କଳା ବାଘ ସଫାରିକୁ ନେଇ ଆଶଙ୍କା

ଭୁବନେଶ୍ୱର,୧୧।୩(ଅସମାପିକା ସାହୁ): ଚିଡ଼ିଆଖାନାରେ ଜନ୍ମିତ ବାଘଙ୍କୁ ନେଇ କୌଣସି ସଫାରି କରାଯାଇପାରିବ ନାହିଁ। ଯେଉଁ ଲ୍ୟାଣ୍ଡସ୍କେପ୍‌ରେ ସଫାରି ତିଆରି ହେବ ସେହି ଲ୍ୟାଣ୍ଡସ୍କେପ୍‌ ବା ସ୍ଥାନୀୟ ଜଙ୍ଗଲରେ ରହୁଥିବା ବାଘଙ୍କୁ ଆଣି ସଫାରୀରେ ରଖାଯାଇପାରିବ। ଗତ ୬ତାରିଖରେ ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣିବେଳେ ଏହି ରାୟ ପ୍ରକାଶ କରିଛନ୍ତି। ଫଳରେ ଓଡ଼ିଶାରେ ପ୍ରସ୍ତାବିତ କଳା ବାଘ ସଫାରିକୁ ନେଇ ଆଶଙ୍କା ଦେଖାଦେଇଛି। କାରଣ ଏହି ସଫାରିରେ ନନ୍ଦନକାନନରୁ ବାଘ ଆଣି ଛଡ଼ାଯାଇଥାନ୍ତା। ତେବେ ସୁପ୍ରିମକୋର୍ଟଙ୍କ କଟକଣା ପରେ ଏବେ ସଫାରି ପାଇଁ କଳା ବାଘ କେଉଁଠୁ ଅଣାଯିବ, ସେନେଇ ଚିନ୍ତା ବଢ଼ିଛି। ବିଶେଷକରି ରହିଥିବା ଆଇନଗତ ଦିଗ ଉପରେ ତର୍ଜମା ଆରମ୍ଭ ହୋଇଛି।
ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିକଟରେ କଳା ବାଘ ସଫାରି କରି ପର୍ଯ୍ୟଟନ ବଢ଼ାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ପ୍ରକଳ୍ପଠାରୁ ୧୫ କି.ମି. ଦୂର ବାରିପଦା ସହର ନିକଟରେ ଏହି ସଫାରି ହେବ। ଏଥିପାଇଁ ଜାତୀୟ ରାଜପଥ ନଂ.୧୮କୁ ଲାଗି ୨୦୦ ହେକ୍ଟର ପରିମିତ ଏକ ଜମି ଚିହ୍ନଟ କରାଯାଇଛି। ୨୦୦ ହେକ୍ଟରରୁ ୧୦୦ ହେକ୍ଟରରେ ବାଘ ରହଣି ସ୍ଥଳ ହେବ। ପ୍ରାଥମିକ ଭାବେ ନନ୍ଦନକାନନରେ ଥିବା ୩ଟି କଳା ବାଘ ସହ ଧଳା ବାଘଙ୍କୁ ଏହି ସଫାରିକୁ ଅଣାଯିବାକୁ ସ୍ଥିର ହୋଇଥିଲା। ଏହାଛଡ଼ା ଯେଉଁ ଚିଡ଼ିଆଖାନାରେ ଥିବା ଉଦ୍ଧାର କଳା ବାଘ, ଯେଉଁମାନେ ବଣୁଆ ପ୍ରକୃତି ହରାଇଛନ୍ତି, ସେମାନଙ୍କୁ ଏହି ସଫାରିରେ ଛଡ଼ାଯାଇପାରିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଆସନ୍ତା ଅକ୍ଟୋବରରୁ କଳାବାଘ ସଫାରି କାର୍ଯ୍ୟକ୍ଷମ ହେବା ସହ ପର୍ଯ୍ୟଟକମାନେ ବୁଲିପାରିବେ ବୋଲି କୁହାଯାଇଥିଲେ ମଧ୍ୟ ଏବେ ସୁପ୍ରିମକୋର୍ଟଙ୍କ ରାୟ ଏଥିରେ ବାଧକ ସାଜିଛି। ଉକ୍ତ ରାୟ ଅନୁସାରେ, ଏଣିକି ଶିମିଳିପାଳରୁ ହିଁ କେବଳ କଳା ବାଘ ଆଣି ସଫାରିରେ ରଖାଯାଇପାରିବ। ହେଲେ ଏହା ଏତେ ସହଜ ନୁହେଁ। କାରଣ ଏଥିପାଇଁ କଡ଼ା ନିୟମ ମଧ୍ୟ ରହିଛି। କେଉଁଭଳି ବାଘକୁ ଏଥିରେ ରଖାଯାଇପାରିବ ସେ ନେଇ ଏନ୍‌ଟିସିଏର ୨୦୧୬ ଗାଇଡ୍‌ଲାଇନ ରହିଛି। ପ୍ରଥମରେ ଆହତ ହୋଇ ଆବଶ୍ୟକ ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବାଘ, ଦ୍ୱିତୀୟରେ ଜଙ୍ଗଲରେ ମଣିଷଙ୍କ ପାଇଁ ବିପଦ ପାଲଟିଥିବା ବାଘ, ତୃତୀୟରେ ଅନାଥ ହୋଇ ଜଙ୍ଗଲି ବ୍ୟବହାର ହରାଇଥିବା ବାଘଛୁଆଙ୍କୁ ହିଁ ସଫାରି ଭିତରେ ରଖାଯାଇପାରିବ। ତେବେ ଆହତ କିମ୍ବା ଦୁର୍ବଳ ଦେଖାଯାଉଥିବା ବାଘଙ୍କୁ ସଫାରି ଭିତରେ ଛଡ଼ା ଯାଇପାରିବନାହିଁ। ସବୁଠୁ ବଡ଼ କଥା ହେଲା ସ୍ବାସ୍ଥ୍ୟବାନ୍‌ ଥିବା ବାଘ ବା ଅନ୍ୟ କୌଣସି ପ୍ରାଣୀଙ୍କୁ ଜଙ୍ଗଲରୁ ଧରି ସଫାରି ଭିତରେ ଛଡ଼ା ଯାଇପାରିବ ନାହିଁ ବୋଲି ନିୟମ ରହିଛି। ଏସବୁକୁ ଦେଖିଲେ ଶିମିଳିପାଳରୁ ବର୍ତ୍ତମାନ କଳା ବାଘ ଆଣି ନିର୍ଦ୍ଧାରିତ ସମୟରେ ସଫାରି କରିବା ସମ୍ଭାବନା ବହୁତ କ୍ଷୀଣ। ଅକ୍ଟୋବର ସୁଦ୍ଧା ସଫାରି ସମ୍ପୂର୍ଣ୍ଣ ହେବା ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ, ଦେଶରେ କେବଳ ଶିମିଳିପାଳରେ ହିଁ କଳା ବାଘ ବା ମେଲାନିଷ୍ଟିକ ବାଘ ଦେଖାଯାଆନ୍ତି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ପ୍ରଥମ ବାଘ ଗଣନା ରିପୋର୍ଟ ଅନୁସାରେ, ରାଜ୍ୟରେ ଏବେ ୩୦ଟି ମହାବଳ ବାଘ ରହିଛନ୍ତି। ସେଥିମଧ୍ୟରୁ ୧୩ଟି ମେଲାନିଷ୍ଟିକ ବା କଳାବାଘ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ୧୩ଟି ମଧ୍ୟରେ ୭ଟି ମାଈ ଏବଂ ୬ଟି ଅଣ୍ଡିରା ବାଘ ରହିଛନ୍ତି। ଏହା କେବଳ ଶିମିଳିପାଳରେ ଦେଖାଯାଇଛନ୍ତି। ତେଣୁ ଶିମିଳିପାଳ ନିକଟରେ ହିଁ ଏହି କଳାବାଘ ସଫାରି କରିବାକୁ ରାଜ୍ୟ ସରକାର ମନ ବଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

ଏହି ୨ ବିଧାୟକଙ୍କ ଟିକେଟ୍‌ କାଟିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଜେଡି ପକ୍ଷରୁ ଶନିବାର ୩ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଆସନରୁ ୨ ବିଧାୟକଙ୍କ ଟିକେଟ କଟିଥିବା ଦେଖାଯାଇଛି। ଖୋର୍ଦ୍ଧା...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

ଚାଲାଣ ସମୟରେ ଜବତ ହୋଇଥିବା ଗୋରୁମାନଙ୍କୁ ଅଭିଯୁକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ: ଓଡ଼ିଶା ହାଇକୋର୍ଟ

କଟକ,୨୭।୪: ନିର୍ଦୟ ଭାବେ ଚାଲାଣ ହେବା ସମୟରେ ଜବତ ହୋଇଥିବା ଗୋରୁ ମାନଙ୍କୁ ସେମାନଙ୍କର ମାଲିକଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଗୋରୁ ମାନଙ୍କ ପ୍ରତି କରାଯାଉଥିବା...

ସିଦ୍ଧାନ୍ତ-ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଅନୁଭବ…

ଭୁବନେଶ୍ୱର,୨୭।୪: ୮ଟି ଆସନ ପ୍ରାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଯେଉଁଥିରେ ଅଭିନେତା ଅରିନ୍ଦମ ରାଏଙ୍କୁ କେନ୍ଦ୍ରାପଡା ସାଲେପୁରରୁ ଟିକେଟ୍‌ ନେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri