ବସ୍‌ରେ ଦିବ୍ୟାଙ୍ଗ ନାବାଳିକାଙ୍କୁ କଣ୍ଡକ୍ଟରଙ୍କ ଦୁର୍ବ୍ୟବହାର, ବସ୍‌ ମାଲିକଙ୍କୁ ନୋଟିସ୍‌

କେନ୍ଦୁଝର,୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ଦିବ୍ୟାଙ୍ଗ ନାବାଳିକା ତାଙ୍କ ମା’ଙ୍କ ସହିତ ଚିକିତ୍ସା ପାଇଁ ଭୁବନେଶ୍ବରକୁ ଯାଉଥିବା ବେଳେ ସେମାନଙ୍କୁ ଏକ ବସ୍‌ର କଣ୍ଡକ୍ଟର ଦୁର୍ବ୍ୟବହାର କରିବା ସହ ଓ ସରକାରୀ ପାସ୍‌କୁ ବେଖାତିର କରିବା ଘଟଣାକୁ ନେଇ ପ୍ରୀତିପ୍ରଜ୍ଞାଙ୍କ ବାପା ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖତ ଅଭିଯୋଗ କରିବା ପରେ ଆର୍‌ଟିଓ କେନ୍ଦୁଝର ମାନସ ରଞ୍ଜନ ସାହୁ ବସ୍‌ ମାଲିକ ବିକ୍ରମକେଶରୀ ଜେନା, ବସ୍‌ କଣ୍ଡକ୍ଟର ଓ ଡ୍ରାଇଭରଙ୍କୁ ଆସନ୍ତା ପାଞ୍ଚ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଆଦେଶ କରି ନୋଟିସ ପଠାଇଛନ୍ତି।

ଅଭିଯୋଗ ଅନୁଯାୟୀ, ବସର କଣ୍ଡକ୍ଟର ସରକାରଙ୍କ ପକ୍ଷରୁ ମିଳିଥିବା ବସ୍‌ ରିହାତି ପାସ୍‌କୁ ଅମାନ୍ୟ କରି ନାବାଳିକା ଦିବ୍ୟାଙ୍ଗ ପ୍ରୀତିପ୍ରଜ୍ଞା ଓ ତାଙ୍କ ମାଆ ଚିକିତ୍ସା ପାଇଁ ଭୁବନେଶ୍ବର ଯିବା ସମୟରେ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହିତ କଟକରେ ବସ୍‌ରୁ ଓହ୍ଲାଇ ଦେବା ପାଇଁ ଧମକ ଦେଇଥିଲେ ଏବଂ ସମ୍ପୂର୍ଣ୍ଣ ଭଡ଼ା ନେଇଥିଲେ। ପୂର୍ବରୁ ଜିଲାର ଓ ବାହାର ଅନେକ ବେସରକାରୀ ବସ୍‌ କର୍ମଚାରୀ ସରକାରଙ୍କ ଦ୍ବାରା ପ୍ରଦତ୍ତ ଏହି ପାସ୍‌କୁ ମାନୁ ନ ଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ପଦକ୍ଷେପ ନିଆ ଯାଉ ନ ଥିବାରୁ ଆନନ୍ଦପୁର ଅଞ୍ଚଳର ରତିକାନ୍ତ କାନ୍ତ ସାହୁ ଏ ନେଇ ଅଭିଯୋଗ କରିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରଦର୍ଶନ କରାଯାଇଛି। ଅଭିଯୋଗ ପରେ ଆରଟିଓ ଅଭିଯୋଗ ତ୍ୱରିତ ବିଚାର ପଶି ପଦକ୍ଷେପ ନେଇଥିବା ବେଳେ ଜିଲାର ଅନ୍ୟାନ୍ୟ ଦିବ୍ୟାଙ୍ଗ ସେମାନଙ୍କ ଚିକିତ୍ସା ପାଇଁ ଯିବା ଆସିବାରେ ବସ୍‌ରେ କିଭଳି ସୁବିଧା ପାଇ ପାରିବେ ସେ ନେଇ ପଦକ୍ଷେପ ନେବାକୁ ଦିବ୍ୟାଙ୍ଗ ପ୍ରୀତିପ୍ରଜ୍ଞାଙ୍କ ବାପା ଦାବି କରିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସଫଳ ହେଲା ଜୟଶଙ୍କରଙ୍କ କୂଟନୀତି, ଇରାନ ଦେଖାଇଲା ଉଦାରତା

ନୂଆଦିଲ୍ଲୀ,୭।୩: ରବିବାର ନବମ ଦିନ ପାଇଁ ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି। ଉପସାଗରରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଦୁଇଟି ଭାରତୀୟ ମାଲବାହୀ…

ଗ୍ରୋସେରି ଦୋକାନରେ ବିକ୍ରି କରୁଥିଲେ ମଦ: ମାଡ଼ିବସିଲା…

ଦେବଗଡ଼,୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ  କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗ୍ରାମରେ ରାମଚନ୍ଦ୍ର ବେହେରା (୫୮) ତାଙ୍କ ଗ୍ରୋସେରି ଦୋକାନରେ ବେଆଇନ ଭାବେ ଦେଶୀ…

ବରୁଣ ଚକ୍ରବର୍ତ୍ତୀ ନୁହେଁ, ଫାଇନାଲରେ ଖେଳିବେ ଏହି ଖେଳାଳି! ପ୍ଲେଇଂ ଇଲେଭେନର ନୂଆ ଅପଡେଟ କରୁଛି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୩: ଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ ହୋଇ ରହିଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ଚାରି ଓଭରରେ ୬୪ରନ…

ନନ୍ଦପୁରରେ ମିଳିଲାନି ଡିଜେଲ, ପେଟ୍ରୋଲ: ଟାଙ୍କି ବନ୍ଦ

ନନ୍ଦପୁର,୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ୨୩ ପଞ୍ଚାୟତ, ସେମିଳିଗୁଡା ବ୍ଲକର ୪ ଓ ଲମତାପୁଟ ବ୍ଲକର ୪ ପଞ୍ଚାୟତବାସୀ ପାଇଁ ଥିବା…

ବିହାରି ଭାଟି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି

ନନ୍ଦପୁର, ୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ସଦର ମହକୁମାରେ ଥିବା ବିହାରୀ ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ…

ଭେନେଜୁଏଲା-ଇରାନ ପରେ, ଆମେରିକାର ଟାର୍ଗେଟରେ ଏବେ କେଉଁ ଦେଶ? ଟ୍ରମ୍ପ ଦେଲେ ସ୍ପଷ୍ଟ ଉତ୍ତର

ଓ୍ବାଶିଂଟନ,୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ରାତିରେ (ମାର୍ଚ୍ଚ ୭, ୨୦୨୬) ଇରାନ ଉପରେ ଏକ ବଡ଼ ଆକ୍ରମଣ ଧମକ ଦେଇଥିଲେ। ସେ ଆମେରିକାର ସାମରିକ…

ଭିଡିଓ ବାର୍ତ୍ତା ମାଧ୍ୟମରେ ଇରାନକୁ କଡ଼ା ବାର୍ତ୍ତା ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ଜେରୁଜେଲମ,୭।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର (ମାର୍ଚ୍ଚ ୭, ୨୦୨୬) ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଇସ୍ରାଏଲୀ ଲୋକଙ୍କ ସାହସ ଏବଂ ଏକତାକୁ…

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri