Posted inଜାତୀୟ

କଣ୍ଡୋମରେ ନିର୍ବାଚନ ପ୍ରଚାର, ଘର ଘର ବୁଲି ବାଣ୍ଟୁଛନ୍ତି ଦଳୀୟ କର୍ମୀ

ନୂଆଦିଲ୍ଲୀ,୨୨।୨: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କଲେଣି ସବୁ ଦଳ। ଏନେଇ ଅଣ୍ଟା ଭିଡିଲେଣି ସବୁ ଦଳ। ନିର୍ବାଚନରେ ଏକାଠି ଲଢିବାକୁ ନେଇ ଗଡ ତିଆରିଥିବା ଇଣ୍ଡିଆ ମେଣ୍ଟ ଏବେ ଅଧାଗଢା ଘରେ ଏକାକୀ ପଡିଯାଇଛି। ଟିଏମସି, ଏଏପି ଓ ଜେଡୁୟୁ ହାତ ଛାଡିଦେଇଥିବାବେଳେ ଏବେ କଂଗ୍ରେସର ସାହାରା ସାଜିଛି ସମାଜବାଦୀ ପାର୍ଟି। ସେପଟେ ଭାଜପାର ଶୀର୍ଷ ନେତୃତ୍ୱମାନେ ରାଜ୍ୟକୁ ରାଜ୍ୟ ଗସ୍ତ କରି ତୃଳମୂଳ ସ୍ତରର ନେତାଙ୍କ କାନରେ ଗୁରୁମନ୍ତ୍ର ଫୁଙ୍କୁଛନ୍ତି। କେବଳ ଏହି ଦୁଇଟି ଦଳ ନୁହେଁ ଦେଶର ଅନ୍ୟ ସମସ୍ତ ଦଳ ମଧ୍ୟ ନିର୍ବାଚନ ନେଇ ଅଣ୍ଟା ଭିଡିଛନ୍ତି। ନିଜ ନିଜର ଖାସ୍‌ ଅନ୍ଦାଜରେ ସେମାନେ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।

ତେବେ ଏହି ଭିନ୍ନ ଢଙ୍ଗରେ ପ୍ରଚାର ପ୍ରସାର ଭିତରେ ପଛରେ ପଡିନାହିଁ ଆନ୍ଧ୍ର ପ୍ରଦେଶର ଦୁଇ ଆଞ୍ଚଳିକ ଦଳ YSR Congress ଓ ତେଲଗୁ ଦେଶମ ପାର୍ଟି(TDP)। କହିବାର କାରଣ, ଆପଣ ସବୁ ଦଳକୁ ପୋଷ୍ଟର ଲଗାଇ , ମାଗଣା ରାଶନ ବାଣ୍ଟି ପ୍ରଚାର ପ୍ରସାର କରୁଥିବାର ଜାଣିଥିବେ। କିନ୍ତୁ ଆନ୍ଧ୍ରର ଏହି ଦୁଇଟି ପାର୍ଟି କଣ୍ଡୋମ ମାଧ୍ୟମରେ ନିର୍ବାଚନ ପାଇଁ ପ୍ରଚାର ପ୍ରସାର କରୁଛନ୍ତି। ପାର୍ଟି ପାଇଁ କଣ୍ଡୋମ ଏକ କ୍ୟାମ୍ପେନ ଟୁଲ୍‌ ଭାବେ ବ୍ୟବହୃତ ହେଉଛି। ଏନେଇ ଇଣ୍ଡିଆ ଟୁଡେରେ ଏକ ରିପୋର୍ଟ ପ୍ରକାଶ ପାଇଛି।

ସୋସିଆଲ ମିଡିଆରେ ଏହି କଣ୍ଡୋମ ଫଟୋ ଭାଇରାଲ ହେବାରେ ଲାଗିଛି। ପ୍ୟାକେଟରେ ଦଳର ଚିହ୍ନ ଥିବା ଦେଖାଯାଇଛି। ଭାଇରାଲ ଭିଡିଓରେ କୁହାଯାଇଛି କି, ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଏହି ପ୍ୟାକେଟ୍‌କୁ ଭୋଟର୍‌ଙ୍କୁ ବଣ୍ଟା ଯାଉଛି। ଭାଇରାଲ ଭିଡିଓରେ ଜଣେ ଟିଡିପି କାର୍ଯ୍ୟକର୍ତ୍ତାଙ୍କୁ ଏନେଇ ପ୍ରଶ୍ନ କରିବାରୁ ସେ କହିଛନ୍ତି, ‘ଯଦି ବହୁତ ପିଲା ଜନ୍ମ ହେବେ ତେବେ ଦଳକୁ ବେଶୀ ଟଙ୍କା ବାଣ୍ଟିବାକୁ ପଡିବ, ତେଣୁ ଆମେ କଣ୍ଡୋମ ବାଣ୍ଟୁଛୁ’।

ତେବେ କଣ୍ଡୋମ ବାଣ୍ଟି ପ୍ରଚାର କରିବାକୁ ଟିଡିପି ଉପରେ ବର୍ଷିଛି ଓ୍ବାଇଏସଆର୍‌ କଂଗ୍ରେସ। ଟିଡିପି ହୀନ ରାଜନୀତି କରୁଛି ବୋଲି ଜଗମୋହନ ରେଡ୍ଡୀଙ୍କ ପାର୍ଟି କଟାକ୍ଷ କରିଛି। ତେବେ ଏହି ସମୟରେ ଓ୍ବାଇଏସଆର କଂଗ୍ରେସକୁ ପାଲଟା ଜବାବ ଦେଇଛି ଟିଡିପି। ଓ୍ବାଇଏସଆର୍‌ କଂଗ୍ରେସ ଦଳୀୟ ଚିହ୍ନ ଥାଇ କଣ୍ଡୋମ ବାଣ୍ଟୁଥିବା ଫଟୋ ଟିଡିପି ଫଟୋ ପୋଷ୍ଟ କରିଛି। ଯାହାକୁ ନେଇ ରାଜନୀତି ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ପରିବାରର ୧୬ ବଖରା ପୋଡି ପାଉଁଶ, ଗୋରୁ-ଛେଳି ଜୀବନ୍ତ ଦଗ୍ଧ

ତିହିଡି଼,୫୧(ସଞ୍ଜିତ ବଳ):ତିହିଡି଼ ତହସିଲ ପୀରହାଟ ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ଛତ୍ରପଦା ଗ୍ରାମର ପଣ୍ଡିତସାହିରେ ରବିବାର ବିଳମ୍ବିତ ରାତିରେ ଭୟବହ ଅଗ୍ନିକାଣ୍ଡ ଘଟିଛି l ଏଥିରେ...

ଭାଜପାଠାରୁ କାହିଁକି ଅଲଗା ହେଲେ ଅଜିତ ପାଓ୍ବାର? ନିଜେ କହିଲେ ଏହାର କାରଣ

ମୁମ୍ବାଇ,୫।୧: ମୁମ୍ବାଇ ନଗର ନିଗମ ନିର୍ବାଚନ (BMC ନିର୍ବାଚନ ୨୦୨୬) ପୂର୍ବରୁ, ମହାରାଷ୍ଟ୍ରର ସମସ୍ତ ରାଜନୈତିକ ନେତାମାନେ ସେମାନଙ୍କ ଦଳ ପାଇଁ ବିଜୟ ସୁନିଶ୍ଚିତ କରିବା...

ଭାଜପା ଜିଲା ସଭାପତି ଘୋଷଣା: ରାମଚନ୍ଦ୍ର ମେହେରଙ୍କୁ ବଡ଼ ଦାୟିତ୍ୱ

ସମ୍ବଲପୁର, ୫।୧(ପ୍ରମୋଦ ବହିଦାର): ରାମଚନ୍ଦ୍ର ମେହେର ସମ୍ବଲପୁର ଭାଜପା ଜିଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଫଳରେ ଏହି ପଦବୀକୁ ନେଇ ଦୀର୍ଘ ଦିନରୁ ଲାଗି...

ଟିମ ଇଣ୍ଡିଆକୁ କେମିତି ଫେରିବେ ମହମ୍ମଦ ଶାମି,ଇରଫାନ କହିଲେ ସରଳ ସୂତ୍ର, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୫।୧: ଭାରତର ଘାତକ ଦ୍ରୁତ ବୋଲର ମହମ୍ମଦ ଶାମି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ, ସେ...

ଖ୍ରୀଷ୍ଟିୟାନା ନାଗଙ୍କୁ ପ୍ରଥମ ଲୋଇସିଂହା ସୁନ୍ଦରୀ ମୁକୁଟ

ଲୋଇସିଂହା,୫ା୧(ସୁଶାନ୍ତ ବାରିକ):ପୌଷ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ଜିଲା ଲୋଇସିଂହା ଦୁର୍ଗାମଣ୍ଡପରେ ୨ଦିନ ଧରି ଚାଲିଥିବା ୧୬ତମ ଲୋଇସିଂହା ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ...

ଧନୁଯାତ୍ରା କଥା, ବ୍ୟଥା: କାଳ ହେଲା କଂସ, ମଥୁରା ଛାଡ଼ିଲା ହସ୍ତୀ

ବରଗଡ଼,୫ା୧(ପ୍ରେମାନନ୍ଦ ଖମାରୀ):ନୂଆ ସରକାର ଆସିବା ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ନୂଆଁ ପରିକଳ୍ପନା କରାଯାଇଥିଲା। ବିଗତ ବର୍ଷ ତୁଳନାରେ ସାଜସଜ୍ଜା ବହୁଗୁଣିତ...

T20 World Cup 2026: ବାଂଲାଦେଶର ସମସ୍ତ T20 ବିଶ୍ୱକପ ମ୍ୟାଚ ଭାରତ ବାହାକୁ ସ୍ଥାନାନ୍ତରିତ ହେବ କି? ICC ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧: ICC ପୁରୁଷ T20 ବିଶ୍ୱକପ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)...

ଅସ୍ତବ୍ୟସ୍ତ କରୁଛି କୁହୁଡ଼ି: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି, ୫ /୧ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଘନ କୁହୁଡି ଯେମିତି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ସେହିପରି ଜାଡ଼ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri