Posted inUncategorized

ଆତ୍ମବିଶ୍ୱାସ

”ଆତ୍ମବିଶ୍ୱାସକୁ ଦୃଢ଼ କରିବାକୁ ହେଲେ କେତୋଟି କଥାକୁ ଗୁରୁତ୍ୱ ଦେବା ଦରକାର। କାରଣ ଏହା ଏଭଳି ଏକ ପ୍ଲାଟ୍‌ଫର୍ମ, ଯାହାକୁ ଆଧାରକରି ଜଣେ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହୋଇପାରିବ।“

ପୁରୁଷ ହୁଅନ୍ତୁ ଅବା ମହିଳା, ଜୀବନରେ ସଫଳତାର ସ୍ବାଦ ଚାଖିବାକୁ କିମ୍ବା କୌଣସି କ୍ଷେତ୍ରରେ ନିଜକୁ ଆଗେଇନେବାକୁ ଗୋଟିଏ କଥା ଉପରେ ଗୁରୁତ୍ୱ ଦେବା ନିହାତି ଦରକାର। ତାହା ହେଲା ଆତ୍ମବିଶ୍ୱାସ। ଯଦି ଏହା ଦୃଢ଼ ରହିଲା ତେବେ ସୁଚିନ୍ତିତ ଯୋଜନା ସହ ଜଣେ ନିଜ ଲକ୍ଷ୍ୟପଥରେ ଆଗେଇପାରିବ। ହେଲେ ଏଭଳି କହିବା ଏବଂ ତାହାକୁ କାମରେ ରୂପାୟିତ କରିବା ଦୁଇଟି ଭିନ୍ନ କଥା। କେତେଜଣ ମହିଳା ଅଛନ୍ତି ଯେଉଁମାନେ ନିଜ ଆତ୍ମବିଶ୍ୱାସ ଉପରେ ଭରସା କରିପାରନ୍ତି ନାହିଁ। ଫଳରେ ସେମାନେ ନିଜ ଜୀବନର ଚଲାବାଟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏହାକୁ ମଜଭୁତ କରିବାକୁ ହେଲେ କେତୋଟି ବିଷୟ ପ୍ରତି ଧ୍ୟାନଦେବା ନିହାତି ଦରକାର। ଜାଣନ୍ତୁ ସେ ସମ୍ପର୍କରେ…
ବେଶଭୂଷା : ନିଜ ପରିଚୟର ଅନ୍ୟ ଏକ ମାଧ୍ୟମ ହେଲା ବେଶଭୂଷା। ଆପଣ ପିନ୍ଧିଥିବା ପୋଷାକ ହିଁ ଆପଣଙ୍କ ପର୍ସନାଲିଟିକୁ ପ୍ରକାଶ କରିଥାଏ। ତେଣୁ ସବୁବେଳେ ନିଜକୁ ମ୍ୟାଚିଂ କଲା ଭଳି ଡ୍ରେସ୍‌ ପିନ୍ଧନ୍ତୁ। ଏଭଳି ପୋଷାକ ପିନ୍ଧନ୍ତୁ ନାହିଁ, ଯାହାକୁ ଦେଖି ଅନ୍ୟମାନଙ୍କ ମନରେ ଭିନ୍ନ ଧାରଣା ଆସିବ। ମନେକରନ୍ତୁ ଆପଣ ଏକ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି। ତେଣୁ ଏହି ସମୟରେ ନିଜର ଡ୍ରେସ୍‌କୋଡ୍‌ ସେହିଭଳି ହେବା ଦରକାର। କାରଣ ଏହା ଜୁରି ସଦସ୍ୟଙ୍କୁ ଯେଭଳି ପ୍ରଭାବିତ କରିବା ଦରକାର, ଯାହାକୁ ନେଇ ସେମାନେ ଆପଣଙ୍କୁ ପ୍ରଶଂସା ମଧ୍ୟ କରିପାରନ୍ତି। ଅନ୍ୟପକ୍ଷରେ ନିଜର ଆତ୍ମବିଶ୍ୱାସ ବଢ଼ାଇବାରେ ବେଶଭୂଷା ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
କଥାବାର୍ତ୍ତା ଶୈଳୀ: କଥାରେ ଅଛି-କହିବ ମଧୁର ବଚନ, କହି ତୋଷିବ ଜନମନ। ତେଣୁ ଆପଣଙ୍କର କଥାବାର୍ତ୍ତା ଶୈଳୀ ଉପରେ ଅନେକ କିଛି ନିର୍ଭର କରିଥାଏ। କାହା ସହ କିପରି କଥା ହେଲେ ତାହା ଆପଣଙ୍କ ସମ୍ମାନକୁ ଆହୁରି ପ୍ରଶଂସିତ କରିବ ତାହା ଚିନ୍ତା କରିବା ଦରକାର। ଏଥିଲାଗି ଯେଉଁ ଜିନିଷର ଆବଶ୍ୟକତା ରହିଛି ତାହା ହେଲା ଆତ୍ମବିଶ୍ୱାସ। କାରଣ ଏହାକୁ ଆଧାରକରି ଆପଣ ଦମ୍ଭର ସହ କଥା ହୋଇପାରିବେ। ଥରେ ମନରେ ଆତ୍ମବିଶ୍ୱାସ ଦୃଢ଼ ହୋଇଗଲେ ତାହା ଆପଣଙ୍କୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିଥାଏ। ଆଉ ଏକ କଥା-ଅନ୍ୟମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ନିଜର ଭାବଭଙ୍ଗୀ ପ୍ରତି ନଜର ଦେବାକୁ ଭୁଲନ୍ତୁ ନାହିଁ।
ଦୋଛକିରେ ପଡ଼ନ୍ତୁ ନାହିଁ: ବେଳେ ବେଳେ ମଣିଷ ଏଭଳି ସ୍ଥିତିରେ ପଡ଼ିଯାଏ ଯେ ସେତେବେଳେ ମନ ଭିତରେ ବିଭିନ୍ନ ପ୍ରକାର ନେଗେଟିଭ ପ୍ରଶ୍ନ ଉଙ୍କି ମାରିଥାଏ। ତେଣୁ କୌଣସି କ୍ଷେତ୍ରରେ ଆଗେଇବା ପୂର୍ବରୁ ଦୋଛକିରେ ପଡ଼ନ୍ତୁ ନାହିଁ। ପ୍ରଥମେ ସେ ନେଇ ନିଜ ମନରେ ଆତ୍ମବିଶ୍ୱାସ ଦୃଢ଼ କରନ୍ତୁ। ଏହା ଏଭଳି ଦୃଢ଼ ହେବା ଦରକାର, ଯାହା ଆଗକୁ ଆଗେଇବା ସମୟରେ ଆପଣଙ୍କ ପଛରେ ଛାଇ ପରି ଠିଆ ହୋଇଥିବ। ମନରେ ଯଦି କିଛି ନେଗେଟିଭ ପ୍ରଶ୍ନ ଆସୁଛି, ତେବେ ତାହାକୁ ତୁରନ୍ତୁ ସମାଧାନ କରନ୍ତୁ। ତାହାକୁ ନେଇ ଅଡୁଆରେ ପଡ଼ିଲେ ତାହା ଆତ୍ମବିଶ୍ୱାସକୁ ପ୍ରଭାବିତ କରିବା ଯଥେଷ୍ଟ ସମ୍ଭାବନା ରହିଛି।
ଭୁଲ୍‌କୁ ଡରନ୍ତୁ ନାହିଁ: ବେଳେବେଳେ କେତେଜଣ ମହିଳା କିଛି ଭୁଲ୍‌ ହୋଇଯିବ ଭାବି ନୂଆ କିଛି କରିବାକୁ ଡରିଥାନ୍ତି। ଫଳରେ ସେମାନଙ୍କର ଆତ୍ମବିଶ୍ୱାସର ମୂଳଦୁଆ ଦୋହଲି ଯାଇଥାଏ। ଯଦି କିଛି ଭୁଲ୍‌ କରିଛନ୍ତି ତେବେ ତାହାର ସମାଧାନ ଚିନ୍ତା କରନ୍ତୁ। ଭୁଲ୍‌କୁ ନେଇ ଡରିଗଲେ ଆପଣ ତାହାର ଜାଲରେ ଛନ୍ଦି ହୋଇଯିବେ ଆଉ ଗୋଟିଏ ଗୋଟିଏ ସ୍ଥାନରେ ସେମିତି ସ୍ଥାଣୁ ଭଳି ଠିଆ ହୋଇଥିବେ। ତେଣୁ ଭୁଲ୍‌କୁ ଏକ ବୋଝ ନ ଭାବି ତାହା କବଳରୁ ନିଜକୁ ଦୂରେଇ ନିଅନ୍ତୁ ଏବଂ ଆତ୍ମବିଶ୍ୱାସ ଦୃଢ଼କରି ନିଜ ଲକ୍ଷ୍ୟ ପଛରେ ଆଗାନ୍ତୁ।
ଚିନ୍ତାଧାରା: କେବେ କେବେ ଅନ୍ୟକୁ କପି କରିବା ଦ୍ୱାରା ନିଜ ଭିତରେ ଥିବା ୟୁନିକ୍‌ ପର୍ସନାଲିଟିକୁ ହରାଇବାକୁ ପଡ଼ିଥାଏ। ସବୁବେଳେ ନିଜକୁ ଏଭଳି ଗଢ଼ି ତୋଳନ୍ତୁ ଯାହାଦ୍ୱାରା ଆପଣଙ୍କୁ ଅନ୍ୟମାନେ ପ୍ରଶଂସା କରିବେ। ନିଜେ ଏଭଳି କିଛି ଚିନ୍ତା କରନ୍ତୁ। ଫଳରେ ଅନ୍ୟମାନେ ଏହାଦ୍ୱାରା ପ୍ରେରଣା ପାଇପାରିବେ। ତେଣୁ ସେହି ଅନୁସାରେ ନିଜ ଚିନ୍ତାଧାରାକୁ ସକାରାତ୍ମକ କରନ୍ତୁ ଏବଂ ଆତ୍ମବିଶ୍ୱାସ ମଧ୍ୟ ଦୃଢ଼ କରନ୍ତୁ।
ଲଢ଼ିବା ଶିଖନ୍ତୁ : କେବେ କେବେ ହାରିବାର ଭୟ ଓ ଲୋକଙ୍କ ଆଲୋଚନା ଡରରେ ମହିଳାମାନେ ନିଜ ଆତ୍ମାର କଥା ଶୁଣି ନ ଥାନ୍ତି । ଫଳରେ ନିଜ ଭିତରେ ସେମାନେ ଭୟର ବାତାବରଣ ସୃଷ୍ଟି କରିଥାଆନ୍ତି ଏବଂ ତାହାକୁ ଭାବି ଭାବି ଚିନ୍ତାରେ ପଡ଼ିଯାଆନ୍ତି। ତେଣୁ ସବୁବେଳେ ମନରେ ଲଢ଼ିବା ମନୋଭାବ ରଖନ୍ତୁ । ହେଲେ ଏହି ଭାବନା ସକାରାତ୍ମକ ହେବା ଦରକାର ଏବଂ ଅନ୍ୟମାନଙ୍କର ବ୍ୟକ୍ତିତ୍ୱ ଉପରେ ଆଞ୍ଚ ନ ଆଣିବା ଦରକାର। ଯଦି କୌଣସି କଥାକୁ ନେଇ ମନରେ ଡର ରହିବ ତେବେ ଆପଣଙ୍କ ଯୋଜନା ଅଡୁଆ ତଡୁଆ ହୋଇଯିବ। ତେଣୁ ମନରୁ ଏଭଳି ଭୟ ଦୂର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

CSK ବିପକ୍ଷ ମ୍ୟାଚ୍‌ବେଳେ କାନ୍ଦି ପକାଇଲେ ରବିନ୍ଦ୍ର ଜାଡେଜା: ପଛରେ ରହିଛି ଏମିତି କାରଣ…

ନୂଆଦିଲ୍ଲୀ,୩୧।୩: ଭାରତୀୟ ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ IPL ୨୦୨୬ ନାଟକୀୟ ଭାବରେ ବଦଳି ଯାଇଛି। ଯେଉଁ ଦଳ ପାଇଁ ସେ ପୂର୍ବ ସିଜନ ପର୍ଯ୍ୟନ୍ତ ନିଜ…

IPL 2026: ଆରମ୍ଭ ହେଲା ଟିକେଟ୍ ବୁକିଂ, ଘରେ ବସି ଏଭଳି ବୁକ୍‌ କରନ୍ତୁ , ମିଳିବ ସିଟ୍‌

ନୂଆଦିଲ୍ଲୀ,୨୯।୩: ୨୮ ମାର୍ଚ୍ଚରୁ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ RCB ବନାମ SRH ମଧ୍ୟରେ ପ୍ରଥମ ମୁକାବିଲା ସହ ଆଇପିଏଲ୍‌ର ନୂଆ ସିଜିନ୍ ଆରମ୍ଭ ହୋଇଛି।। ଟିକେଟ୍…

୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ: ଏବେ ବି ଟୋକନ ଅପେକ୍ଷାରେ…

ଭୁବନେଶ୍ୱର,୨୫।୩: ରାଜ୍ୟରେ ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ। ଏବେ ବି ୧ ଲକ୍ଷ ୬୩ ହଜାର ଚାଷୀ ୭ ଦିନ ପରେ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଜାରି ହେଲା ନୂଆ ସିଡ୍ୟୁଲ, ଜାଣନ୍ତୁ ରୋହିତ ବିରାଟ ଖେଳିବେ କେତୋଟ ମ୍ୟାଚ

ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ଅପେକ୍ଷା ଶେଷରେ ଶେଷ ହେବାକୁ ଯାଉଛି, ଟୁର୍ଣ୍ଣାମେଣ୍ଟ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri