Posted inଜାତୀୟ

ଟେକ୍‌ ସିଟିକୁ ଟ୍ୟାଙ୍କର ସିଟି କରିଦେଇଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ୂଆଦିଲ୍ଲୀ,୨୧।୪:କିଛି ସପ୍ତାହ ତଳେ ଜଳ ସଙ୍କଟକୁ ନେଇ ବେଙ୍ଗାଲୁରୁ ଚର୍ଚ୍ଚାରେ ରହିଥିଲା। ସହରବାସୀ ବାଲତି ଓ ଅନ୍ୟାନ୍ୟ ପାତ୍ର ଧରି ପାଣି ଟ୍ୟାଙ୍କର ପାଖରେ ଲମ୍ବା ଧାଡି କରି ଛିଡା ହୋଇଥିଲେ। ଆଉ ଏହାକୁ ନେଇ ପ୍ରଚାରବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର କଂଗ୍ରେସ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ଟେକ ସିଟିକୁ ଟ୍ୟାଙ୍କର ସିଟିରେ ପରିଣତ କରି ଦେଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ପାଲଟା ଆକ୍ରମଣ କରି କହିଛନ୍ତି ଯେ, ଯେତେବେଳେ ରାଜ୍ୟ ବନ୍ୟା ଓ ମରୁଡି ସଙ୍କଟ ଦେଇ ଗତି କରୁଥିଲା ସେତେବେଳେ ପ୍ରଧାନମନ୍ତ୍ରୀ କେଉଁଠି ଥିଲେ।

ବେଙ୍ଗାଲୁରୁରେ ଥିବା ୪ଟି ଲୋକ ସଭା ଆସନ ପାଇଁ ଏପ୍ରିଲ ୨୬ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ତା’ ପୂର୍ବରୁ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ରାଜ୍ୟକୁ ଗ୍ରୀନ ଏନର୍ଜି ହବ୍‌, ଫାର୍ମା ହବ୍‌, ଇଲେକ୍ଟ୍ରୋନିକ୍ସ ହବ୍‌, ଇଲେକ୍ଟ୍ରିକାଲ ଭେଇକଲ ହବ୍‌, ସେମିକଣ୍ଡକ୍ଟର ହବ ଓ ଗ୍ଲୋବାଲ ଇନୋଭେସନ ହବ କରିବାକୁ ଚାହୁଁଛନ୍ତି। ଫଳରେ ଭାରତ ଗ୍ଲୋବାଲ ଇକୋନୋମୀ ହବ୍‌ରେ ପରିଣତ ହୋଇପାରିବ। କିନ୍ତୁ କଂଗ୍ରେସ ଓ ଇଣ୍ଡି ମେଣ୍ଟର ନେତାମାନେ କହୁଛନ୍ତି ଯେ ସେମାନେ ମୋଦିଙ୍କୁ ହଟାଇ ଦେବେ।

ସେ ଆହୁରି କହିଛନ୍ତି, କଂଗ୍ରେସ ଟେକ ସିଟିକୁ ଟ୍ୟାଙ୍କର ସିଟିରେ ପରିଣତ କରି ଦେଇଛି। କୃଷି ଠାରୁ ଆରମ୍ଭ କରି ସହରାଞ୍ଚଳର ଭିତ୍ତିଭୂମି ସବୁ କ୍ଷେତ୍ରରେ ବଜେଟ ହ୍ରାସ କରି ଦେଇଛି କଂଗ୍ରେସ। କଂଗ୍ରେସ କେବଳ ଦୁର୍ନୀତି ଉପରେ ଧ୍ୟାନ କେନ୍ଦ୍ରିତ କରେ। ବେଙ୍ଗାଲୁରୁର ସମସ୍ୟା ଉପରେ କଂଗ୍ରେସର ଆଦୌ ଧ୍ୟାନ ନାହିଁ। ଏଠାରେ କେବଳ କେନ୍ଦ୍ର ସରକାରଙ୍କ ପ୍ରକଳ୍ପଗୁ ଡିକ ଦ୍ରୁତ ଗତିରେ ଆଗେଇ ଚାଲିଛି। କର୍ନାଟକର କଂଗ୍ରେସ ସରକାରଙ୍କ ଚିନ୍ତାଧାରା ଭାରି ବିପଜ୍ଜନକ । ଏଠାରେ ଆମ ଝିଅମାନଙ୍କ ଉପରକୁ ଆକ୍ରମଣ ହେଉଛି, ବଜାରରେ ବୋମା ପକାଯାଉଛି। କଂଗ୍ରେସ ପ୍ରତି ସମସ୍ତେ ସତର୍କ ରୁହନ୍ତୁ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri