ଚିନ୍ତା ବଢ଼ାଇଛି ଚୋରା ବନ୍ଧୁକ

ଢେଙ୍କାନାଳ ଅଫିସ, ୨୩।୬ – ଢେଙ୍କାନାଳ ଜିଲାରେ ସକ୍ରିୟ ହୋଇଉଠିଛନ୍ତି ଅପରାଧୀ ଗୋଷ୍ଠୀ। କଥା କଥାରେ ଫୁଟୁଛି ବୋମା। ହେଉଛି ଗୁଳିମାଡ଼। ଗୋଷ୍ଠୀ ସଂଘର୍ଷରେ ଗଡୁଛି ମୁଣ୍ଡ। ହେଲେ ଏତେ ପରିମାଣର ଚୋରା ବନ୍ଧୁକ, ବୋମା କେଉଁଠୁ ଆସୁଛି ଏବଂ ଏଥିରେ ବାହାର ରାଜ୍ୟର ଲିଙ୍କ୍‌ ଅଛି କି ନାହିଁ ସେ ସମ୍ପର୍କରେ ପୋଲିସ ନିକଟରେ କୌଣସି ସୂଚନା ନାହିଁ। ଜିଲାରେ ଆପରାଧିକ କାର୍ଯ୍ୟକଳାପ ବଢ଼ିଚାଲିଥିବାବେଳେ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଚୋରା ବନ୍ଧୁକକୁ ନେଇ ଏବେ ଚିନ୍ତା ବଢ଼ିଛି।
ଗତ ୧୬ ତାରିଖ ରାତିରେ କାମାକ୍ଷାନଗରର ଦୁଇ ସାହି ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ବନ୍ଧୁକ ଏବଂ ବୋମା ବ୍ୟବହାର ହୋଇଥିଲା। କେବଳ ଏହି ଘଟଣା ନୁହେଁ, ବହୁ ଚର୍ଚ୍ଚିତ ବିଜେଡି ନେତା ଯଶୋବନ୍ତ ପରିଡ଼ା ହତ୍ୟାକାଣ୍ଡରେ ଅତ୍ୟାଧୁନିକ ପିସ୍ତଲ ବ୍ୟବହାର କରାଯାଇଥିଲା। କିଛି ଦିନ ତଳେ ଗଁଦିଆ ଥାନା ଅଞ୍ଚଳର ଗ୍ରାମ୍ୟ ଜଙ୍ଗଲ ରାସ୍ତା ଜବରଦଖଲକୁ କେନ୍ଦ୍ରକରି ସେଠାରେ କୁକୁଡ଼ା ଫାର୍ମ କରିଥିବା ଜଣେ ବ୍ୟବସାୟୀ ଏବଂ ତାଙ୍କ ସମର୍ଥକ ଗୋଷ୍ଠୀ ଗ୍ରାମବାସୀଙ୍କ ଉପରକୁ ବୋମାମାଡ଼ କରିଥିଲେ। ଗ୍ରାମବାସୀ କୌଶଳକ୍ରମେ ୩ ଅଭିଯୁକ୍ତଙ୍କୁ ଧରି ପୋଲିସ ଜିମା ଦେଇଥିଲେ।
ଗତ ୭ମାସ ଭିତରେ କେବଳ କପିଳାସ ଅଭୟାରଣ୍ୟରୁ ବନ ବିଭାଗ ୬୦ରୁ ଊର୍ଦ୍ଧ୍ୱ ଦେଶୀ ବନ୍ଧୁକ ଜବତ କରିଛି। ଏସବୁ ଘଟଣାରେ ଗିରଫ ହୋଇଥିବା ଶିକାରୀମାନେ ସ୍ଥାନୀୟ ଅଞ୍ଚଳର। ତେଣୁ କପିଳାସ ଅଭୟାରଣ୍ୟ ଅଞ୍ଚଳରେ ଏକ ଚୋରା ବନ୍ଧୁକ ର଼୍ୟାକେଟ କାମ କରୁଥିବା ଅନୁମାନ କରାଯାଉଛି। ଏଥିରେ ଝାଡ଼ଖଣ୍ଡ ଏବଂ ବିହାରର ପେସାଦାର ଅପରାଧୀଙ୍କ ଲିଙ୍କ୍‌ ଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ହେଲେ ପୋଲିସ ଚୋରା ବନ୍ଧୁକ କାରବାର ଉପରୁ ପରଦା ଉଠାଇବାରେ ବିଫଳ ହୋଇଛି।
ଏହାକୁ ବାଦ୍‌ଦେଲେ ଜିଲାର ଜାତୀୟ ରାଜପଥରେ ବନ୍ଧୁକଧାରୀ ସକ୍ରିୟ ହୋଇଉଠିଛନ୍ତି। ଚୋରି, ଡକାୟତି, ଲୁଟ୍‌ ଭଳି ଘଟଣାରେ ଏଭଳି ଅପରାଧୀ ଗୋଷ୍ଠୀର ସମ୍ପୃକ୍ତି ରହୁଛି। ସେହିପରି ଢେଙ୍କାନାଳ ପୌରାଞ୍ଚଳ, ଶ୍ୟାମାଚରଣପୁର, ବୋରାପଦା ଏବଂ ଭଗବାନପୁର ସମେତ ସହରତଳି ଅଞ୍ଚଳରେ ବ୍ରାଉନ ସୁଗାର କାରବାର ବଢ଼ିବାରେ ଲାଗିଛି। ଏଥିରେ ବିଧିବଦ୍ଧ ଭାବେ ଗ୍ୟାଙ୍ଗ୍‌ କାମ କରୁଛି। ସେମାନଙ୍କୁ ଧରିବାରେ ପୋଲିସ ଓ ଅବକାରୀ ବିଭାଗ ଫେଲ୍‌ ମାରିଛି। ଲକ୍‌ଡାଉନ ଓ ଶଟ୍‌ଡାଉନ ସମୟରେ ବିଦେଶୀ ମଦ ଦୋକାନ ବନ୍ଦ ରହିଥିବା ବେଳେ ବିଭିନ୍ନ ଢାବାରେ ମାଦକ ଦ୍ରବ୍ୟର ଚୋରା କାରବାର ହେଉଛି। ପୋଲିସ ଗୋଇନ୍ଦା ବିଭାଗ ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବାରୁ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ଦିନକୁ ଦିନ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାବେଳେ ଜିଲା ପୋଲିସ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ଏସ୍‌ପି କେ. ଶିବା ସୁବ୍ରମଣି କୁହନ୍ତି, ଚୋରା ବନ୍ଧୁକ ଏବଂ ବ୍ରାଉନ୍‌ସୁଗାର କାରବାର ରୋକିବା ଦିଗରେ ପୋଲିସ ପ୍ରଶାସନ ନଜର ରଖିଛି। ଆଗକୁ କେଉଁ ଭଳି ପଦକ୍ଷେପ ନିଆଯାଇପାରିବ ସେ ନେଇ ବିଚାର କରାଯାଉଛି।

ପୋଲିସ ଦାୟିତ୍ୱ ଭୁଲିଯାଇଛି
ଢେଙ୍କାନାଳ ଜିଲାରେ ଆପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଶାନ୍ତିଭଙ୍ଗ ହେଉଛି। ପୋଲିସ ନିଜ ଦାୟିତ୍ୱ ଏବଂ କର୍ତ୍ତବ୍ୟ ଭୁଲିଯାଇଛି। ଏସ୍‌ପି ମଧ୍ୟ ଏହାକୁ ରୋକିବା ଲାଗି ଯତ୍ନବାନ ହେଉନାହାନ୍ତି। ପୋଲିସ ବିଭାଗ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଏହାକୁ ରୋକିବା ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ଜରୁରୀ।
-ନବକିଶୋର ଗୁରୁ, ଆଇନଜୀବୀ
ଜଘନ୍ୟ ମାମଲା ବଢ଼ିବାରେ ଲାଗିଛି
ଢେଙ୍କାନାଳ ଜିଲାରେ ଆଇନଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଅପହରଣ, ଗୁଳିକାଣ୍ଡ, ବୋମାମାଡ଼, ହତ୍ୟାକାଣ୍ଡ ଭଳି ଜଘନ୍ୟ ମାମଲା ବଢ଼ିଚାଲିଛି। ପୋଲିସ ନିଜ ଦାୟିତ୍ୱ ଠିକ୍‌ ଭାବେ ତୁଲାଉ ନାହିଁ। ଅପରାଧୀ ଏବଂ ସେମାନଙ୍କ ଆପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି।
-ପଙ୍କଜ ନାୟକ, ସାମାଜିକ କର୍ମୀ
ଏସ୍‌ପି ତୀକ୍ଷ୍ଣ ଦୃଷ୍ଟି ଦେବା ଜରୁରୀ
ଅପରାଧୀ ଏବଂ ସେମାନଙ୍କ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଦାୟିତ୍ୱ ପୋଲିସ ପ୍ରଶାସନର। ହେଲେ ଏମିତି ଲାଗୁଛି ପୋଲିସ ନିଜ ଦାୟିତ୍ୱରୁ ମୁହଁ ଫେରାଇ ନେଇଛି। ଗୁଳିମାଡ଼, ବୋମାମାଡ଼, ହତ୍ୟା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଜନସାଧାରଣ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏଥିପ୍ରତି ଏସ୍‌ପି ତୀକ୍ଷ୍ଣ ଦୃଷ୍ଟି ଦେବା ଜରୁରୀ।
-ମନୋରଞ୍ଜନ ପଟ୍ଟନାୟକ, ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri