Posted inଜାତୀୟ

କଂଗ୍ରେସର କଶ୍ମୀର ପ୍ଲାନ ଆଉଟ

ନୂଆଦିଲ୍ଲୀ,୨୧।୮: ଆସନ୍ତା ମାସରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଧାରା ୩୭୦ହଟାଇବା ପରେ ଉପତ୍ୟକାରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଯାହା ଉପରେ ସମଗ୍ର ଦେଶ ନଜର ରଖିଛି। ଏଥିପାଇଁ ନ୍ୟାଶନାଲ କନଫରେନ୍ସ, ପିଡିପି, କଂଗ୍ରେସ ଏବଂ ଭାଜପା ସମେତ ସମସ୍ତ ଦଳ ବିଜୟର ପତାକା ଉଡାଇବାକୁ ପ୍ରସ୍ତୁତ ହୋଇଛନ୍ତି। ଏହି ସମୟରେ କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ଜମ୍ମୁ କଶ୍ମୀରରେ ନ୍ୟଶଶନାଲ କନଫରେନ୍ସ ସହ ମିଳିତ ସମ୍ପର୍କକୁ ନେଇ ପରଦା ପଛରେ ଆଲୋଚନା ଚାଲିଛି।
କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ କଂଗ୍ରେସ ୯୦ରୁ ୪୦ଟି ଆସନ ଦାବି କରୁଥିବାବେଳେ ଓମାର ଅବଦୁଲ୍ଲା କେବଳ ୨୫ଟି ସିଟ ଦେବାକୁ ପ୍ରସ୍ତୁତ ଅଛନ୍ତି। କୁହାଯାଉଛି ଯେ କଂଗ୍ରେସ ଏତେ ସଂଖ୍ୟକ ଆସନ ପାଇଁ ପ୍ରସ୍ତୁତ ନୁହେଁ। କେବଳ ଏତିକି ନୁହେଁ, କଂଗ୍ରେସ ମଧ୍ୟ କଶ୍ମୀରର ଅନ୍ୟ ଏକ ବଡ଼ ଦଳ ପିଡିପିଙ୍କୁ ଏହି ସହଯୋଗରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛି, ଯାହାଦ୍ୱାରା I.N.D.I.A. ମିଳିତତାର ରୂପ ବଜାୟ ରଖିବ।
ସୂଚନାନୁସାରେ, ଉମର ପିଡିପି ସହ ସମ୍ପର୍କ ସ୍ଥାପନକୁ ବିରୋଧ କରୁଛନ୍ତି। ସେ ଯୁକ୍ତି କରୁଛନ୍ତି ଯେ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ରାଜନୀତି ବର୍ତ୍ତମାନ ପତନ ହୋଇଛି। ତେବେ କଂଗ୍ରେସ ଅପିଲ କରିଛି ଯେ ଯଦି ମେହବୁବାଙ୍କ ଝିଇ ଇଲତିଜା ମୁଫତି ଆଗକୁ ଆସନ୍ତି, ତେବେ ସେହି କ୍ଷେତ୍ରରେ ଓମାର ତାଙ୍କୁ ସମ୍ମାନଜନକ ଆସନ ଦେଇ ତାଙ୍କୁ ମିଳିତ ମଞ୍ଚରେ ଅନ୍ତର୍ଭୁକ୍ତ କରିବା ଉଚିତ।
ସୂତ୍ରରୁ ପ୍ରକାଶ ଯେ ତିନି ଦଳର ମିଳିତ ମଞ୍ଚ ସମ୍ପର୍କରେ ଆଲୋଚନା ଜାରି ରହିଛି। ଯଦିଓ ପିଡିପି ଆଣିବା ପାଇଁ କଥାବାର୍ତ୍ତା ହୋଇନଥାଏ, ତେବେ କଂଗ୍ରେସ ମେହବୁବାଙ୍କ ଝିଇ ଇଲତିଜାଙ୍କ ବିରୋଧରେ ପ୍ରାର୍ଥୀ ନକରିବା ଏବଂ କିଛି ଆସନରେ ପିଡିପି ସହ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ସପକ୍ଷରେ ଅଛି। ତେବେ ଏହା କେବଳ ପ୍ରାଥମିକ ଆଲୋଚନା ବୋଲି କୁହାଯାଉଛି। କୁହାଯାଉଛି ଯେ ତିନି ଦଳର ନେତୃତ୍ୱ ମଧ୍ୟରେ ଆଲୋଚନା ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri