Posted inଜାତୀୟ

କଂଗ୍ରେସର ବିଜ୍ଞାପନ ବିବାଦ: ପୋଷ୍ଟରରେ ମୌଲାନା ଆଜାଦଙ୍କ ଫଟୋ ନାହିଁ…

ରାୟପୁର,୨୬।୨ : ରାୟପୁରରେ ୮୫ ତମ କଂଗ୍ରେସ ସମ୍ମିଳନୀର ଏକ ବିଜ୍ଞାପନ ନେଇ ବିବାଦ ସୃଷ୍ଟି ହୋଇଛି। ପାର୍ଟିର ଏହି ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାହା ଉପରେ ଅନେକ ଆଲୋଚନା ହେଉଛି। ଏହି ବିଜ୍ଞାପନରେ ଦେଶର ସ୍ବାଧୀନତା ସମୟରେ କଂଗ୍ରେସର ଅଧ୍ୟକ୍ଷ ଥିବା ମୌଲାନା ଅବୁଲ କଲାମ ଆଜାଦଙ୍କ ଫଟୋ ନାହିଁ।
ତେବେ ଏହି ବିଜ୍ଞାପନରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଭୀମରାଓ ଆମ୍ବେଡକର, ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ସରୋଜିନୀ ନାଇଡୁ, ଲାଲ ବାହାଦୂର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ପି.ଭି ନରସିଂହ ରାଓଙ୍କ ଫଟୋ ରହିଛି।
ଏଥି ସହିତ କଂଗ୍ରେସ ଏହି ବିଜ୍ଞାପନକୁ ଗମ୍ଭୀରତାର ସହ ନେଇଛି। ଦଳର ମହାସଚିବ ଜୟରାମ ରମେଶ ତାଙ୍କ ଟୁଇଟରେ ଲେଖିଛନ୍ତି, ଆଜି କଂଗ୍ରେସ ଦ୍ୱାରା ପ୍ରକାଶିତ ଏକ ବିଜ୍ଞାପନରେ ମୌଲାନା ଆଜାଦଙ୍କ ଫଟୋ ନାହିଁ। ଏହା ଏକ କ୍ଷମା ଯୋଗ୍ୟ ଭୁଲ ନୁହେଁ। ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମେ ଏନେଇ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛୁ। ମୌଲାନା ଆମ ତଥା ସମଗ୍ର ଭାରତ ପାଇଁ ଏକ ପ୍ରତୀକାତ୍ମକ ଏବଂ ପ୍ରେରଣାଦାୟକ ବ୍ୟକ୍ତିତ୍ୱ ହୋଇ ରହିବେ ।

ଜଣେ ୟୁଜର୍‌ ୱାସିମ ଆକ୍ରାମ ତ୍ୟାଗି ଏହି ବିଜ୍ଞାପନକୁ ତାଙ୍କ ଟୁଇଟରେ ପୋଷ୍ଟ କରିଥିଲେ। ଏହା ସହିତ ସେ ଲେଖିଛନ୍ତି, ରାହୁଲ, ଆପଣ ମୌଲାନା ଆଜାଦଙ୍କ ବିନା ୧୩୭ ବର୍ଷର କଂଗ୍ରେସ ଯାତ୍ରା ସମାପ୍ତ କରିଛନ୍ତି କି? ମୌଲାନା ଆଜାଦ କଂଗ୍ରେସର ପ୍ରଥମ ଅଧ୍ୟକ୍ଷ ଥିଲେ। କଂଗ୍ରେସକୁ ନିଜର ରକ୍ତରେ ଛିଞ୍ଚି ଥିଲେ ଏବଂ ରାହୁଲ ଗାନ୍ଧୀ ଆପଣ ଭାବୁଛନ୍ତି କି ମୌଲାନାଙ୍କ ବିଷୟରେ ଉଲ୍ଲେଖ ନକରି ଆପଣ ୨୦୨୪ରେ କ୍ଷମତାକୁ ଆସିବେ?

ସେ ଆହୁରି ମଧ୍ୟ କହିଛନ୍ତି, ଅସଂଖ୍ୟ ନାମ ଅଛି ଯେଉଁମାନେ କଂଗ୍ରେସ ଗଠନ କରିଥିଲେ। କିନ୍ତୁ ଆଜି କଂଗ୍ରେସ ସମସ୍ତଙ୍କୁ ଭୁଲି ଯାଇଛନ୍ତି। କଂଗ୍ରେସ ଦ୍ୱାରା ପ୍ରକାଶିତ ବିଜ୍ଞାପନରେ ଜଣେ ବି ମୁସଲମାନ ନାହାଁନ୍ତି। ୧୩୭ ବର୍ଷର ଯାତ୍ରା ସମୟରେ କଂଗ୍ରେସର ଆଠଜଣ ଅଧ୍ୟକ୍ଷ ମୁସଲମାନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri