Posted inଜାତୀୟ

ବିଭାଜନ ପାଇଁ କଂଗ୍ରେସ ଦାୟୀ: ଏନ୍‌ସିଇଆର୍‌ଟି

୧୯୪୭ରେ ଦେଶ ସ୍ବାଧୀନତା ଲାଭ କରିବା ସହ ଭାରତ ଓ ପାକିସ୍ତାନ ରୂପେ ବିଭାଜିତ ହୋଇଥିଲା। ଅନେକ ଲକ୍ଷ ଲୋକଙ୍କ ଉପରେ ଏହି ବିଭାଜନର ପ୍ରଭାବ କିପରି ପଡ଼ିଥିଲା, ତାହା ଛାତ୍ରୀଛାତ୍ରଙ୍କୁ ମନେ ପକାଇଦେବା ପାଇଁ ଅଗଷ୍ଟ ୧୪କୁ କେନ୍ଦ୍ର ସରକାର ବିଭାଜନ ବିଭୀଷିକା ସ୍ମରଣ ଦିବସ ଘୋଷଣା କରିଛନ୍ତି। ଷଷ୍ଠରୁ ଅଷ୍ଟମ ଓ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଉଦ୍ଦେଶ୍ୟରେ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ପକ୍ଷରୁ ଏହା ଉପରେ ଏକ ସ୍ବତନ୍ତ୍ର ଭାଗ ପାଠ୍ୟକ୍ରମରେ ଯୋଡ଼ାଯାଇଛି। ସେଥିରେ ବିଭାଜନ ପାଇଁ ପାକିସ୍ତାନର ଜନକ ମହମ୍ମଦ ଅଲୀ ଜିନ୍ନା, କଂଗ୍ରେସ ଓ ତତ୍କାଳୀନ ଭାଇସ୍‌ରୟ ଲର୍ଡ ମାଉଣ୍ଟବାଟ୍ଟେନ୍‌ଙ୍କୁ ଦାୟୀ କରାଯାଇଛି। ପାର୍ଟିଶନ୍‌ ସମ୍ପର୍କିତ ଏନ୍‌ସିଇଆର୍‌ଟିର ଏହି ନୂଆ ମଡ୍ୟୁଲ ପ୍ରକାଶ ପାଇବା ପରେ ଭାଜପା ଓ କଂଗ୍ରେସ ମଧ୍ୟରେ ବଡ଼ ବିବାଦ ସୃଷ୍ଟି ହୋଇଛି। କଂଗ୍ରେସ ବିଭାଜନରେ ନିଜ ସମ୍ପୃକ୍ତିକୁ ଖଣ୍ଡନ କରିବା ସହ ଏଥିପାଇଁ ହିନ୍ଦୁ ମହାସଭା ଓ ମୁସ୍‌ଲିମ୍‌ ଲିଗ୍‌ର ସମ୍ପର୍କକୁ ଦାୟୀ କରିଛି। ଏଥିସହ ବିବାଦୀୟ ବିଷୟ ସ୍ଥାନିତ ହୋଇଥିବା ଉକ୍ତ ପୁସ୍ତକକୁ ଜାଳି ଦିଆଯିବା ଉଚିତ ବୋଲି କଂଗ୍ରେସ କହିଛି। ଅନ୍ୟପକ୍ଷରେ ନିଜକୁ ସୁହାଇଲା ଭଳି ବିଷୟ ନ ପାଇଲେ କଂଗ୍ରେସ ଇତିହାସଠାରୁ ଦୂରେଇ ଯାଇଥାଏ କହି ଭାଜପା ସମାଲୋଚନା କରିଛି।

ନୂଆଦିଲ୍ଲୀ,୧୭ା୮(ପି.ଟି.): ନ୍ୟାଶନାଲ କାଉନ୍‌ସିଲ୍‌ ଫର୍‌ ଏଜୁକେଶନ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ (ଏନ୍‌ସିଇଆର୍‌ଟି) ପକ୍ଷରୁ ‘ପାର୍ଟିଶନ ହରର୍ସ ରିମେମ୍ବ୍ରାନ୍ସ ଡେ’ ନାମରେ ଏକ ସ୍ବତନ୍ତ୍ର ମଡ୍ୟୁଲ୍‌ ଜାରି ହୋଇଛି। ଭାରତର ବିଭାଜନ ପାଇଁ ସେଥିରେ ମହମ୍ମଦ ଅଲି ଜିନ୍ନା, କଂଗ୍ରେସ ଏବଂ ତତ୍କାଳୀନ ଭାଇସ୍‌ରାୟ ଲର୍ଡ ମାଉଣ୍ଟବାଟ୍ଟେନ୍‌ଙ୍କୁ ଦାୟୀ କରାଯାଇଛି। ସେଥିରେ ଆହୁରି ଉଲ୍ଲେଖ ରହିଛି ଯେ, ଦେଶ ବିଭାଜନ ପରେ କଶ୍ମୀର ଏକ ନୂଆ ସମସ୍ୟା ଭାବେ ଉଭା ହୋଇଥିଲା, ଯାହାକି ଭାରତରେ ପୂର୍ବରୁ କେବେ ନ ଥିଲା। ଏହା ଦେଶର ବୈଦେଶିକ ନୀତି ପାଇଁ ଆହ୍ବାନ ସୃଷ୍ଟି କରିଥିଲା। କଶ୍ମୀର ପ୍ରସଙ୍ଗ ନାମରେ କେତେକ ଦେଶ ପାକିସ୍ତାନକୁ ସହାୟତା ପ୍ରଦାନ ଜାରି ରଖିବା ସହ ଭାରତ ଉପରେ ଚାପ ପକାଇଥିଲେ ବୋଲି ନୂଆ ମଡ୍ୟୁଲ୍‌ରେ ଉଲ୍ଲେଖ ରହିଛି। ତେବେ ଏହି ମଡ୍ୟୁଲ ପ୍ରକାଶ ପାଇବା ପରେ ବିବାଦ ମୁଣ୍ଡ ଟେକିଛି। ଏହାକୁ ପୋଡ଼ିଦିଆଯିବା ଆବଶ୍ୟକ ବୋଲି କଂଗ୍ରେସ କହିଛି। ପ୍ରକାଶିତ ମଡ୍ୟୁଲ୍‌ ବିଭ୍ରାନ୍ତିକର ବୋଲି କଂଗ୍ରେସ ମୁଖପାତ୍ର ପଓ୍ବନ ଖେରା କହିଛନ୍ତି। ନୂଆ ମଡ୍ୟୁଲରେ ଉଲ୍ଲେଖ ରହିଛି, ଭୁଲ୍‌ ବିଚାରଧାରା ଯୋଗୁ ଭାରତ ବିଭାଜନ ହୋଇଥିଲା। ୧୯୪୦ରେ ଲାହୋରଠାରେ ଭାରତୀୟ ମୁସଲମାନମାନଙ୍କ ଦଳ ମୁସ୍‌ଲିମ୍‌ ଲିଗ୍‌ର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହାର ନେତା ମହମ୍ମଦ ଅଲି ଜିନ୍ନା କହିଥିଲେ, ହିନ୍ଦୁ ଏବଂ ମୁସଲମାନ୍‌ଙ୍କର ଦୁଇ ଭିନ୍ନ ଧର୍ମୀୟ ଦର୍ଶନ, ସାମାଜିକ ପ୍ରଥା ଓ ଭାଷା ରହିଛି। ‘ବିଭାଜନର ଅପରାଧୀଗଣ’ ଶୀର୍ଷକରେ ଉକ୍ତ ମଡ୍ୟୁଲରେ କୁହାଯାଇଛି, ‘ଶେଷରେ ୧୯୪୭ ଅଗଷ୍ଟ ୧୫ରେ ଭାରତ ବିଭାଜିତ ହୋଇଥିଲା। ତେବେ ଏହା କୌଣସି ଜଣେ ବ୍ୟକ୍ତିଙ୍କ କାର୍ଯ୍ୟ ନ ଥିଲା। ଭାରତ ବିଭାଜନ ପାଇଁ ୩ଟି ତତ୍ତ୍ୱ ଦାୟୀ: ଜିନ୍ନା, ଯିଏ ଏଥିପାଇଁ ଦାବି କରିଥିଲେ, ଦ୍ୱିତୀୟରେ କଂଗ୍ରେସ, ଯିଏ ଏହାକୁ ଗ୍ରହଣ କରିଥିଲା ଏବଂ ତୃତୀୟରେ ମାଉଣ୍ଟବାଟ୍ଟେନ୍‌, ଯିଏ ଏହାକୁ କାର୍ଯ୍ୟକାରୀ କରିଥିଲେ। କିନ୍ତୁ ମାଉଣ୍ଟବାଟ୍ଟେନ୍‌ ସବୁଠୁ ବଡ଼ ଦୋଷୀ ପ୍ରମାଣିତ ହୋଇଛନ୍ତି।’ ସେ କ୍ଷମତା ହସ୍ତାନ୍ତର ତାରିଖ ୧୯୪୮ ଜୁନ୍‌ରୁ ୧୯୪୭ ଅଗଷ୍ଟକୁ ଆଗୁଆ ନିର୍ଦ୍ଧାରଣ କରିଥିଲେ। ପ୍ରତ୍ୟେକ ଏଥିରେ ସହମତ ଦେବାକୁ ସେ ପ୍ରବର୍ତ୍ତାଇଥିଲେ। ତେଣୁ ବିଭାଜନ ପୂର୍ବରୁ ସମ୍ପୂର୍ଣ୍ଣ ବିଭାଜନ ହୋଇପାରି ନ ଥିଲା। ବିଭାଜନ ସୀମା ନିର୍ଦ୍ଧାରଣ ମଧ୍ୟ ତରବରିଆ ଭାବେ କରାଯାଇଥିଲା। ସେଥିପାଇଁ ସାର୍‌ ସିରିଲ୍‌ ରେଡ୍‌କ୍ଲିଫ୍‌ଙ୍କୁ ମାତ୍ର ୫ ସପ୍ତାହ ସମୟ ଦିଆଯାଇଥିଲା।
ଏପରିକି ୧୯୪୭ ଅଗଷ୍ଟ ୧୫ର ୨ ଦିନ ପରେ ମଧ୍ୟ ପଞ୍ଜାବର ଅନେକ ଲକ୍ଷ ଲୋକ ଜାଣି ନ ଥିଲେ, ସେମାନେ ଭାରତରେ ନା ପାକିସ୍ତାନରେ। ଏଭଳି ଶୀଘ୍ରତା ଅତ୍ୟନ୍ତ ଦାୟିତ୍ୱହୀନତା କାର୍ଯ୍ୟ ଥିଲା ବୋଲି ମଡ୍ୟୁଲରେ ଉଲ୍ଲେଖ ରହିଛି। ସେଥିରେ ଆହୁରି କୁହାଯାଇଛି ଯେ, ଯଦିଓ ଜିନ୍ନାଙ୍କୁ ବିଭାଜନ ପାଇଁ ଦୋଷ ଦିଆଯାଇଛି, ତଥାପି ଏହା ହେବ ଏବଂ ସେ ନିଜ ଜୀବଦ୍ଦଶାରେ ପାକିସ୍ତାନ ଦେଖିବେ ବୋଲି କଦାପି ଚିନ୍ତା କରି ନ ଥିବା କହିଥିଲେ। ଦେଶ ବିଭାଜନ ହେବା ସେ ଆଶା କରି ନ ଥିଲେ ବୋଲି ଜିନ୍ନା ପରବର୍ତ୍ତୀ ସମୟରେ ସ୍ବୀକାର ମଧ୍ୟ କରିଥିଲେ। ଏକଥା ସେ ତାଙ୍କ ସହଯୋଗୀଙ୍କୁ କହିଥିଲେ।
ମଡ୍ୟୁଲରେ ଉଲ୍ଲେଖ ରହିଛି ଯେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କହିଥିଲେ, ଦେଶର ସ୍ଥିତିି ବିସ୍ଫୋରକ ହୋଇଯାଇଛି। ଭାରତ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି ଏବଂ ଏକ ଗୃହଯୁଦ୍ଧ ହେବା ଅପେକ୍ଷା ବିଭାଜନ ଭଲ ହେବ। ମହାତ୍ମା ଗାନ୍ଧୀଙ୍କ ଆଭିମୁଖ୍ୟ ସମ୍ପର୍କରେ ନୂଆ ମଡ୍ୟୁଲରେ ଉଲ୍ଲେଖ ରହିଛି, ସେ ବିଭାଜନକୁ ବିରୋଧ କରୁଥିଲେ, କିନ୍ତୁ ହିଂସା ମାଧ୍ୟମରେ କଂଗ୍ରେସର ନିଷ୍ପତ୍ତିକୁ ପ୍ରତିରୋଧ କରି ନ ଥିଲେ। ସେ ବିଭାଜନର ଏକ ପକ୍ଷ ହୋଇପାରିବେ ନାହିଁ, କିନ୍ତୁ ହିଂସାର ସହ ଏହାକୁ ଗ୍ରହଣ କରିବାରୁ କଂଗ୍ରେସକୁ ଅଟକାଇବେ ନାହିଁ ବୋଲି କହିଥିତ୍ଲେ।
ଏନ୍‌ସିଇଆର୍‌ଟି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଗୋଟିଏ ମଡ୍ୟୁଲ ଏବଂ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଅନ୍ୟ ଏକ ମଡ୍ୟୁଲ ପ୍ରକାଶ କରିଛି। ଏହାକୁ ନିୟମିତ ପାଠ୍ୟପୁସ୍ତକର ଅଂଶବିଶେଷ କରା ନ ଯାଇ ଇଂଲିଶ ଓ ହିନ୍ଦୀରେ ଅତିରିକ୍ତ ବିଷୟବସ୍ତୁ ଭାବେ ରଖାଯାଇଛି, ଯାହାକୁ ପ୍ରୋଜେକ୍ଟ, ପୋଷ୍ଟର, ଆଲୋଚନା ଓ ବିତର୍କ ଜରିଆରେ ବ୍ୟବହାର ପାଇଁ ରଖାଯାଇଛି। ଉଭୟ ମଡ୍ୟୁଲ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୧ର ବାର୍ତ୍ତା ସହ ଆରମ୍ଭ ହୋଇଛି, ଯେଉଁଥିରେ ସେ ବିଭାଜନ ଆତଙ୍କ ସ୍ମରଣ ଦିବସ ପାଳନ ସମ୍ପର୍କରେ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ Xରେ ଲେଖିଥିବା ବାର୍ତ୍ତାର ଉଦ୍ଧୃତାଂଶ ଉଲ୍ଲେଖ ରହିଛି। ତାହା ହେଲା, ‘ବିଭାଜନର ଯନ୍ତ୍ରଣା କଦାପି ଭୁଲି ହେବ ନାହିଁ। ଆମର ଅନେକ ନିୟୁତ ଭଉଣୀ ଭାଇ ବିସ୍ଥାପିତ ହୋଇଥିଲେ। କିଛି ନ ବୁଝି ଘୃଣା ଓ ହିଂସାକାଣ୍ଡ ଯୋଗୁ ଅନେକଙ୍କ ଜୀବନ ଯାଇଥିଲା। ସେହି ସଂଘର୍ଷ ଓ ଆମ ଲୋକମାନଙ୍କ ବଳିଦାନର ସ୍ମରଣ ପାଇଁ ଅଗଷ୍ଟ ୧୪କୁ ବିଭାଜନ ଆତଙ୍କ ସ୍ମରଣ ଦିବସ ଭାବେ ପାଳନ ହେବ’।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ନିଆଁବାଣ ହେଲା ଭାରତ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଲା ଦାବି

ଇସଲାମାବାଦ୍‌,୧୭।୩: ପାକିସ୍ତାନ ଦ୍ୱାରା ହୋଇଥିବା କଥିତ ବିମାନ ଆକ୍ରମଣରେ କାବୁଲରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଘଟଣା…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ ମଧ୍ୟ ମ୍ୟାଟରନିଟି ଲିଭ୍ ପାଇବା ହକଦାର

ନୂଆଦିଲ୍ଲୀ,୧୭।୩: ସୁପ୍ରିମକୋର୍ଟ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା…

ଶୀଘ୍ର କରନ୍ତୁ ଏହି କାମ: ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ସରକାରଙ୍କ ଘୋଷଣା, ବାଧ୍ୟତାମୂଳକ ହେଲା…

ନୂଆଦିଲ୍ଲୀ,୧୭।୩: ସରକାର ସମସ୍ତ ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ବା eKYCକୁ ବାଧ୍ୟତାମୂଳକ କରିଛନ୍ତି। ସବସିଡି ଲାଭ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚିବା…

ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୭।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ ୧୯ ରୁ ୨୧ ପର୍ଯ୍ୟନ୍ତ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ରହିବେ। ଏହି ସମୟ ମଧ୍ୟରେ ସେ ଅଯୋଧ୍ୟା,…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ କାହିଁକି ଫାଇଟର ଜେଟ ବ୍ୟବହାର କରୁନାହିଁ ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ତେହରାନ୍‌,୧୭।୩: ଏବେବି ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି, ଯାହା ଏହାର ୧୮ ତମ ଦିନ ପୂରଣ କରୁଛି। ‘ଅପରେଶନ ଏପିକ ଫ୍ୟୁରି’…

ଏଣିକି ଅଣ୍ଡା ଉପରେ ଏବେ ଲାଗିବ ଏକ୍ସପାଏରୀ ଡେଟ୍‌, ସରକାର ଆଣୁଛନ୍ତି ନୂଆ ନିୟମ

ଲକ୍ଷ୍ନୌ,୧୭।୩: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଯାହା ଦ୍ୱାରା ଅଣ୍ଡା ଉତ୍ପାଦକମାନେ ୧ ଏପ୍ରିଲରୁ ପ୍ରତ୍ୟେକ ଅଣ୍ଡାରେ…

ଯୁଦ୍ଧ ହେବ ଆହୁରି ଭୟଙ୍କର! ଶପଥ ନେଲାଣି ଇରାନ, କହିଲା ‘ଶହୀଦଙ୍କ ରକ୍ତ ବେକାର ଯିବନି’

ତେହରାନ୍‌,୧୭।୩: ଇରାନୀ ନୌସେନା କମାଣ୍ଡର ରିଅର ଆଡମିରାଲ ଶାହରାମ ଇରାନୀ ଆମେରିକା ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେ କହିଛନ୍ତି ଯେ ଇରାନୀ…

କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ: ‘ହୁଇପ୍‌’କୁ ନ ମାନି …

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri