Posted inଜାତୀୟ

କଂଗ୍ରେସର ବିଜ୍ଞାପନ ବିବାଦ: ପୋଷ୍ଟରରେ ମୌଲାନା ଆଜାଦଙ୍କ ଫଟୋ ନାହିଁ…

ରାୟପୁର,୨୬।୨ : ରାୟପୁରରେ ୮୫ ତମ କଂଗ୍ରେସ ସମ୍ମିଳନୀର ଏକ ବିଜ୍ଞାପନ ନେଇ ବିବାଦ ସୃଷ୍ଟି ହୋଇଛି। ପାର୍ଟିର ଏହି ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାହା ଉପରେ ଅନେକ ଆଲୋଚନା ହେଉଛି। ଏହି ବିଜ୍ଞାପନରେ ଦେଶର ସ୍ବାଧୀନତା ସମୟରେ କଂଗ୍ରେସର ଅଧ୍ୟକ୍ଷ ଥିବା ମୌଲାନା ଅବୁଲ କଲାମ ଆଜାଦଙ୍କ ଫଟୋ ନାହିଁ।
ତେବେ ଏହି ବିଜ୍ଞାପନରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଭୀମରାଓ ଆମ୍ବେଡକର, ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ସରୋଜିନୀ ନାଇଡୁ, ଲାଲ ବାହାଦୂର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ପି.ଭି ନରସିଂହ ରାଓଙ୍କ ଫଟୋ ରହିଛି।
ଏଥି ସହିତ କଂଗ୍ରେସ ଏହି ବିଜ୍ଞାପନକୁ ଗମ୍ଭୀରତାର ସହ ନେଇଛି। ଦଳର ମହାସଚିବ ଜୟରାମ ରମେଶ ତାଙ୍କ ଟୁଇଟରେ ଲେଖିଛନ୍ତି, ଆଜି କଂଗ୍ରେସ ଦ୍ୱାରା ପ୍ରକାଶିତ ଏକ ବିଜ୍ଞାପନରେ ମୌଲାନା ଆଜାଦଙ୍କ ଫଟୋ ନାହିଁ। ଏହା ଏକ କ୍ଷମା ଯୋଗ୍ୟ ଭୁଲ ନୁହେଁ। ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମେ ଏନେଇ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛୁ। ମୌଲାନା ଆମ ତଥା ସମଗ୍ର ଭାରତ ପାଇଁ ଏକ ପ୍ରତୀକାତ୍ମକ ଏବଂ ପ୍ରେରଣାଦାୟକ ବ୍ୟକ୍ତିତ୍ୱ ହୋଇ ରହିବେ ।

ଜଣେ ୟୁଜର୍‌ ୱାସିମ ଆକ୍ରାମ ତ୍ୟାଗି ଏହି ବିଜ୍ଞାପନକୁ ତାଙ୍କ ଟୁଇଟରେ ପୋଷ୍ଟ କରିଥିଲେ। ଏହା ସହିତ ସେ ଲେଖିଛନ୍ତି, ରାହୁଲ, ଆପଣ ମୌଲାନା ଆଜାଦଙ୍କ ବିନା ୧୩୭ ବର୍ଷର କଂଗ୍ରେସ ଯାତ୍ରା ସମାପ୍ତ କରିଛନ୍ତି କି? ମୌଲାନା ଆଜାଦ କଂଗ୍ରେସର ପ୍ରଥମ ଅଧ୍ୟକ୍ଷ ଥିଲେ। କଂଗ୍ରେସକୁ ନିଜର ରକ୍ତରେ ଛିଞ୍ଚି ଥିଲେ ଏବଂ ରାହୁଲ ଗାନ୍ଧୀ ଆପଣ ଭାବୁଛନ୍ତି କି ମୌଲାନାଙ୍କ ବିଷୟରେ ଉଲ୍ଲେଖ ନକରି ଆପଣ ୨୦୨୪ରେ କ୍ଷମତାକୁ ଆସିବେ?

ସେ ଆହୁରି ମଧ୍ୟ କହିଛନ୍ତି, ଅସଂଖ୍ୟ ନାମ ଅଛି ଯେଉଁମାନେ କଂଗ୍ରେସ ଗଠନ କରିଥିଲେ। କିନ୍ତୁ ଆଜି କଂଗ୍ରେସ ସମସ୍ତଙ୍କୁ ଭୁଲି ଯାଇଛନ୍ତି। କଂଗ୍ରେସ ଦ୍ୱାରା ପ୍ରକାଶିତ ବିଜ୍ଞାପନରେ ଜଣେ ବି ମୁସଲମାନ ନାହାଁନ୍ତି। ୧୩୭ ବର୍ଷର ଯାତ୍ରା ସମୟରେ କଂଗ୍ରେସର ଆଠଜଣ ଅଧ୍ୟକ୍ଷ ମୁସଲମାନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri