ଭିନେଶଙ୍କୁ ରାଜ୍ୟ ସଭା ପଠାଇବା ନେଇ କଂଗ୍ରେସର ଅଛି ବଡ଼ ରାଜନୈତିକ ଚାଲ୍‌! ସାଂଘାତିକ କଥା କହିଦେଲେ ରେସଲର୍‌ଙ୍କ ଦାଦା

ନୂଆଦିଲ୍ଲୀ,୯।୮: ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ହେବା ପରେ ହରିୟାଣା ସରକାର ରେସଲର୍‌ ଭିନେଶ ଫୋଗଟଙ୍କୁ ରୋପ୍ୟ ପଦକ ବିଜେତା ଭଳି ସମସ୍ତ ସୁବିଧା ଏବଂ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଭିତରେ ଭିିନେଶଙ୍କୁ ରାଜ୍ୟ ସଭା ପଠାଇବା ପାଇଁ ଆଲୋଚନା ତୀବ୍ର ହୋଇଛି। କାରଣ ସେପ୍ଟେମ୍ବରରେ ରାଜ୍ୟ ସଭାର ୧୨ଟି ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ପୂର୍ବତନ ହରିୟାଣା ସିଏମ ଭୁପିନ୍ଦର ସିଂ ହୁଡା କହିଛନ୍ତି ଯେ ଫୋଗଟଙ୍କୁ ରାଜ୍ୟ ସଭାକୁ ମନୋନୀତ କରାଯିବା ଉଚିତ, ତଥାପି ରାଜ୍ୟସଭା ନିୟମ ଅନୁଯାୟୀ ଷ୍ଟାର ରେସଲର ଏଥିପାଇଁ ଯୋଗ୍ୟ ହେଉ ନାହାନ୍ତି।

କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା କହିଛନ୍ତି ଯେ ଭିନେଶଙ୍କୁ ରାଜ୍ୟ ସଭାକୁ ପଠାଯିବା ଉଚିତ। କିନ୍ତୁ, ରାଜ୍ୟ ସଭା ନିୟମ ଅନୁଯାୟୀ ଷ୍ଟାର ମହିଳା ରେସଲର ନିୟମନୁସାରେ ଏଥିପାଇଁ ଯୋଗ୍ୟ ହେବେ ନାହିଁ। କାରଣ ତାଙ୍କ ବୟସ ୩୦ବର୍ଷରୁ କମ ଅଟେ। ନିୟମ ଅନୁଯାୟୀ, ରାଜ୍ୟ ସଭାର ସଦସ୍ୟ ହେବାକୁ ଜଣେ ବ୍ୟକ୍ତିଙ୍କ ବୟସ ସୀମା ୩୦ ବର୍ଷରୁ କମ ହେବା ଉଚିତ ନୁହେଁ। ବର୍ତ୍ତମାନ, ଭିନେଶ ଫୋଗଟଙ୍କ ବୟସ ୨୯ ବର୍ଷ । କିନ୍ତୁ, ଭିନେଶ ୨୫ ଅଗଷ୍ଟ ୨୦୨୪ରେ ୩୦ ବର୍ଷ ହୋଇଯିବେ।

ସେପ୍ଟେମ୍ବର ୩ରେ ୧୨ ଟି ରାଜ୍ୟ ସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ସେହି ଦିନ ଫଳାଫଳ ମଧ୍ୟ ଘୋଷଣା କରାଯିବ। ତେବେ ହରିୟାଣାର ଗୋଟିଏ ଆସନ ଏଥିପାଇଁ ଖାଲି ଅଛି କାରଣ, କଂଗ୍ରେସ ନେତା ଦୀପେନ୍ଦ୍ର ହୁଡା ରୋହତକରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ବିଜୟ ହୋଇଥିଲେ।

ନିର୍ବାଚନ କମିଶନରଙ୍କ ଅନୁଯାୟୀ ଅଗଷ୍ଟ ୧୪ରେ ରାଜ୍ୟ ସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୨୧ ଯାଏଁ ରହିବ। ଏଭଳି ପରିସ୍ଥିତିରେ କଂଗ୍ରେସ ଚାହିଁଲେ ମଧ୍ୟ ଫୋଗଟଙ୍କୁ ରାଜ୍ୟ ସଭା ଟିକେଟ୍‌ ଦେଇ ପାରିବ ନାହିଁ। କାରଣ ଅଗଷ୍ଟ ୨୫ ରେ ତାଙ୍କୁ ୩୦ ବର୍ଷ ବୟସ ହେବ। ଯାହା ନାମାଙ୍କନପତ୍ର ଦାଖଲ କରିବାର ମାତ୍ର ୪ ଦିନ ପଛୁଆ ଅଛି।

ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା କହିଛନ୍ତି ଯେ, ଯଦି ହରିୟାଣା ବିଧାନସଭାରେ କଂଗ୍ରେସର ସଂଖ୍ୟା ଗରିଷ୍ଠତା ଥାଆନ୍ତା ତେବେ ସେ ଭିନେଶଙ୍କୁୁ ରାଜ୍ୟ ସଭା ପାଇଁ ମନୋନୀତ କରିଥାନ୍ତା। ଯଦି ଆମର ସଂଖ୍ୟା ଥାଆନ୍ତା, ତେବେ ଆମେ ଭନେଶ ଫୋଗଟଙ୍କୁ ରାଜ୍ୟ ସଭାକୁ ପଠାଇଥାନ୍ତୁ।

ଭିନେଶ ଫୋଗଟଙ୍କ ଦାଦା ମହାବୀର ଫୋଗାଟ କଂଗ୍ରେସ ନେତାଙ୍କ ମନ୍ତବ୍ୟକୁ ଏକ ରାଜନନୈତିକ ଷ୍ଟଣ୍ଟ ବୋଲି କହିଛନ୍ତି। ସେ କହିଛନ୍ତି, ଯେତେବେଳେ ହରିୟାଣାରେ କଂଗ୍ରେସ କ୍ଷମତାରେ ଥିଲା ସେତେବେଳେ ତାଙ୍କ ଝିଅ ରେସଲର୍‌ ଗୀତା ଫୋଗଟ ଅନେକ ପଦକ ଜିତିବା ସତ୍ତ୍ୱେ ରାଜ୍ୟ ସଭାକୁ ପଠାଯାଇ ନ ଥିଲା। ଯେତେବେଳେ ସେମାନଙ୍କର ସରକାର ଥିଲା, ସେମାନେ କାହିଁକି ଗୀତା ଫୋଗଟଙ୍କୁ ପଠାଇଲେ ନାହିଁ? ସେ ଆହୁରି ମଧ୍ୟ କହିଛନ୍ତି, ଗୀତା ଫୋଗଟ ଅନେକ ରେକର୍ଡ ସ୍ଥାପନ କରିଛନ୍ତି। ଯେତେବେଳେ ଭୁପେନ୍ଦ୍ର ସିଂ ହୁଡା ସରକାର କ୍ଷମତାରେ ଥିଲେ, ସେମାନେ ଗୀତାଙ୍କୁ ଡେପୁଟି ପୋଲିସ ଅଧୀକ୍ଷକ ମଧ୍ୟ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri