ମା’ବାପାଙ୍କ ଅକାଳ ମୃତ୍ୟୁରେ ଅସହାୟ ପିଲାଙ୍କୁ ସହାୟତା ଯୋଗାଇଲା କଂଗ୍ରେସ, ଏତିକି ଟଙ୍କା ସହ…

ଗଞ୍ଜାମ, ୧୬।୧ (ଅନାଥ ତରାଇ/ ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତର ଝରପଦା ଗ୍ରାମରେ ପିତା-ମାତାଙ୍କ ଅକାଳ ମୃତ୍ୟୁ ଯୋଗୁ ଗଭୀର ଦୁଃଖରେ ପଡ଼ିଥିବା ୨ ଅସହାୟ ପିଲାଙ୍କୁ ଗଞ୍ଜାମ ଜାତୀୟ କଂଗ୍ରେସ ପକ୍ଷରୁ ଆଜି ସହାୟତାର ହାତ ବଢ଼ାଯାଇଛି। ୨ ପିଲା ଦ୍ୱୟ ହେଲେ ସୁଇଟି ମହାକୁଡ଼ (୧୭) ଓ କାଳିଆ ମହାକୁଡ଼ (୧୪)।

ପରିବାରର ଦୁର୍ଦ୍ଦଶା ସମ୍ବନ୍ଧରେ ସୂଚନା ପାଇବା ମାତ୍ରେ ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଶମ୍ଭୁ ପାଣିଗ୍ରାହୀ, ଛତ୍ରପୁର ବିଧାୟକ ପ୍ରାର୍ଥୀ ଭାଗୀରଥି ବେହେରା, ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ମହେଶ କୁମାର ଗୌଡ଼, ସମାଜସେବକ ଭବାନୀ ବେହେରା ନେତୃତ୍ୱ ଝରପଦା ଗାଁରେ ପହଞ୍ଚିଥିଲେ। ପିଲାମାନଙ୍କ ବାସଗୃହରେ ପହଞ୍ଚି ଆର୍ଥିକ ୧୦,୦୦୦ ଟଙ୍କା ସହାୟତା ସହିତ ଚାଉଳ, ଅଟା, ଡାଲି, ତେଲ, ପନିପରିବା ଓ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି। ପ୍ରକାଶ ଥାଉ କି, ନଅ ମାସ ପୂର୍ବରୁ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ରବି ମହାଙ୍କୁଡ଼ ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିବାବେଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ପତ୍ନୀ ଝୁନୁ ମହାଙ୍କୁଡ଼ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭୂମିହୀନ ଏହି ପରିବାରଟି ଭଡ଼ା ଘରେ ରହି ଚୁଡ଼ି ବିକ୍ରି କରି ଗୁଜରାଣ ମେଣ୍ଟାଉଥିଲେ। ବର୍ତ୍ତମାନ ମୁରବିହୀନ ହୋଇପଡ଼ିଥିବା ଏହି ଦୁଇ ପିଲାଙ୍କ ପାଠପଢ଼ା ଓ ଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିଛି। କଂଗ୍ରେସର ଏହି ମାନବିକ ଉଦ୍ୟମକୁ ସ୍ଥାନୀୟ ବାସିନ୍ଦାମାନେ ବେଶ୍‌ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ହତ୍ୟା ଘଟଣାର ଫିଟିଲା ଗୁମର: ବଡ଼ଭାଇ ସୁପାରି ଦେଇ…

ବଲାଙ୍ଗୀର,୧୭/୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ତେଲ ନଦୀ ବ୍ରିଜ ତଳୁ ଜାନୁଆରୀ ଏକ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ...

ବିବାହ କରିବାକୁ ମନା କଲେ ଝିଅ, ବରଯାତ୍ରୀ ନେଇ ସିଧା ପୋଲିସ ଷ୍ଟେଶନରେ ପହଞ୍ଚିଲେ ବର, ଆଉ ତା’ପରେ…

ନୂଆଦିଲ୍ଲୀ,୧୭।୧: ବିବାହ କରିବାକୁ କନ୍ୟା ପକ୍ଷ ମନା କରିବାରୁ ବରଯାତ୍ରୀ ନେଇ ପୋଲିସ ଷ୍ଟେଶନରେ ସିଧା ପହଞ୍ଚିଗଲେ ବର। ଏଭଳି ଘଟଣା ପଞ୍ଜାବର ଯମୁନାନଗର ଅଞ୍ଚଳରେ...

ରାଜ୍ୟର ସବୁ ଥଣ୍ଡା ସହର ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୧୭।୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଚଳିତ ଶୀତ ଋ଼ତୁରେ ଓଡ଼ିଶାରେ ସବୁଠାରୁ କମ ତାପମାତ୍ରା ଓ ଶୀତଳତମ ସହର କନ୍ଧମାଳ ଜିଲାର ଜି.ଉଦୟଗିରି। ହାଡ଼ଭଙ୍ଗା ଶୀତରେ...

ଦେବୀ ପ୍ରସାଦଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଛୁଟିଲା ଶୁଭେଚ୍ଛାର ସୁଅ

ରାଇକିଆ,୧୭।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ବିଜୁ ଜନତା ଦଳର ନୂତନ ଭାବେ ନଗର ଏବଂ ବ୍ଲକ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବିଜୁ ଜନତା...

ଦିନେ ମୋ ଘର ଭାଙ୍ଗିଥିଲ, ଆଜି ଲୋକେ ତଡ଼ିଦେଲେ: କଙ୍ଗନାଙ୍କ ହୁଙ୍କାର

ମୁମ୍ବାଇ,୧୭।୧: ମହାରାଷ୍ଟ୍ର ବିଏମସି ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ଫଳାଫଳ ସହିତ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ଉପରେ ଠାକରେ ପରିବାରର ଶାସନ ଶେଷ ହୋଇଛି।...

ଜବରଦଖଲ ଉଚ୍ଛେଦ ଘଟଣା: ଛଦ୍ମବେଶୀ ବ୍ୟବସାୟୀଙ୍କ ଆବେଦନ ଯୋଗୁ ବଢୁଛି ସମସ୍ୟା

ଦାରିଙ୍ଗବାଡି, ୧୭।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଉଠା ଦୋକାନୀଙ୍କ ଥଇଥାନ ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ପାଇଁ ଚାଲେଞ୍ଜ ରହିଛି।...

ଗୋମାଫିଆଙ୍କ ଘରେ ରେଡ୍‌: ବିଡ଼ା ବିଡ଼ା ଟଙ୍କା ଦେଖି ସମସ୍ତେ ତାଜୁବ

ଭଦ୍ରକ, ୧୭।୧(ସନାତନ ରାଉତ): ଅବୈଧ ଗୋ ଚାଲାଣ ଅଭିଯୋଗରେ କେନ୍ଦୁଝର ପୋଲିସ ଭଦ୍ରକ ପୁରୁଣା ବଜାର ଥାନାରେ ମୁଲ୍ଲା ସାହିରେ ଶେଖ ତାଜଉଦ୍ଦିନ ଘରେ ଚଢ଼ାଉ...

ଅସହ୍ୟ ଜାଡ଼: ପାଣିରେ ହାତ ଦେବା ହୋଇପଡ଼ୁଛି କଷ୍ଟ

ଦାରିଙ୍ଗବାଡି,୧୭।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଜାଡ଼ ଜାରି ରହିଛି। ମଧ୍ୟରାତ୍ରିରୁ ଜାଡ଼ ବୃଦ୍ଧି ପାଇବା ସହ ଦିନ ୧୧ ପର୍ଯ୍ୟନ୍ତ ଥରାଉଛି। ଫଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri