ଆଜି ବି ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଲେ କଂଗ୍ରେସ ସଦସ୍ୟ

ଭୁବନେଶ୍ୱର,୧୩ା୩: କଂଗ୍ରେସ ସଦସ୍ୟ ବିଧାନସଭା ବୟକଟ କରି ଗୁରୁବାର ପୁଣି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। କଂଗ୍ରେସ ସଦସ୍ୟମାନେ ଆଜି ବି ପ୍ରଶ୍ନକାଳରେ ସାମିଲ ହୋଇନାହାନ୍ତି। କଳାପଟି ବାନ୍ଧି ଧାରଣାରେ ବସିଛନ୍ତି । ଏଥିରେ ସାମିଲ ହୋଇଛନ୍ତି ପିସିସି ସଭାପତି ଭକ୍ତ ଦାସ। ତାରାଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ କଂଗ୍ରେସ ଆଜି ମଧ୍ୟ ଅଡ଼ି ବସିଛି।

କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତିଙ୍କୁ ବିଧାନସଭାରୁ ୭ ଦିନ ଲାଗି ନିଲମ୍ବନ ଘଟଣାକୁ ତାଙ୍କ ଦଳ ସହଜରେ ଗ୍ରହଣ କରିନାହିଁ। ଶାସକ ଭାଜପା ଗୃହରେ ଏନେଇ ଆଣିଥିବା ମୋଶନକୁ ଗୃହରେ ବାଚସ୍ପତି ଗ୍ରହଣ କରିବା ଘଟଣାକୁ କଂଗ୍ରେସ ତୀବ୍ର ବିରୋଧ କରିବା ଆରମ୍ଭ କରିଛି। ଏହାପରଠାରୁ କଂଗ୍ରେସ ସଦସ୍ୟମାନେ ଗୃହ କାର୍ଯ୍ୟକୁ ବୟକଟ୍‌କରି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଉଛନ୍ତି। ଅନ୍ୟପଟେ ଏହି ଘଟଣା ସମେତ ନାରୀ ନିର୍ଯାତନା ବିରୋଧରେ ଓ ନାରୀ ସଶକ୍ତୀକରଣକୁ ମୁଖ୍ୟ ପ୍ରସଙ୍ଗକରି ଆସନ୍ତା ୨୭ରେ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯିବ। ଏନେଇ ବୁଧବାର କଂଗ୍ରେସ ଭବନଠାରେ ଆୟୋଜିତ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତିି ହୋଇଛି। ଅନ୍ୟପଟେ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ତାରାଙ୍କ ବାସଭବନରେ ତାଙ୍କୁ ଭେଟି ସମର୍ଥନ ଦେଇ ଫେରିଛନ୍ତି। ଏହାପରେ ତାରା ମଧ୍ୟ ଅଧିକ ଉତ୍ସାହିତ ହୋଇଥିବା ଜଣାଇଛନ୍ତି। ସେହିପରି ଏହି ଘଟଣାରେ ରାଜ୍ୟର ଏକମାତ୍ର କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକା ସଂସଦରେ ଉକ୍ତ ପ୍ରସଙ୍ଗ ଉଠାଇଛନ୍ତି। ସେ ପାର୍ଲାମେଣ୍ଟରେ କହିଛନ୍ତି, ରାଜ୍ୟ ବିଧାନସଭାରେ ନାରୀ ନିର୍ଯାତନା, ଅପରାଧ ପ୍ରସଙ୍ଗ ଉଠାଇବାରୁ ବିରୋଧୀଙ୍କୁ ଆକ୍ରମଣ କରାଯାଇଛି। ଏହା ଦୁର୍ଭାଗ୍ୟଜନକ ଘଟଣା ହୋଇଥିବା ବେଳେ ଏହାର ତଦନ୍ତ ଲାଗି ଏକ କମିଟି ଗଠନ କରିବାକୁ ସେ ଦାବି କରିଛନ୍ତି।
ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଭାରୀ ଲଲ୍ଲୁ ଓ ଅଖିଳ ଭାରତ କଂଗ୍ରେସ ସମ୍ପାଦିକା ରୋଜାଲୀନା ତିର୍କୀ ଯୋଗଦେଇଥିଲେ। ବୈଠକ ପରେ ଲଲ୍‌ୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟରେ ୮ ମାସ ହେଲା ଚାଲିଥିବା ଭାଜପା ସରକାର ଅମଳରେ ବହୁ ମାତ୍ରାରେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ିଚାଲିଛି। ଗୃହରେ ଏହି ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ପ୍ରଶ୍ନ କରୁଥିବାବେଳେ ତାରା ବାହିନୀପତିଙ୍କୁ ଗାଳିଦେଇ, ମାଡ଼ ମାରି ଶେଷରେ ନିଲମ୍ବିତ କରିଦିଆଗଲା। ଭାଜପା ଦିଲ୍ଲୀ ସମେତ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଗଣତନ୍ତ୍ରର ହତ୍ୟା କରିଛି। ବୈଠକରେ କଂଗ୍ରେସର ସବୁ ନେତା ନିଷ୍ପତ୍ତି କଲେ ମହିଳାଙ୍କ ଅସ୍ମିତା ପାଇଁ ୨୭ରେ ବିଧାନସଭା ଘେରାଉ କରାଯିବ। ଭକ୍ତ ଚରଣ ଦାସ କହିଛନ୍ତି, ଓଡ଼ିଶାରେ ନାରୀଙ୍କ ପ୍ରତି ଅତ୍ୟାଚାର ଓ ଶିଶୁଙ୍କ ଉପରେ ଯାୈନ ଶୋଷଣ ସୀମା ଲଙ୍ଘିଛି। କଂଗ୍ରେସ ଏହାକୁ ଗୁରୁତ୍ୱର ସହ ନେଇ ରାଜ୍ୟବ୍ୟାପୀ ଜିଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜରାସ୍ତାକୁ ଓହ୍ଲାଇଛି। ବିଧାନସଭା ଭିତରେ କଂଗ୍ରେସର ବିଧାୟକମାନେ ଏହାର ପ୍ରତିବାଦ କରିବାକୁ ଗଲାବେଳେ ସେମାନଙ୍କ ଉପରେ ଆକ୍ରମଣ ଓ ବରିଷ୍ଠ ବିଧାୟକ ବାହିନୀପତିଙ୍କୁ ୭ ଦିନ ପାଇଁ ନିଲମ୍ବନ ଘଟଣାକୁ ସେ ନିନ୍ଦା କରିବା ସହିତ ଏହାର ଦୃଢ଼ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri