଲାଲମ୍ପୁର,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଉପସ୍ଥିତିରେ ଭାରତ ଏବଂ ମାଲେସିଆ ମଧ୍ୟରେ ଛଅଟି ପ୍ରମୁଖ ଚୁକ୍ତି ସ୍ବାକ୍ଷରିତ ହୋଇଛି। କୁଆଲାଲମ୍ପୁରରେ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ

ଢାକା,୮।୨: ବାଂଲାଦେଶରେ ହିନ୍ଦୁ ମୃତ୍ୟୁ ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମ୍ପର୍କରେ, ରବିବାର, ଫେବୃଆରୀ ୮ରେ ଏକ ପ୍ରମୁଖ ଖବର ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri