ଚିନ୍ତା ବଢ଼ାଇଛି ଚୋରା ବନ୍ଧୁକ

ଢେଙ୍କାନାଳ ଅଫିସ, ୨୩।୬ – ଢେଙ୍କାନାଳ ଜିଲାରେ ସକ୍ରିୟ ହୋଇଉଠିଛନ୍ତି ଅପରାଧୀ ଗୋଷ୍ଠୀ। କଥା କଥାରେ ଫୁଟୁଛି ବୋମା। ହେଉଛି ଗୁଳିମାଡ଼। ଗୋଷ୍ଠୀ ସଂଘର୍ଷରେ ଗଡୁଛି ମୁଣ୍ଡ। ହେଲେ ଏତେ ପରିମାଣର ଚୋରା ବନ୍ଧୁକ, ବୋମା କେଉଁଠୁ ଆସୁଛି ଏବଂ ଏଥିରେ ବାହାର ରାଜ୍ୟର ଲିଙ୍କ୍‌ ଅଛି କି ନାହିଁ ସେ ସମ୍ପର୍କରେ ପୋଲିସ ନିକଟରେ କୌଣସି ସୂଚନା ନାହିଁ। ଜିଲାରେ ଆପରାଧିକ କାର୍ଯ୍ୟକଳାପ ବଢ଼ିଚାଲିଥିବାବେଳେ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଚୋରା ବନ୍ଧୁକକୁ ନେଇ ଏବେ ଚିନ୍ତା ବଢ଼ିଛି।
ଗତ ୧୬ ତାରିଖ ରାତିରେ କାମାକ୍ଷାନଗରର ଦୁଇ ସାହି ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ବନ୍ଧୁକ ଏବଂ ବୋମା ବ୍ୟବହାର ହୋଇଥିଲା। କେବଳ ଏହି ଘଟଣା ନୁହେଁ, ବହୁ ଚର୍ଚ୍ଚିତ ବିଜେଡି ନେତା ଯଶୋବନ୍ତ ପରିଡ଼ା ହତ୍ୟାକାଣ୍ଡରେ ଅତ୍ୟାଧୁନିକ ପିସ୍ତଲ ବ୍ୟବହାର କରାଯାଇଥିଲା। କିଛି ଦିନ ତଳେ ଗଁଦିଆ ଥାନା ଅଞ୍ଚଳର ଗ୍ରାମ୍ୟ ଜଙ୍ଗଲ ରାସ୍ତା ଜବରଦଖଲକୁ କେନ୍ଦ୍ରକରି ସେଠାରେ କୁକୁଡ଼ା ଫାର୍ମ କରିଥିବା ଜଣେ ବ୍ୟବସାୟୀ ଏବଂ ତାଙ୍କ ସମର୍ଥକ ଗୋଷ୍ଠୀ ଗ୍ରାମବାସୀଙ୍କ ଉପରକୁ ବୋମାମାଡ଼ କରିଥିଲେ। ଗ୍ରାମବାସୀ କୌଶଳକ୍ରମେ ୩ ଅଭିଯୁକ୍ତଙ୍କୁ ଧରି ପୋଲିସ ଜିମା ଦେଇଥିଲେ।
ଗତ ୭ମାସ ଭିତରେ କେବଳ କପିଳାସ ଅଭୟାରଣ୍ୟରୁ ବନ ବିଭାଗ ୬୦ରୁ ଊର୍ଦ୍ଧ୍ୱ ଦେଶୀ ବନ୍ଧୁକ ଜବତ କରିଛି। ଏସବୁ ଘଟଣାରେ ଗିରଫ ହୋଇଥିବା ଶିକାରୀମାନେ ସ୍ଥାନୀୟ ଅଞ୍ଚଳର। ତେଣୁ କପିଳାସ ଅଭୟାରଣ୍ୟ ଅଞ୍ଚଳରେ ଏକ ଚୋରା ବନ୍ଧୁକ ର଼୍ୟାକେଟ କାମ କରୁଥିବା ଅନୁମାନ କରାଯାଉଛି। ଏଥିରେ ଝାଡ଼ଖଣ୍ଡ ଏବଂ ବିହାରର ପେସାଦାର ଅପରାଧୀଙ୍କ ଲିଙ୍କ୍‌ ଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ହେଲେ ପୋଲିସ ଚୋରା ବନ୍ଧୁକ କାରବାର ଉପରୁ ପରଦା ଉଠାଇବାରେ ବିଫଳ ହୋଇଛି।
ଏହାକୁ ବାଦ୍‌ଦେଲେ ଜିଲାର ଜାତୀୟ ରାଜପଥରେ ବନ୍ଧୁକଧାରୀ ସକ୍ରିୟ ହୋଇଉଠିଛନ୍ତି। ଚୋରି, ଡକାୟତି, ଲୁଟ୍‌ ଭଳି ଘଟଣାରେ ଏଭଳି ଅପରାଧୀ ଗୋଷ୍ଠୀର ସମ୍ପୃକ୍ତି ରହୁଛି। ସେହିପରି ଢେଙ୍କାନାଳ ପୌରାଞ୍ଚଳ, ଶ୍ୟାମାଚରଣପୁର, ବୋରାପଦା ଏବଂ ଭଗବାନପୁର ସମେତ ସହରତଳି ଅଞ୍ଚଳରେ ବ୍ରାଉନ ସୁଗାର କାରବାର ବଢ଼ିବାରେ ଲାଗିଛି। ଏଥିରେ ବିଧିବଦ୍ଧ ଭାବେ ଗ୍ୟାଙ୍ଗ୍‌ କାମ କରୁଛି। ସେମାନଙ୍କୁ ଧରିବାରେ ପୋଲିସ ଓ ଅବକାରୀ ବିଭାଗ ଫେଲ୍‌ ମାରିଛି। ଲକ୍‌ଡାଉନ ଓ ଶଟ୍‌ଡାଉନ ସମୟରେ ବିଦେଶୀ ମଦ ଦୋକାନ ବନ୍ଦ ରହିଥିବା ବେଳେ ବିଭିନ୍ନ ଢାବାରେ ମାଦକ ଦ୍ରବ୍ୟର ଚୋରା କାରବାର ହେଉଛି। ପୋଲିସ ଗୋଇନ୍ଦା ବିଭାଗ ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବାରୁ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ଦିନକୁ ଦିନ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାବେଳେ ଜିଲା ପୋଲିସ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ଏସ୍‌ପି କେ. ଶିବା ସୁବ୍ରମଣି କୁହନ୍ତି, ଚୋରା ବନ୍ଧୁକ ଏବଂ ବ୍ରାଉନ୍‌ସୁଗାର କାରବାର ରୋକିବା ଦିଗରେ ପୋଲିସ ପ୍ରଶାସନ ନଜର ରଖିଛି। ଆଗକୁ କେଉଁ ଭଳି ପଦକ୍ଷେପ ନିଆଯାଇପାରିବ ସେ ନେଇ ବିଚାର କରାଯାଉଛି।

ପୋଲିସ ଦାୟିତ୍ୱ ଭୁଲିଯାଇଛି
ଢେଙ୍କାନାଳ ଜିଲାରେ ଆପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଶାନ୍ତିଭଙ୍ଗ ହେଉଛି। ପୋଲିସ ନିଜ ଦାୟିତ୍ୱ ଏବଂ କର୍ତ୍ତବ୍ୟ ଭୁଲିଯାଇଛି। ଏସ୍‌ପି ମଧ୍ୟ ଏହାକୁ ରୋକିବା ଲାଗି ଯତ୍ନବାନ ହେଉନାହାନ୍ତି। ପୋଲିସ ବିଭାଗ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଏହାକୁ ରୋକିବା ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ଜରୁରୀ।
-ନବକିଶୋର ଗୁରୁ, ଆଇନଜୀବୀ
ଜଘନ୍ୟ ମାମଲା ବଢ଼ିବାରେ ଲାଗିଛି
ଢେଙ୍କାନାଳ ଜିଲାରେ ଆଇନଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଅପହରଣ, ଗୁଳିକାଣ୍ଡ, ବୋମାମାଡ଼, ହତ୍ୟାକାଣ୍ଡ ଭଳି ଜଘନ୍ୟ ମାମଲା ବଢ଼ିଚାଲିଛି। ପୋଲିସ ନିଜ ଦାୟିତ୍ୱ ଠିକ୍‌ ଭାବେ ତୁଲାଉ ନାହିଁ। ଅପରାଧୀ ଏବଂ ସେମାନଙ୍କ ଆପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି।
-ପଙ୍କଜ ନାୟକ, ସାମାଜିକ କର୍ମୀ
ଏସ୍‌ପି ତୀକ୍ଷ୍ଣ ଦୃଷ୍ଟି ଦେବା ଜରୁରୀ
ଅପରାଧୀ ଏବଂ ସେମାନଙ୍କ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଦାୟିତ୍ୱ ପୋଲିସ ପ୍ରଶାସନର। ହେଲେ ଏମିତି ଲାଗୁଛି ପୋଲିସ ନିଜ ଦାୟିତ୍ୱରୁ ମୁହଁ ଫେରାଇ ନେଇଛି। ଗୁଳିମାଡ଼, ବୋମାମାଡ଼, ହତ୍ୟା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଜନସାଧାରଣ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏଥିପ୍ରତି ଏସ୍‌ପି ତୀକ୍ଷ୍ଣ ଦୃଷ୍ଟି ଦେବା ଜରୁରୀ।
-ମନୋରଞ୍ଜନ ପଟ୍ଟନାୟକ, ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri