ସାଲେପୁରକୁ ଏନ୍‌ଏସି ଘୋଷଣା ବାଦ୍‌ ପ୍ରତିବାଦରେ ତାତିଲା କଂଗ୍ରେସ, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ…

ସାଲେପୁର,୨୫ା୮(ଅରବିନ୍ଦ ଭୂୟାଁ): ସାଲେପୁରକୁ ଏନ୍‌ଏସି ଘୋଷଣାରୁ ବାଦ୍‌ ଦେବା ପ୍ରତିବାଦରେ ସୋମବାର ତାତିଛି କଂଗ୍ରେସ। ଦଳ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ନେତା ଆକ୍ୟୁବ୍‌ ଖାଁଙ୍କ ନେତୃତ୍ୱରେ ମଧୁମଣ୍ଡପ ପାଖରୁ ଏକ ରାଲି ବାହାରି ସାଲେପୁର ବଜାର ପରିକ୍ରମା କରି ସାଲେପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

କଟକ ଜିଲା କଂଗ୍ରେସ କମିଟି ସଂଯୋଜକ ପ୍ରଦୀପ୍ତ କୁମାର ଦାସଙ୍କ ସମେତ ବହୁ କର୍ମୀ ଏହି ବିକ୍ଷୋଭରେ ସାମିଲ ହୋଇ ରାଜ୍ୟ ସରକାର ଓ ବିଜେଡି ଦଳ ଉପରେ ନାରାବାଜି ଦେଇଥିଲେ। ଏହା ପରେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

Share
Tags: CONGRESSnac