ବିଧାୟକଙ୍କୁ ଲୁଚାଇଛି କଂଗ୍ରେସ କାହିଁକି ଏମିତି ସଙ୍ଗୀନ ଅଭିଯୋଗ କଲେ …

ଭୁବନେଶ୍ୱର,୧୪।୩: କଂଗ୍ରେସ ତା’ର ବିଧାୟକମାନଙ୍କୁ ଲୁଚାଇ ରଖିଛି। ଏମିତି ଏକ ଅଭିଯୋଗ କରିଛନ୍ତି ଭାଜପା ବିଧାୟକ ଅଶୋକ ମହାନ୍ତି। ବିଧାନସଭା ବେଳେ ବିଧାୟକଙ୍କୁ ଲୁଚାଇବା ନିନ୍ଦନୀୟ ବୋଲି ଅଶୋକ କହିଛନ୍ତି। ସେ କହିଛନ୍ତି, କେଉଁଠି ଲୁଚାଇଛନ୍ତି ସେମାନେ କହିପାରିବେ, ଭାଜପା ସମ୍ମୁଖରେ ଲଢୁଛି। ଅନ୍ୟପକ୍ଷେ କଂଗ୍ରେସର ଅଭିଯୋଗକୁ ଭିତ୍ତିହୀନ କହଛନ୍ତି ଅଶୋକ ମହାନ୍ତି।

ରାଜ୍ୟ ସଭା ନିର୍ବାଚନ ପାଇଁ ମଝିରେ ମାତ୍ର ୨ ଦିନ ରହିଲା। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ସବୁ ପ୍ରକାର ବଳ ଲଗାଇ ଦେଇଛନ୍ତି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ନିଜ ୮ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁ ଚାଲି ଯାଇଛନ୍ତି। ମାତ୍ର ବାକି ୬ ଜଣ ବିଧାୟକ ଓଡ଼ିଶାରେ ଅଛନ୍ତି। ସେମାନେ ହେଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଧାୟକ ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସାଗର ଦାସ, ଦାଶରଥି ଗମାଙ୍ଗ ଏବଂ ସୋଫିଆ ଫିର୍ଦ୍ଦୋସ ଓଡ଼ିଶାରେ ଅଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବିଧାୟକ ଦାଶରଥି ଗମାଙ୍ଗ କଂଗ୍ରେସର କୌଣସି ନେତାଙ୍କୁ ଧରାଛୁଅଁା ଦେଉନାହାନ୍ତି। ଟେଲିଫୋନ୍‌ ଯୋଗେ ମଧ୍ୟ ଦଳର ନେତୃତ୍ୱଙ୍କ ସହିତ ସେ ଯୋଗାଯୋଗ ରଖୁ ନ ଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଜଣେ ବରିଷ୍ଠ ବିଧାୟକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଦାଶରଥିଙ୍କ ସହ ଦଳ ପକ୍ଷରୁ କୌଣସି ଯୋଗାଯୋଗ ହୋଇପାରୁ ନ ଥିବାବେଳେ ସେ କେଉଁଠାରେ ଅଛନ୍ତି କାହାକୁ ଜଣାନାହିଁ। ଦଳର ୨ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା ତାଙ୍କ ବିଷୟରେ ଜାଣିଥିଲେ ସୁଦ୍ଧା ସେମାନେ ନ ଜାଣିବା ଭଳି ଅଭିନୟ କରୁଥିବା ସେ କହିଛନ୍ତି।
ଅନ୍ୟପଟେ କଂଗ୍ରେସ ପକ୍ଷରୁ ଶୁକ୍ରବାର, ଶନିବାର ଏବଂ ରବିବାର ୩ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡ଼ିବା ଲାଗି ଗୁରୁବାର କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହ୍ବିପ୍‌ ଜାରି କରିଥିଲେ। ମାତ୍ର କାଡାମଙ୍କ ହ୍ବିପ୍‌କୁ ଭାଙ୍ଗି ଭକ୍ତ ୮ ବିଧାୟକଙ୍କୁ କାହିଁକି ରାଜ୍ୟ ବାହାରକୁ ନେଇକି ଗଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପଟେ ତାରାପ୍ରସାଦ ବାହିନୀପତି ବିଧାୟକମାନେ ନିଜ ଇଚ୍ଛାରେ ବୁଲିବାକୁ ଯାଇଥିବା କହିଛନ୍ତି। ସୋଫିଆ କହିଛନ୍ତି ଏ ବିଷୟରେ ତାଙ୍କୁ କିଛି କୁହାଯାଇନି ସେ ଗଣମାଧ୍ୟମରୁ ଯାହା ଶୁଣିବାକୁ ପାଇଛନ୍ତି। କାଡାମ କହିଛନ୍ତି, ଘୋଡ଼ାବେପାର ପାଇଁ ଭାଜପା ଚେଷ୍ଟା କରିବା କାରଣରୁ କଂଗ୍ରେସ ବିଧାୟକମାନଙ୍କୁ ବାହାରକୁ ନିଆଯାଇଛି। ଅନ୍ୟପଟେ କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ବେଙ୍ଗାଲୁରୁରେ ଥିବା ରାଜ୍ୟ କଂଗ୍ରେସ ବିଧାୟକମାନଙ୍କ ସହିତ ସାକ୍ଷାତ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ରାଜ୍ୟ ସଭା ନିର୍ବାଚନ ପାଇଁ କଂଗ୍ରେସ ବିଧାୟକମାନଙ୍କୁ କିଣିବାକୁ ଭାଜପା ସରକାର ଚେଷ୍ଟା କରୁଥିଲେ। ସେମାନଙ୍କ ଜୀବନ ପ୍ରତି ବିପଦ ଥିଲା। ତେଣୁ ସେମାନଙ୍କୁ କର୍ନାଟକ ଅଣାଯାଇଥିବା ଶିବକୁମାର କହିଛନ୍ତି। ଏଥିରୁ ଗୋଟିଏ କଥା ବୁଝାପଡୁଛି କଂଗ୍ରେସ ନେତାମାନଙ୍କ କଥାବାର୍ତ୍ତାରେ ତାଳମେଳର ଘୋର ଅଭାବ ରହିଛି। କଂଗ୍ରେସର ୮ ବିଧାୟକ କାହିଁକି ବେଙ୍ଗାଲୁରୁ ଯାଇଛନ୍ତି ତାକୁ ନେଇ ସବୁ ନେତା ଭିନ୍ନ ଭିନ୍ନ ମତ ରଖୁଛନ୍ତି, ଯେପରି କାହାର କାହା ସହିତ ଭଲ ସମ୍ପର୍କ ନାହିଁ। ରାଜ୍ୟ ସଭା ନିର୍ବାଚନ ଦିନ ଏହାର ଫାଇଦା ଉଠାଇବାକୁ ଭାଜପା ଏକ ନୂଆ ଯୋଜନା କରିପାରେ ବୋଲି କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି। ତାଙ୍କ କହିବା ମୁତାବକ, ଯିଏ ରାଜ୍ୟ ସଭା ନିର୍ବାଚନରେ ବିଜେଡିର ଏଜେଣ୍ଟ ହେବେ ସିଏ ଯଦି ପାଣ୍ଡିଆନଙ୍କ ଘନିଷ୍ଠ ହୋଇଥିବେ ତାହା ହେଲେ କଥା ଅଲଗା ହେବ। ବିଜେଡିର କେତେଜଣ କ୍ରସ୍‌ ଭୋଟିଂ କରିବା ସତ୍ତ୍ୱେ ସେ ଏକଥା ଲୁଚାଇବା ସହିତ କଂଗ୍ରେସ ମୁଣ୍ଡରେ ସେହି ଦୋଷ ଚାଲିଯାଇପାରେ ବୋଲି ସେ କହିଛନ୍ତି। ତେଣୁ ବିଜେଡିର ଏଜେଣ୍ଟ କିଏ ହେବେ ତା’କୁ ନେଇ ଚର୍ଚ୍ଚା ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସକୁ ନେଇ ହୁଅନ୍ତୁନି ଟେନସନ! ସରକାର କହିଲେ ରାସନ କାର୍ଡ ଥିଲେ ମାଗଣାରେ ମିଳିବ….

ନୂଆଦିଲ୍ଲୀ,୧୪।୧: “ରନ୍ଧନ ଗ୍ୟାସର ଅଭାବ ହେଲେ ଆମେ ବିକଳ୍ପ ଇନ୍ଧନ ଭାବରେ କିରୋସିନ ଯୋଗାଇବାକୁ ପ୍ରସ୍ତୁତ” । ସାରା ଦେଶରେ ଯେତେବେଳେ ରନ୍ଧନ ଗ୍ୟାସ ଯୋଗାଣରେ ବିଳମ୍ବ…

ରାଜ୍ୟ ସଭା ନିର୍ବାଚନକୁ ନେଇ ନବୀନ-ଜୟନାରାୟଣ ମୁହାଁମୁହିଁ, ଘୋଡ଼ା ବେପାର କଥା ଉଠାଇ…

ଭୁବନେଶ୍ୱର,୧୪ା୩: ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟ ସଭା ନିର୍ବାଚନ। ଏନେଇ ରାଜ୍ୟର ୩ ପ୍ରମୁଖ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ…

ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ, ଲୋକ ଅଦାଲତ ନାଁରେ କରୁଥିଲେ…

ସମ୍ବଲପୁର,୧୪ା୩(ପ୍ରମୋଦ ବହିଦାର): ଜାତୀୟ ଲୋକ ଅଦାଲତରେ ବିଭିନ୍ନ ସମସ୍ୟାର ସମାଧାନ କରିଦେବାକୁ କହି ଶତାଧିକ ଲୋକଙ୍କୁ ଠକିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ଜନସେବା…

ଜେଲ୍‌ ଭିତରେ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗୀର,୧୪ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜେଲ୍‌ ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କଏଦୀ ଜଣକ ବଲାଙ୍ଗୀର ସଦର ଥାନା କୁଶଙ୍ଗ ଗାଁର ଭୀଷ୍ମଦେବ ସାହୁ…

ରାଜ୍ୟ ସଭା ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା କରୁଛି ଘୋଡ଼ା ବେପାର

ଭୁବନେଶ୍ୱର,୧୪ା୩(ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନ ପାଇଁ ମଝିରେ ମାତ୍ର ୨ ଦିନ ରହିଲା। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ…

ରାସ୍ତାରେ ଧାନବସ୍ତା ରଖି ଅବରୋଧ କଲେ ଚାଷୀ

କେନ୍ଦୁଝର,୧୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା କାଠ କରଞ୍ଜିଆ ପଞ୍ଚାୟତ ମୁଖ୍ୟାଳୟରେ ଶନିବାର ଚାଷୀମାନେ ବିଭିନ୍ନ ସମସ୍ୟାକୁ ନେଇ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି।…

ଦୋହଲିଗଲା ଖାର୍ଗ ଦ୍ୱୀପ! ଟ୍ରମ୍ପଙ୍କ ଦାବି: ସମସ୍ତ ଇରାନୀ ସାମରିକ ଘାଟି ଧ୍ୱଂସ; ଜାରି କଲେ ଭିଡିଓ

ଓ୍ବାଶିଂଟନ,୧୪।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନର ଖାର୍ଗ ଦ୍ୱୀପରେ ଆମେରିକାର ସେନା ପ୍ରବଳ ବୋମାମାଡ଼ କରିଛି। ଟ୍ରମ୍ପଙ୍କ ଅନୁଯାୟୀ, ଏହି ଆକ୍ରମଣରେ…

ଭିବି ରାମଜି, ସମଗ୍ର ଶିକ୍ଷା ଯୋଜନାର ସାମାଜିକ ସମୀକ୍ଷା: କାମ ନ କରି ଉଠାଯାଇଛି ୩ ପ୍ରକଳ୍ପର ଟଙ୍କା

ନନ୍ଦପୁର,୧୪୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧୀନ ୨୩ ପଞ୍ଚାୟତର ଭିବି ରାମଜି(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କରାଯାଇଥିବା କାର୍ଯ୍ୟ ଓ ବିଦ୍ୟାଳୟଗୁଡ଼ିକରେ ସମଗ୍ର ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri