କଳା ବାଘ ସଫାରିକୁ ନେଇ ଆଶଙ୍କା

ଭୁବନେଶ୍ୱର,୧୧।୩(ଅସମାପିକା ସାହୁ): ଚିଡ଼ିଆଖାନାରେ ଜନ୍ମିତ ବାଘଙ୍କୁ ନେଇ କୌଣସି ସଫାରି କରାଯାଇପାରିବ ନାହିଁ। ଯେଉଁ ଲ୍ୟାଣ୍ଡସ୍କେପ୍‌ରେ ସଫାରି ତିଆରି ହେବ ସେହି ଲ୍ୟାଣ୍ଡସ୍କେପ୍‌ ବା ସ୍ଥାନୀୟ ଜଙ୍ଗଲରେ ରହୁଥିବା ବାଘଙ୍କୁ ଆଣି ସଫାରୀରେ ରଖାଯାଇପାରିବ। ଗତ ୬ତାରିଖରେ ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣିବେଳେ ଏହି ରାୟ ପ୍ରକାଶ କରିଛନ୍ତି। ଫଳରେ ଓଡ଼ିଶାରେ ପ୍ରସ୍ତାବିତ କଳା ବାଘ ସଫାରିକୁ ନେଇ ଆଶଙ୍କା ଦେଖାଦେଇଛି। କାରଣ ଏହି ସଫାରିରେ ନନ୍ଦନକାନନରୁ ବାଘ ଆଣି ଛଡ଼ାଯାଇଥାନ୍ତା। ତେବେ ସୁପ୍ରିମକୋର୍ଟଙ୍କ କଟକଣା ପରେ ଏବେ ସଫାରି ପାଇଁ କଳା ବାଘ କେଉଁଠୁ ଅଣାଯିବ, ସେନେଇ ଚିନ୍ତା ବଢ଼ିଛି। ବିଶେଷକରି ରହିଥିବା ଆଇନଗତ ଦିଗ ଉପରେ ତର୍ଜମା ଆରମ୍ଭ ହୋଇଛି।
ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିକଟରେ କଳା ବାଘ ସଫାରି କରି ପର୍ଯ୍ୟଟନ ବଢ଼ାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ପ୍ରକଳ୍ପଠାରୁ ୧୫ କି.ମି. ଦୂର ବାରିପଦା ସହର ନିକଟରେ ଏହି ସଫାରି ହେବ। ଏଥିପାଇଁ ଜାତୀୟ ରାଜପଥ ନଂ.୧୮କୁ ଲାଗି ୨୦୦ ହେକ୍ଟର ପରିମିତ ଏକ ଜମି ଚିହ୍ନଟ କରାଯାଇଛି। ୨୦୦ ହେକ୍ଟରରୁ ୧୦୦ ହେକ୍ଟରରେ ବାଘ ରହଣି ସ୍ଥଳ ହେବ। ପ୍ରାଥମିକ ଭାବେ ନନ୍ଦନକାନନରେ ଥିବା ୩ଟି କଳା ବାଘ ସହ ଧଳା ବାଘଙ୍କୁ ଏହି ସଫାରିକୁ ଅଣାଯିବାକୁ ସ୍ଥିର ହୋଇଥିଲା। ଏହାଛଡ଼ା ଯେଉଁ ଚିଡ଼ିଆଖାନାରେ ଥିବା ଉଦ୍ଧାର କଳା ବାଘ, ଯେଉଁମାନେ ବଣୁଆ ପ୍ରକୃତି ହରାଇଛନ୍ତି, ସେମାନଙ୍କୁ ଏହି ସଫାରିରେ ଛଡ଼ାଯାଇପାରିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଆସନ୍ତା ଅକ୍ଟୋବରରୁ କଳାବାଘ ସଫାରି କାର୍ଯ୍ୟକ୍ଷମ ହେବା ସହ ପର୍ଯ୍ୟଟକମାନେ ବୁଲିପାରିବେ ବୋଲି କୁହାଯାଇଥିଲେ ମଧ୍ୟ ଏବେ ସୁପ୍ରିମକୋର୍ଟଙ୍କ ରାୟ ଏଥିରେ ବାଧକ ସାଜିଛି। ଉକ୍ତ ରାୟ ଅନୁସାରେ, ଏଣିକି ଶିମିଳିପାଳରୁ ହିଁ କେବଳ କଳା ବାଘ ଆଣି ସଫାରିରେ ରଖାଯାଇପାରିବ। ହେଲେ ଏହା ଏତେ ସହଜ ନୁହେଁ। କାରଣ ଏଥିପାଇଁ କଡ଼ା ନିୟମ ମଧ୍ୟ ରହିଛି। କେଉଁଭଳି ବାଘକୁ ଏଥିରେ ରଖାଯାଇପାରିବ ସେ ନେଇ ଏନ୍‌ଟିସିଏର ୨୦୧୬ ଗାଇଡ୍‌ଲାଇନ ରହିଛି। ପ୍ରଥମରେ ଆହତ ହୋଇ ଆବଶ୍ୟକ ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବାଘ, ଦ୍ୱିତୀୟରେ ଜଙ୍ଗଲରେ ମଣିଷଙ୍କ ପାଇଁ ବିପଦ ପାଲଟିଥିବା ବାଘ, ତୃତୀୟରେ ଅନାଥ ହୋଇ ଜଙ୍ଗଲି ବ୍ୟବହାର ହରାଇଥିବା ବାଘଛୁଆଙ୍କୁ ହିଁ ସଫାରି ଭିତରେ ରଖାଯାଇପାରିବ। ତେବେ ଆହତ କିମ୍ବା ଦୁର୍ବଳ ଦେଖାଯାଉଥିବା ବାଘଙ୍କୁ ସଫାରି ଭିତରେ ଛଡ଼ା ଯାଇପାରିବନାହିଁ। ସବୁଠୁ ବଡ଼ କଥା ହେଲା ସ୍ବାସ୍ଥ୍ୟବାନ୍‌ ଥିବା ବାଘ ବା ଅନ୍ୟ କୌଣସି ପ୍ରାଣୀଙ୍କୁ ଜଙ୍ଗଲରୁ ଧରି ସଫାରି ଭିତରେ ଛଡ଼ା ଯାଇପାରିବ ନାହିଁ ବୋଲି ନିୟମ ରହିଛି। ଏସବୁକୁ ଦେଖିଲେ ଶିମିଳିପାଳରୁ ବର୍ତ୍ତମାନ କଳା ବାଘ ଆଣି ନିର୍ଦ୍ଧାରିତ ସମୟରେ ସଫାରି କରିବା ସମ୍ଭାବନା ବହୁତ କ୍ଷୀଣ। ଅକ୍ଟୋବର ସୁଦ୍ଧା ସଫାରି ସମ୍ପୂର୍ଣ୍ଣ ହେବା ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ, ଦେଶରେ କେବଳ ଶିମିଳିପାଳରେ ହିଁ କଳା ବାଘ ବା ମେଲାନିଷ୍ଟିକ ବାଘ ଦେଖାଯାଆନ୍ତି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ପ୍ରଥମ ବାଘ ଗଣନା ରିପୋର୍ଟ ଅନୁସାରେ, ରାଜ୍ୟରେ ଏବେ ୩୦ଟି ମହାବଳ ବାଘ ରହିଛନ୍ତି। ସେଥିମଧ୍ୟରୁ ୧୩ଟି ମେଲାନିଷ୍ଟିକ ବା କଳାବାଘ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ୧୩ଟି ମଧ୍ୟରେ ୭ଟି ମାଈ ଏବଂ ୬ଟି ଅଣ୍ଡିରା ବାଘ ରହିଛନ୍ତି। ଏହା କେବଳ ଶିମିଳିପାଳରେ ଦେଖାଯାଇଛନ୍ତି। ତେଣୁ ଶିମିଳିପାଳ ନିକଟରେ ହିଁ ଏହି କଳାବାଘ ସଫାରି କରିବାକୁ ରାଜ୍ୟ ସରକାର ମନ ବଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri