ଉଇଗର ନିର୍ଯାତନା ବିରୋଧରେ ତୁର୍କୀରେ ସମ୍ମିଳନୀ …

ଇସ୍ତାନବୁଲ, ୧୫।୬ : ଚାଇନାରେ ଉଇଗର ମୁସଲମାନଙ୍କ ଉପରେ ନିର୍ଯାତନା ବଢ଼ି ଚାଲିଛି। ସିଙ୍ଗାପୁର ପୋଷ୍ଟ ଅନୁଯାୟୀ, ଚାଇନା ଜିନଜିଆନରେ ଉଇଗର ମୁସଲମାନ ଏବଂ ତିବ୍ଦତରେ ତିବ୍ଦତୀୟ ସଂଖ୍ୟାଲଘୁଙ୍କ ସଂସ୍କୃତି ଏବଂ ଧାର୍ମିକ ପରିଚୟକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଚାଇନାର କମ୍ୟୁନିଷ୍ଟ ପାର୍ଟିର ଜିନଜିଆଙ୍ଗରେ ଉଇଗରଙ୍କ ଦମନର ଘୃଣ୍ୟ ଚେହେରା ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଜାରି ରହିଛି। ଯେଉଁମାନେ ଖସିଯିବାକୁ ଚେଷ୍ଟା କରନ୍ତି ସେମାନଙ୍କୁ ଗୁଳି କରିବା ଭଳି ନୀତି ଏଠାରେ ଗ୍ରହଣ କରାଯାଇଛି। ଜନସଂଖ୍ୟାକୁ ଦମନ କରିବା ଏବଂ ପିଲାମାନଙ୍କୁ ପରିବାରଠାରୁ ଅଲଗା କରିବା ପାଇଁ ମହିଳାମାନଙ୍କ ଉପରେ ମଧ୍ୟ ନିର୍ଯାତନା ଅନ୍ତର୍ଗତ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରପୋଚାର ଜୋର୍‌ ଜବରଦସ୍ତ ଲଦି ଦିଆଯାଉଛି।

କେବଳ ଏତିକି ନୁହେଁ, ୧୯୫୦ଦଶକରେ ଚାଇନା ବେଆଇନ ଭାବରେ ତିବ୍ଦତକୁ ଦଖଲ କରି ଏହାର ଅନନ୍ୟ ପରିଚୟ ଏବଂ ସଂସ୍କୃତି ବିଲୋପ କରିବାର ନୀତି ମଧ୍ୟ ଅନୁସରଣ କରୁଛି। ଚାଇନା ବର୍ତ୍ତମାନ ଏଠାରେ ପିଲାମାନଙ୍କୁ ମାନ୍ଦାରିନ ଭାଷାର ବ୍ୟବହାର କରିବାକୁ କହୁଛି। ଏପରି କରି ସେମାନଙ୍କୁ ସେମାନଙ୍କର ସାଂସ୍କୃତିକ ଐତିହ୍ୟରୁ ଦୂରେଇ ରଖିବାକୁ ଚେଷ୍ଟା କରାଯାଉଛି।

ଉଇଗର ନରସଂହାର ପ୍ରସଙ୍ଗରେ ଏକ ଇସଲାମୀୟ ବିଦ୍ୱନ ସମ୍ମିଳନୀ ଚାଇନାର ବିରୋଧରେ ତୁର୍କୀର ଇସ୍ତାନବୁଲରେ ଅନୁଷ୍ଠିତ ହୋଇଯାଇଛି। ସେଣ୍ଟର ଫର୍‌ ଉଇଗୁର୍‌ ଷ୍ଟଡିଜ ଟୁଇଟ କରି କୁହାଯାଇଛି ଯେ ଏହି ସମ୍ମିଳନୀରେ ଜିନଜିଆଙ୍ଗର ସଂଖ୍ୟାଲଘୁଙ୍କ ପାଇଁ ସମର୍ଥନ ହାସଲ କରିବା ଉପେୀ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ଦର୍ଶାଯାଇଥିଲା ଯେ ଉଇଗୁରୁମାନେ ମୁଖ୍ୟତଃ ମୁସଲମାନ ସଂଖ୍ୟାଲଘୁ ତୁର୍କୀ ଗୋଷ୍ଠୀ । ସେମାନଙ୍କର ସୃଷ୍ଟି ମଧ୍ୟ-ପୂର୍ବ ଏସିଆରେ ଉତ୍ପନ୍ନ ହୋଇଥିଲା। ଜିନଜିଆଙ୍ଗରେ ସେମାନଙ୍କ ଉପରେ ଅତ୍ୟଧିକ ନିର୍ଯାତନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri