Posted inଜାତୀୟ

ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ବିପଦମୁକ୍ତ

ଶିମଲା/ନୂଆଦିଲ୍ଲୀ,୨୮ା୨: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଏବେ ବିପଦମୁକ୍ତ ହୋଇଛି। ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ବିକ୍ରମଦିତ୍ୟ ସିଂ ବୁଧବାର ସକାଳେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, କିନ୍ତୁ ସନ୍ଧ୍ୟାରେ ଦଳର ନେତା ତଥା ପର୍ଯ୍ୟବେକ୍ଷକଙ୍କ ବୈଠକ ପରେ ସେ ଇସ୍ତଫା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କ ସହ ଆଲୋଚନା ପରେ ବୁଧବାର ରାତିରେ ବିକ୍ରମାଦିତ୍ୟ କହିଛନ୍ତି, ସଙ୍ଗଠନକୁ ସୁଦୃଢ଼ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଦାୟିତ୍ୱ। ସେ ସକାଳେ ଦେଇଥିବା ଇସ୍ତଫାକୁ ଦଳର ବୃହତ୍‌ ସ୍ବାର୍ଥ ଓ ଏକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଗ୍ରହଣ କରିନାହାନ୍ତି। ତେଣୁ ସେ ଇସ୍ତଫାପତ୍ର ପ୍ରତ୍ୟାହାର କରିନେଇଥିବା କହିଛନ୍ତି।
ସରକାର ଗଠନର ୧୪ ମାସ ପରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବୀରଭଦ୍ର ସିଂଙ୍କ ପରିବାର। ଏହାର ପରିଣାମ ସ୍ବରୂପ ରାଜ୍ୟ ସଭାର ଏକମାତ୍ର ଆସନ ପାଇଁ ମଙ୍ଗଳବାର ଅନୁଷ୍ଠିତ ନିର୍ବାଚନରେ ଶାସକ କଂଗ୍ରେସକୁ ପରାଜୟର ମୁହଁ ଦେଖିବାକୁ ମିଳିଛି। ଏତିକି ନୁହେଁ, ୬ କଂଗ୍ରେସ ବିଧାୟକଙ୍କ କ୍ରସ୍‌ ଭୋଟିଂ ଯୋଗୁ ସୁଖୁ ସରକାର ଉପରେ ସଙ୍କଟର ବାଦଲ ଛାଇଯାଇଥିଲା। ସୁଖୁ ସରକାରଙ୍କୁ ସଂଖ୍ୟାଲଘୁ ଦର୍ଶାଇ ଉଭୟ ଶାସକ ଓ ବିରୋଧୀ ଦଳରୁ କ୍ଷମତା ପରିବର୍ତ୍ତନର ସ୍ବର ଉଠାଇଥିଲେ। ଏହି କ୍ରମରେ କଂଗ୍ରେସ ଷ୍ଟଲଓ୍ବାର୍ଟ ବୀରଭଦ୍ର ସିଂଙ୍କ ପୁଅ ବିକ୍ରମାଦିତ୍ୟ ସିଂ (ଶିମଲା ରୁରାଲ) ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇତିମଧ୍ୟରେ ବିଧାନସଭା ବାଚସ୍ପତି ବିଶୃଙ୍ଖଳିତ ଆଚରଣ ପାଇଁ ୧୫ ଭାଜପା ବିଧାୟକଙ୍କୁ ଗୃହରୁ ବହିଷ୍କାର କରିଛନ୍ତି। ଶିମଲାରେ ପହଞ୍ଚତ୍ଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଏନେଇ ଓ୍ବ୍‌ାୟନାଡ୍‌ ଏମ୍‌ପି ରାହୁଲ ଗାନ୍ଧୀ ଓ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଆଲୋଚନା କରିଛନ୍ତି। ହିମାଚଳର ସ୍ଥିତି ଉପରେ କଂଗ୍ରେସ ଟିମ୍‌ ଗୁରୁବାର ସନ୍ଧ୍ୟା ସୁଦ୍ଧା ଖାର୍ଗେଙ୍କୁ ରିପୋର୍ଟ ଦେବେ। ଏଆଇସିସି ମୁଖ୍ୟାଳୟରେ ଅନ୍ୟତମ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ୨୦୨୨ ଡିସେମ୍ବରରେ ରାଜ୍ୟବାସୀ କଂଗ୍ରେସକୁ ଦେଇଥିବା ଜନାଦେଶକୁ ସମ୍ମାନ ଜଣାଇବା ଆମର ସର୍ବୋଚ୍ଚ ପ୍ରାଥମିକତା। ତେଣୁ ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ଉପଯୁକ୍ତ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ-କଲେଜ ଛୁଟି ଘୋଷଣା

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ବଢ଼ି ଚାଲିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗତ ୪ ଦିନ ହେବ ଜିଲାରେ ପ୍ରାୟ ୪୧ରୁ ୪୨ ଡିଗ୍ରୀ ଉପରେ…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ଇରାନର ବଡ଼ ଘୋଷଣା: ହର୍ମୁଜକୁ ସମ୍ପୂର୍ଣ୍ଣ ଖୋଲିଦେଇ କହିଲା ଏଥର…

ତେହରାନ,୧୭ା୪: ଇସ୍ରାଏଲ-ଲେବାନନ ଅସ୍ତ୍ରବିରତି ପରେ ବଡ଼ ଘୋଷଣା କରିଛି ଇରାନ। ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଖୋଲି ଦେଇଥିବା କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି।…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

ମୋର ଆଉ ମୋଦିଙ୍କର ସ୍ତ୍ରୀ ନାହାନ୍ତି…ସଂସଦରେ କହୁକହୁ ଏ କ’ଣ କହିଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ସଂଶୋଧନ ବିଲ ଉପରେ ଆଲୋଚନା ସମୟରେ ଲୋକ ସଭାରେ ଏକ ଅତ୍ୟନ୍ତ ଆକର୍ଷଣୀୟ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ନେତା ରାହୁଲ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

ଭାଷଣ ଦେବା ପୂର୍ୱରୁ ହାତରେ କାହିଁକି ବ୍ୟାଣ୍ଡେଜ ବାନ୍ଧିଥିଲେ ରାହୁଲ? ସଂସଦ ଭିତରେ କହିଦେଲେ…

ନୂଆଦିଲ୍ଲୀ,୧୭।୪: ସଂସଦର ସ୍ୱତନ୍ତ୍ର ଅଧିବେଶନ ସମୟରେ ମହିଳା ସଂରକ୍ଷଣ ବିଲ ଉପରେ ଚାଲିଥିବା ବିତର୍କ ମଧ୍ୟରେ ସମସ୍ତଙ୍କ ନଜର ରାହୁଲ ଗାନ୍ଧୀଙ୍କ ଉପରେ ଥିଲା। ଉଲ୍ଲେଖନୀୟ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri