କେନ୍ଦୁଝର,୩୦।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କୃଷି ଓ କୃଷକର ମହାନ ପର୍ବ ଅକ୍ଷୟ ତୃତୀୟା ସାରା ଦେଶରେ ମହା ଆଡମ୍ବର ସହକାରେ ଚାଷୀମାନେ ପାଳନ କରୁଛନ୍ତି। କେନ୍ଦୁଝର ଜିଲା କୃଷକ କଂଗ୍ରେସ ସେଲର ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ତତ୍ୱାବଧାନରେ ତେଲକୋଇ ବ୍ଲକରେ ଏହି କାର୍ଯ୍ୟକ୍ରମରେ ଜିଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଖିମୁଠି ଅନୁକୂଳ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ କେନ୍ଦୁଝର ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାୟକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ସଭାପତି ଭଦ୍ରସେନ ପ୍ରଧାନ, ବରିଷ୍ଠ ଆଇନଜୀବୀ ନାରାୟଣ ପ୍ରଧାନ, କଂଗ୍ରେସ ନେତା ଅରକ୍ଷିତ ପ୍ରଧାନ, ନୀଳମଣି ସାହୁ, ବିଭୁତି ଭୂଷଣ ସାହୁ, ଶରତ କୁମାର ପାତ୍ର, ଦୁର୍ଯ୍ୟୋଧନ ବିଶ୍ୱାଳ, ଅନ୍ତର୍ଯ୍ୟାମୀ ପାତ୍ର, ଚନ୍ଦ୍ରମଣି ସାହୁ, ଧିରେନ କୁମାର ପ୍ରଧାନ, କଳାକାର ସାହୁ, ହେମନ୍ତ ବିଶ୍ୱାଳ, ବିଜୟ କୁମାର ସାହୁ, ବିଜୟ କୁମାର ପ୍ରଧାନ, ନୀଳାନ୍ଦ୍ରି ନାଏକ, ମହିଳା କଂଗ୍ରେସ ନେତ୍ରୀ ସୁକେଶିନୀ ପାତ୍ର, ସାଧବାଣୀ ନାଏକ, ପଦ୍ମନୀ ନାଏକ, ଗୋମତୀ ନାଏକ ଓ ମଞ୍ଜୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।


