Posted inଜାତୀୟ

ଏଏପିର ପ୍ରେସର ପଲିଟିକ୍ସରେ ଫିସିଲା କଂଗ୍ରେସ!

ଚଣ୍ଡିଗଡ଼,୯।୯: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ପାଇଁ ଆମ ଆଦମୀ ପାର୍ଟି(ଏଏପି) ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟକୁ ନେଇ ଏକ ଦ୍ୱନ୍ଦ୍ୱ ରହିଛି। ସୋମବାର ଏଏପିର ହରିୟାଣା ୟୁନିଟ ମୁଖ୍ୟ ସୁଶୀଲ ଗୁପ୍ତା କହିଛନ୍ତି ଯେ ଯଦି ଅକ୍ଟୋବର ୫ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମେଣ୍ଟ କରିବାରେ ବିଫଳ ହୁଏ ତେବେ ଆଜି ବା ସୋମବାର ସା ସୁଦ୍ଧା ଦଳ ସମସ୍ତ ୯୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରଦେବ। ଗୁପ୍ତା ପିଟିଆଇକୁ କହିଛନ୍ତି ଯେ ହରିୟାଣାର ପ୍ରତ୍ୟେକ ଏଏପି କର୍ମୀ ସମସ୍ତ ୯୦ ବିଧାନସଭା ଆସନରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛନ୍ତି।
ନିର୍ବାଚନ ପାଇଁ ମେଣ୍ଟ ସମ୍ପର୍କରେ କଂଗ୍ରେସର ଏଏପିକୁ ଦେଇଥିବା ଉତ୍ତର ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ଆମେ ସା ସୁଦ୍ଧା ୯୦ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିବୁ। ପାର୍ଟି ସୂତ୍ରରୁ ଜଣାପଡିଛି ଯେ ଏଏପି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିବା ସିଟ ସଂଖ୍ୟାକୁ ନେଇ ଦୁଇ ଦଳ ମଧ୍ୟରେ ଆଲୋଚନା ଅଟକି ରହିଛି। କଂଗ୍ରେସ ପାଞ୍ଚଟି ସିଟ ପ୍ରଦାନ କରୁଥିବାବେଳେ ଦଳ ୧୦ଟି ସିଟ ଦାବି କରୁଛି। ଗୁପ୍ତା କହିଛନ୍ତି ଯେ କଂଗ୍ରେସର ପ୍ରତିକ୍ରିୟାକୁ ଏଏପି ଅପେକ୍ଷା କରିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଗ୍ରହଣ କରାଯାଇ ନାହିଁ।
ଏଏପି ସହିତ ମେଣ୍ଟର କଳ୍ପନାଜଳ୍ପନା ମଧ୍ୟରେ ରବିବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ୯ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ଉଚାନା କାଲାନରୁ ବ୍ରିଜେନ୍ଦ୍ର ସିଂ ଏବଂ ଗୁରୁଗ୍ରାମରୁ ମୋହିତ ଗ୍ରୋଭର ପ୍ରାର୍ଥୀ କରିଛନ୍ତି। ଏହି ତାଲିକା ସହିତ କଂଗ୍ରେସ ୯୦ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ମୋଟ ୪୧ ଜଣ ପ୍ରାର୍ଥୀ ଘୋଷଣା କରିଛି। ବ୍ରିଜେନ୍ଦ୍ର ସିଂ ଏବଂ ଗ୍ରୋଭରଙ୍କ ବ୍ୟତୀତ କଂଗ୍ରେସ ଥାନେସରରୁ ଅଶୋକ ଆରୋରା, ଗାନ୍ନୌରରୁ କୁଲଦୀପ ଶର୍ମା, ତୋହାନାରୁ ପରବୀର ସିଂ, ତୋଶାମରୁ ଅନିରୁଦ୍ଧ ଚୌଧୁରୀ, ମହମରୁ ବଳରାମ ଡାଙ୍ଗି, ନାଙ୍ଗଲ ଚୌଧୁରୀରୁ ମଞ୍ଜୁ ଚୌଧୁରୀ ଏବଂ ବାଦଶାହାପୁରରୁ ଭଜନ ଯାଦବ ପ୍ରାର୍ଥୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri