କାର୍ତ୍ତିକ ବ୍ରତକୁ ନେଇ ଦ୍ୱନ୍ଦ୍ୱ:ପଞ୍ଜିକାରେ ଭିନ୍ନ ତାରିଖ, ଗ୍ରହଣ କଲେନି ଜ୍ୟୋତିର୍ବିଦ୍‌

ପୁରୀ,୧୬ା୧୦(ଅଜିତ୍‌ କୁମାର ମହାନ୍ତି):ପହିଲି କାର୍ତ୍ତିକ ବ୍ରତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ବୀକୃତି ପାଇଥିବା ପଞ୍ଜିକାରେ ଦ୍ବନ୍ଦ୍ୱ ଦେଖାଦେଇଥିବା ଜଣାପଡ଼ିଛି। କୁମାର ପୂର୍ଣ୍ଣିମା ଦିନ ନା କୁମାର ପୂର୍ଣ୍ଣିମା ପରଦିନଠାରୁ କାର୍ତ୍ତିକ ହବିଷିଆଳିମାନେ ତାଙ୍କର ବ୍ରତ ଆରମ୍ଭ କରିବେ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଜ୍ୟୋତିର୍ବିଦଙ୍କ ମତରେ ଅକ୍ଟୋବର ୧୬ ଗଜଲକ୍ଷ୍ମୀ ପୂଜା, ୧୭ରେ କୁମାର ପୂର୍ଣ୍ଣିମା ଓ ୧୮ରେ କାର୍ତ୍ତିକ ବ୍ରତ ଆରମ୍ଭ। ଜିଲା ପ୍ରଶାସନ ପକ୍ଷରୁ ହବିଷିଆଳି ଯୋଜନା ମଧ୍ୟ ଅକ୍ଟୋବର ୧୮ରୁ ଆରମ୍ଭ ହେଉଛି। ସେହିଦିନ ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ସହ ହବିଷିଆଳିମାନଙ୍କୁ ମହାପ୍ରସାଦ ଯୋଗାଇ ଦିଆଯିବ ବୋଲି ନୀତି ପ୍ରଶାସକ କହିଛନ୍ତି। ପହିଲି କାର୍ତ୍ତିକ ବ୍ରତ କେଉଁଦିନ ଆରମ୍ଭ କରିବେ କାର୍ତ୍ତିକ ବ୍ରତଧାରିଣୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି। କୁମାର ପୂର୍ଣ୍ଣିମା ଦିନଠାରୁ ଆରମ୍ଭ ହେବ ନା କୁମାର ପୂର୍ଣ୍ଣିମା ପରଦିନ ହବିଷିଆଳିମାନେ ବ୍ରତ ପାଇଁ ସଙ୍କଳ୍ପ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ।
ପଞ୍ଜିକାରେ ଅକ୍ଟୋବର ୧୭ରେ କୁମାର ପୂର୍ଣ୍ଣିମା, ସୁଦର୍ଶନ ମହାପ୍ରଭୁଙ୍କ ଚାରି ଆଶ୍ରମ ବିଜେ ଓ କାର୍ତ୍ତିକ ବ୍ରତ ଆରମ୍ଭ ବୋଲି ଉଲ୍ଲେଖ କରାଯାଇଛି। କିନ୍ତୁ ପରମ୍ପରା ମୁତାବକ କୁମାର ପୂର୍ଣ୍ଣିମା ପରଦିନ ବା କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ କାର୍ତ୍ତିକ ବ୍ରତ ଆରମ୍ଭ ହୁଏ। ଏଭଳି ପଞ୍ଜିକାର ଭିନ୍ନ ଭିନ୍ନ ତଥା ଅସାମଞ୍ଜସ୍ୟ ଯୋଗୁଁ କେଉଁ ଦିନ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ହବିଷିଆଳିମାନେ ଜାଣିପାରୁନାହାନ୍ତି। ପଞ୍ଜିକାର ତିଥି, ବାର, ଯାନିଯାତ୍ରା, ଶୁଭ ତଥା ମାହେନ୍ଦ୍ର ବେଳା, ଅଶୁଭ ବେଳାକୁ ମାନି ସାଧାରଣ ଲୋକ ପୂଜାପାଠ, ଉପାସନା ଆଦି କରିଥାନ୍ତି। କିନ୍ତୁ ଅନେକ ସମୟରେ ଭିନ୍ନ ଭିନ୍ନ ପଞ୍ଜିକାରେ ଯାନି ଯାତ୍ରା ଭିନ୍ନ ଭିନ୍ନ ତାରିଖ ଉଲ୍ଲେଖକୁ ନେଇ ସନ୍ଦେହ ସୃଷ୍ଟି ହୋଇଥାଏ ବା କିପରି ସେହି ପର୍ବକୁ ପାଳନ କରିବେ ତାକୁ ନେଇ ତର୍କବିତର୍କ ଲାଗିରହେ। ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଯେଉଁ ତାରିଖରେ ଉଲ୍ଲେଖ କରାଯାଇଛି ତା’ର ତାରିଖ ଓ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ପାଳନ ଭିନ୍ନ ତାରିଖରେ ହେଉଥିବାରୁ ତାକୁ ସାଧାରଣ ଲୋକଙ୍କ ସମେତ ହବିଷିଆଳିମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ବୁଧବାର ଗଜଲକ୍ଷ୍ମୀ ପୂଜା ଓ ଏହାର ପରଦିନ କୁମାର ପୂର୍ଣ୍ଣିମା ବ୍ରତ ପାଳନ ନେଇ ଗବେଷକମାନେ ସ୍ପଷ୍ଟ କରିଛନ୍ତି। ଫଳରେ ଶୁକ୍ରବାର ଠାରୁ ଧର୍ମ ମାସ କାର୍ତ୍ତିକ ଆରମ୍ଭ ହେଉଥିବା ହେତୁ କାର୍ତ୍ତିକ ବ୍ରତ ପାଳନ ୧୮ ଠାରୁ କରିବା ନେଇ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା କହିଛନ୍ତି। ସେପଟେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଗୋଟିଏ ପଞ୍ଜିକା କରିବାକୁ ପଣ୍ଡିତ ପଦ୍ମନାଭ ତ୍ରିପାଠୀ କହିଛନ୍ତି।
ଓ ସଂସ୍କୃତିରେ ସମସ୍ତ ନୀତିକାନ୍ତି ମୁକ୍ତିମଣ୍ଡପ ଦ୍ୱାରା ସ୍ଥିରୀକୃତ ହୋଇଥାଏ। ଏପରିକି ପର୍ବପର୍ବାଣିଗୁଡ଼ିକରେ ବିଶେଷ ନୀତିକାନ୍ତି ସବୁ ମଧ୍ୟ ଛତିଶା ନିଯୋଗରେ ଆଲୋଚନା କରାଯାଇ ସ୍ଥିରୀକୃତ କରାଯାଇଥାଏ। ଭିନ୍ନ ଭିନ୍ନ ପଞ୍ଜିକା ଦ୍ୱାରା ନିର୍ଦ୍ଧାରଣ ହୋଇଥିବା ସମୟରେ ପୂର୍ବରୁ ଅନେକ ବାର ତାରତମ୍ୟ ଦେଖାଯାଇଥିବା ବେଳେ ଏହା ସାଧାରଣ ଲୋକଙ୍କୁ ଭ୍ରମିତ କରୁଥିବା ମତ ରଖିଛନ୍ତି ବରିଷ୍ଠ ସେବାୟତ। ଶ୍ରୀମନ୍ଦିର ପ୍ରଶାସନ ଓ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ଯେଉଁ ପଞ୍ଜିକାକୁ ସ୍ବୀକୃତି ମିଳିଛି, ସେଥିରେ ମଧ୍ୟ ଭିନ୍ନ ଭିନ୍ନ ତାରିଖ ରହିଛି ଯାହାକୁ ନେଇ ସନ୍ଦେହ ମୋଚନର ଆବଶ୍ୟକତା ରହିଥିବା ପଞ୍ଜିକାର ହରିଶଙ୍କର ମିଶ୍ର କହିଛନ୍ତି। ଶ୍ରୀମନ୍ଦିରରେ ଗୁରୁବାର କୁମାର ପୂର୍ଣ୍ଣିମା ପର୍ବ ଓ ଶୁକ୍ରବାର ଅର୍ଥାତ ୧୮ ତାରିଖ କାର୍ତ୍ତିକ ବ୍ରତ ପାଳନ କରାଯିବା ନେଇ ନୀତି ପ୍ରଶାସକ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ, ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ….

ଭୁବନେଶ୍ବର,୨୫।୩: ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗି ରହିଛି । ଏହାରି ଭିତରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି ।…

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର; ମହଜୁଦ ରହିଛି ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଭୟଭୀତ ହୁଅନ୍ତୁ ନାହିଁ

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ, ଭାରତ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଦେଶ ଭିତରେ ପର୍ଯ୍ୟାପ୍ତ ପରିମାଣରେ…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ଯୁଦ୍ଧ ଭିତରେ ୧ ଏପ୍ରିଲରୁ ବଦଳିଯିବ ୫ ନିୟମ, ରୋଷେଇ ଘରରୁ ପେଟ୍ରୋଲ ଯାଏ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୫।୩: ୧ ଏପ୍ରିଲରୁ ଆର୍ଥିକ ନିୟମାବଳୀରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଖର୍ଚ୍ଚ ଉପରେ ସିଧାସଳଖ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

ପେନ୍‌ସନ୍‌ଭୋଗୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଭ୍ୟାଲିଡେସନ ଆକ୍ଟ, ପ୍ରତ୍ୟାହାର ଦାବି ନେଇ…

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ୨୫ ମାର୍ଚ୍ଚ ୨୦୨୫ରେ ପାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri