କର୍ଲାମୁଣ୍ଡା,୨ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ସରପଞ୍ଚ ପଞ୍ଚାନନ ବାଗଙ୍କ ଶୁକ୍ରବାର ପରଲୋକ ହୋଇଛି। ତାଙ୍କୁ ୫୩ ବର୍ଷ ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମିଳିଥିବା ସୂଚନା ମୁତାବକ, ସରପଞ୍ଚ ବାଗ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ।
ଗତ ବୁଧବାର ହଠାତ୍ ଗୁରୁତର ହୋଇପଡିବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ପତ୍ନୀ ଓ ଦୁଇ ପୁତ୍ରସନ୍ତାନ ଅଛନ୍ତି। ଶନିବାର ମୃତଦେହ ଗାଁରେ ପହଞ୍ଚିବା ପରେ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।


