Posted inଜାତୀୟ

ଇଣ୍ଡିଆ ମେଣ୍ଟରେ ଫାଟ: ଦିଲ୍ଲୀରେ ଏକା ଲଢିବ କଂଗ୍ରେସ

ନୂଆଦିଲ୍ଲୀ,୧୭।୮: ମିଶନ ୨୪କୁ ନେଇ ଅଣ୍ଟା ଭିଡିଲେଣି ସବୁ ଦଳ। ୨୪ ଲୋକସଭା ନିର୍ବାଚରେ ମୋଦିଙ୍କୁ ହରାଇବାକୁ ରଣନୀତି ପ୍ରସ୍ତୁତ କଲେଣି ବିରୋଧୀ। ତେବେ ଏନଡିଏ ମେଣ୍ଟକୁ ହରାଇବା ପାଇଁ ସବୁ ବିରୋଧୀ ଦଳ ଏକଜୁଟ ହୋଇ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। କିନ୍ତୁ ଏବେଠାରୁ ଏଥିରେ ଫାଟ ଦେଖିବାକୁ ମିଳିଲାଣି। ଘୋଷଣା ନ କଲେ ମଧ୍ୟ ଦିଲ୍ଲୀରେ କଂଗ୍ରେସ ଏକା ଲଢିବ ବୋଲି ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଲାଣି। ଦିଲ୍ଲୀର ବୁଥ ସ୍ତର ପର୍ଯ୍ୟନ୍ତ ସଂଗଠନକୁ ମଜବୁତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି।

ଉଦୟପୁର ନବସଂକଳ୍ପ ଶିବିରର ପ୍ରସ୍ତାବ ଅନୁଯାୟୀ ଦଳ ସଂଗଠନକୁ ବିସ୍ତାର କରିବ ଏବଂ ଜନସାଧାରଣଙ୍କ ସହ ଯୋଗାଯୋଗ କରିବ ବୋଲି ଘୋଷଣା କରିଛି। ବୁଧବାର ଦିନ ପାର୍ଟି ମୁଖ୍ୟାଳୟରେ କଂଗ୍ରେସର ଶୀର୍ଷ ନେତୃତ୍ୱମାନେ ମିଶି ଏକ ବୈଠକ କରିଥିଲେ। ଯେଉଁଥିରେ ୨୦୨୪ ଲୋକସଭା ନିର୍ବାଚନରେ ଦିଲ୍ଲୀକୁ ନେଇ ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଦିଲ୍ଲୀରେ ଦଳକୁ ମଜବୁତ କରିବା ବ୍ୟତୀତ ଆମ ଆଦମୀ ପାର୍ଟି ସହିତ ଏକ ସମ୍ଭାବ୍ୟ ସମ୍ପର୍କ ଉପରେ ଆଲୋଚନା କରାଯାଇଥିଲା। ତଥାପି, କୌଣସି ନେତା ଏଏପି ସହିତ ଏକାଠି ଲଢିବାର କୌଣସି ଆଲୋଚନା ହୋଇନାହିଁ ବୋଲି ଗଣମାଧ୍ୟମରେ ସୂଚନା ଦେଇଥିଲେ।

ବୈଠକ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ଲୋକସଭାକୁ ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀ କଂଗ୍ରେସ ନେତାଙ୍କ ସହ ଆଲୋଚନା କରାଯାଇଥିଲା। ଆମେ ଦିଲ୍ଲୀକୁ ସୁଖ ଓ ସମୃଦ୍ଧି କରିଛୁ। ଦିଲ୍ଲୀର ଲୋକଙ୍କ ପାଇଁ ଆମର ସଂଗ୍ରାମ ଜାରି ରହିବ। ବୈଠକରେ ରାହୁଲ ଓ ଖାର୍ଗେ ରାଜ୍ୟର ସମସ୍ତ ନେତାଙ୍କୁ ଏକଜୁଟ ରହିବାକୁ ଆହ୍ବନ ଦେଇଛନ୍ତି।

ବୈଠକରେ ରାହୁଲ ଦିଲ୍ଲୀର ପମ୍ପଚର ବାଲାରୁ ଆରମ୍ଭ କରି ଦିଲ୍ଲୀର ଆଜାଦପୁର ମଣ୍ଡି ପର୍ଯ୍ୟନ୍ତ ନିଜର ସ୍ମୃତି ବାଣ୍ଟିଥିଲେ। ରାହୁଲ କହିଛନ୍ତି, ଦିଲ୍ଲୀ ବିଲକୁ ନେଇ ଆମେ ଏଏପିକୁ ସମର୍ଥନ କରୁଛୁ। କିନ୍ତୁ ଏହାକୁ କୌଣସି ଭାବରେ ପାର୍ଟିକୁ ସମର୍ଥନ ରୂପରେ ଦେଖାଯାଇପାରିବ ନାହିଁ।

କଂଗ୍ରେସର ଏହି ବୈଠକରେ ପରେ ଇଣ୍ଡିଆ ମେଣ୍ଟରେ ମତଭେଦ ଆରମ୍ଭ ହୋଇଛି। ଏଏପି ମୁଖପାତ୍ର ପ୍ରିୟଙ୍କା କକ୍କର ଏନେଇ କହିଛନ୍ତ, ଯଦି ଦିଲ୍ଲୀରେ ହେବାକୁ ଥିବା ଲୋକସଭା ନିର୍ବାଚନରେ କଂଗ୍ରେସ ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଛି, ତେବେ ଇଣ୍ଡିଆ ମେଣ୍ଟର କୌଣସି ଯଥାର୍ଥତା ନାହିଁ। ତେବେ ମୁମ୍ବାଇରେ ହେବାକୁ ଥିବା ଇଣ୍ଡିଆ ମେଣ୍ଟର ବୈଠକରେ ଭାଗ ନେବାକୁ ଏଏପି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri