Posted inଜାତୀୟ

ମଧ୍ୟପ୍ରଦେଶରେ ନିର୍ବାଚନୀ ହିଂସା: କାର ଚଳାଇ କଂଗ୍ରେସ ସମର୍ଥକ ସଲମାନଙ୍କୁ ହତ୍ୟା

ଭୋପାଳ,୧୭।୧୧: ନିର୍ବାଚନ ପ୍ରଚାର ପରେ ଆରମ୍ଭ ହୋଇଯାଇଛି ମତଦାନ ପ୍ରକ୍ରିୟା। ଶୁକ୍ରବାର ମଧ୍ୟପ୍ରଦେଶ ଓ ଛତିଶଗଡରେ ମତଦାନ ହୋଇଛି। ନିର୍ବାଚନ ପ୍ରଚାର ଶାନ୍ତିପୂର୍ଣ୍ଣ ହୋଇଥିବାବେଳେ ଭୋଟିଂ ଦିନ ମଧ୍ୟପ୍ରଦେଶର କେତେକ ସ୍ଥାନରେ ହିଂସା ଦେଖାଦେଇଛି। ଏପରିକି ହିଂସା ଯୋଗୁ ଜଣେ କଂଗ୍ରେସ ସମର୍ଥକଙ୍କୁ ହତ୍ୟା କରାଯାଇଛି। ଛତରପୁରର ରାଜନଗରରେ ଭାଜପା-କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ସମସ୍ୟା ଉପୁଜି ଜଣେ କଂଗ୍ରେସ ସମର୍ଥକ ସଲମାନଙ୍କ ମୃତ୍ୟୁ ହୋଇଛି। କଂଗ୍ରେସ ଅଭିଯୋଗ କରିଛି କି, ଭାଜପା କାର୍ଯ୍ୟକର୍ତ୍ତା ତାଙ୍କୁ ଗାଡି ମାଡ କରି ହତ୍ୟା କରିଛନ୍ତି।
୩୪ବର୍ଷିୟ ସଲମାନ ମଧ୍ୟପୟଦେଶର ଖୁଜରାହୋର ବାସିନ୍ଦା ଅଟନ୍ତି। ସଲମାନ ସେଠକାର ବିଧାୟକ ବିକୟମ ସିଂହଙ୍କ ସହ ଅକୋନା ଗାଁକୁ ଯାଉଥିଲେ। କାରଣ ତାଙ୍କୁ ସେଠାରେ ମଦ ବଣ୍ଟା ଯାଉଥିବାର ସୂଚନା ମିଳିଥିଲା। ତେବେ ସେଠାରେ ପହଞ୍ଚିବା ପରେ ଭାଜପା ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ବିଧାୟକ ଅଭିଯୋଗ କରିଛନ୍ତି କି, ଭାଜପା କାର୍ଯ୍ୟକର୍ତ୍ତା ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଭାଜପା କାର୍ଯ୍ୟକର୍ତ୍ତା ଓ ପ୍ରାର୍ଥୀ ଅରବିନ୍ଦ ପଟୋରିଆଙ୍କ ସମର୍ଥକ ତାଙ୍କୁ ବନ୍ଧୁକ ଦେଖାଇ ସଲମାନଙ୍କୁ ଘଟଣାସ୍ଥଳରୁ ଘୋଷାଡି ନେଇଥିଲେ। ଏପହାପରେ ସଲମାନଙ୍କ ଉପରେ କାର୍‌ ଚଳାଇ ତାଙ୍କୁ ହତ୍ୟା କରିଥିଲେ। ହସ୍ପିଟାଲ ନେବା ସମୟରେ ସଲମାନଙ୍କର ମୃତ୍ୟୁ ହୋଇଯାଇଥିଲା।
ଅନ୍ୟପଟେ ଭାଜପା ପ୍ରାର୍ଥୀ ଅରବିନ୍ଦ କଂଗ୍ରେସ ବିଧାୟକଙ୍କ ଏହି ଅଭିଯୋଗକ ଖାରଜ କରିଛନ୍ତି। ସେ କହିଛନ୍ତି, ରାଜନୈତିକ ଲାଭ ପାଇବା ଆଶାରେ ଦୁର୍ଘଟଣାକୁ ହତ୍ୟା ରୂପ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri