Posted inଜାତୀୟ

କଣ୍ଡୋମରେ ନିର୍ବାଚନ ପ୍ରଚାର, ଘର ଘର ବୁଲି ବାଣ୍ଟୁଛନ୍ତି ଦଳୀୟ କର୍ମୀ

ନୂଆଦିଲ୍ଲୀ,୨୨।୨: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କଲେଣି ସବୁ ଦଳ। ଏନେଇ ଅଣ୍ଟା ଭିଡିଲେଣି ସବୁ ଦଳ। ନିର୍ବାଚନରେ ଏକାଠି ଲଢିବାକୁ ନେଇ ଗଡ ତିଆରିଥିବା ଇଣ୍ଡିଆ ମେଣ୍ଟ ଏବେ ଅଧାଗଢା ଘରେ ଏକାକୀ ପଡିଯାଇଛି। ଟିଏମସି, ଏଏପି ଓ ଜେଡୁୟୁ ହାତ ଛାଡିଦେଇଥିବାବେଳେ ଏବେ କଂଗ୍ରେସର ସାହାରା ସାଜିଛି ସମାଜବାଦୀ ପାର୍ଟି। ସେପଟେ ଭାଜପାର ଶୀର୍ଷ ନେତୃତ୍ୱମାନେ ରାଜ୍ୟକୁ ରାଜ୍ୟ ଗସ୍ତ କରି ତୃଳମୂଳ ସ୍ତରର ନେତାଙ୍କ କାନରେ ଗୁରୁମନ୍ତ୍ର ଫୁଙ୍କୁଛନ୍ତି। କେବଳ ଏହି ଦୁଇଟି ଦଳ ନୁହେଁ ଦେଶର ଅନ୍ୟ ସମସ୍ତ ଦଳ ମଧ୍ୟ ନିର୍ବାଚନ ନେଇ ଅଣ୍ଟା ଭିଡିଛନ୍ତି। ନିଜ ନିଜର ଖାସ୍‌ ଅନ୍ଦାଜରେ ସେମାନେ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।

ତେବେ ଏହି ଭିନ୍ନ ଢଙ୍ଗରେ ପ୍ରଚାର ପ୍ରସାର ଭିତରେ ପଛରେ ପଡିନାହିଁ ଆନ୍ଧ୍ର ପ୍ରଦେଶର ଦୁଇ ଆଞ୍ଚଳିକ ଦଳ YSR Congress ଓ ତେଲଗୁ ଦେଶମ ପାର୍ଟି(TDP)। କହିବାର କାରଣ, ଆପଣ ସବୁ ଦଳକୁ ପୋଷ୍ଟର ଲଗାଇ , ମାଗଣା ରାଶନ ବାଣ୍ଟି ପ୍ରଚାର ପ୍ରସାର କରୁଥିବାର ଜାଣିଥିବେ। କିନ୍ତୁ ଆନ୍ଧ୍ରର ଏହି ଦୁଇଟି ପାର୍ଟି କଣ୍ଡୋମ ମାଧ୍ୟମରେ ନିର୍ବାଚନ ପାଇଁ ପ୍ରଚାର ପ୍ରସାର କରୁଛନ୍ତି। ପାର୍ଟି ପାଇଁ କଣ୍ଡୋମ ଏକ କ୍ୟାମ୍ପେନ ଟୁଲ୍‌ ଭାବେ ବ୍ୟବହୃତ ହେଉଛି। ଏନେଇ ଇଣ୍ଡିଆ ଟୁଡେରେ ଏକ ରିପୋର୍ଟ ପ୍ରକାଶ ପାଇଛି।

ସୋସିଆଲ ମିଡିଆରେ ଏହି କଣ୍ଡୋମ ଫଟୋ ଭାଇରାଲ ହେବାରେ ଲାଗିଛି। ପ୍ୟାକେଟରେ ଦଳର ଚିହ୍ନ ଥିବା ଦେଖାଯାଇଛି। ଭାଇରାଲ ଭିଡିଓରେ କୁହାଯାଇଛି କି, ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଏହି ପ୍ୟାକେଟ୍‌କୁ ଭୋଟର୍‌ଙ୍କୁ ବଣ୍ଟା ଯାଉଛି। ଭାଇରାଲ ଭିଡିଓରେ ଜଣେ ଟିଡିପି କାର୍ଯ୍ୟକର୍ତ୍ତାଙ୍କୁ ଏନେଇ ପ୍ରଶ୍ନ କରିବାରୁ ସେ କହିଛନ୍ତି, ‘ଯଦି ବହୁତ ପିଲା ଜନ୍ମ ହେବେ ତେବେ ଦଳକୁ ବେଶୀ ଟଙ୍କା ବାଣ୍ଟିବାକୁ ପଡିବ, ତେଣୁ ଆମେ କଣ୍ଡୋମ ବାଣ୍ଟୁଛୁ’।

ତେବେ କଣ୍ଡୋମ ବାଣ୍ଟି ପ୍ରଚାର କରିବାକୁ ଟିଡିପି ଉପରେ ବର୍ଷିଛି ଓ୍ବାଇଏସଆର୍‌ କଂଗ୍ରେସ। ଟିଡିପି ହୀନ ରାଜନୀତି କରୁଛି ବୋଲି ଜଗମୋହନ ରେଡ୍ଡୀଙ୍କ ପାର୍ଟି କଟାକ୍ଷ କରିଛି। ତେବେ ଏହି ସମୟରେ ଓ୍ବାଇଏସଆର କଂଗ୍ରେସକୁ ପାଲଟା ଜବାବ ଦେଇଛି ଟିଡିପି। ଓ୍ବାଇଏସଆର୍‌ କଂଗ୍ରେସ ଦଳୀୟ ଚିହ୍ନ ଥାଇ କଣ୍ଡୋମ ବାଣ୍ଟୁଥିବା ଫଟୋ ଟିଡିପି ଫଟୋ ପୋଷ୍ଟ କରିଛି। ଯାହାକୁ ନେଇ ରାଜନୀତି ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri