ନକଲି ମହାପ୍ରସାଦକୁ ନେଇ ଚିନ୍ତା

ମହାପ୍ରଭୁଙ୍କ ଅବଢ଼ା ନାଁ ଶୁଣିଦେଲେ ମନରେ ଭରିଯାଏ ଭକ୍ତି। ଟିକେ ମହାପ୍ରସାଦ ପାଇଗଲେ ଜୀବନ ଧନ୍ୟ ହୋଇଯିବା ଭଳି ମନେ ହୁଏ। ହେଲେ ମହାପ୍ରସାଦ ବି ନକଲି ପ୍ରସ୍ତୁତ ହେବା ସହ ବିକ୍ରି ହେଉଥିବା ଅଭିଯୋଗ ଉଠିଛି। ଶ୍ରୀମନ୍ଦିରରେ ଯେପରି ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରସ୍ତୁତ ହୁଏ, ସେହିଭଳି ଅବିକଳ ପ୍ରସ୍ତୁତ କରାଯାଉଛି। ଏଭଳି କାର୍ଯ୍ୟକୁ ଭକ୍ତ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନେ ମହାପ୍ରଭୁଙ୍କୁ ଅପମାନ ବୋଲି କହିବା ସହ ଘଟଣାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ପୁରୀ,୧୭ା୬ (ଅଜିତ୍‌ ମହାନ୍ତି) ପୁରୀ ବାଶେଳିସାହି ଥାନା ଅନ୍ତର୍ଗତ ପାଇକସାହିର ଏକ ସ୍ଥାନରେ ଗୋଟିଏ ଅସ୍ଥାୟୀ ଟେଣ୍ଟରେ ଅନ୍ନ, ଡାଲି, ବେସର, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଥିବା ଶୁକ୍ରବାର ଦେଖିବାକୁ ମିଳିଛି। ଏହାକୁ ଭକ୍ତଙ୍କୁ ବିକ୍ରି ପାଇଁ ଉଦ୍ଦିଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ପରିସରରେ ପ୍ରସ୍ତୁତ ହେଉଥିବା ମହାପ୍ରସାଦ ଭଳି ଅବିକଳ କୁଡ଼ୁଆ ମାଟି ହାଣ୍ଡିରେ ମହାପ୍ରସାଦ ତିଆରି କରାଯାଉଛି। ମହାପ୍ରଭୁଙ୍କ ଅଣସର ଚାଲିଥିବାବେଳେ ଶ୍ରୀମନ୍ଦିରରେ ମହାପ୍ରସାଦ ମିଳୁ ନ ଥିବା ଭକ୍ତମାନଙ୍କୁ କୁହାଯାଉଛି। ଅନେକ ଭକ୍ତ ଏନେଇ କିଛି ଜାଣି ନ ଥିବାବେଳେ କେତେଜଣ ଏହାର ଫାଇଦା ଉଠାଉଛନ୍ତି। ସେମାନେ କେତେଜଣ ସେବାୟତଙ୍କ ସହ ମିଶି ବାହାରେ ଅନ୍ନ, ଡାଲି, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି। ଏନେଇ ସୁଆର ଓ ମହାସୁଆର ନିଯୋଗ ପକ୍ଷରୁ ସିଂହଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲେ ହେଁ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ କିଛି ଦିନ ହେବ ପାଇକସାହିଠାରେ ଉକ୍ତ ଟେଣ୍ଟରେ ବରାଦ ରଖାଯାଇ ମହାପ୍ରସାଦ ପ୍ରସ୍ତୁତ କରାଯାଇ ବାହାରକୁ ପଠାଯାଉଛି। ଏ ସମ୍ପର୍କରେ ଖବର ସଂଗ୍ରହ ପାଇଁ ଉକ୍ତ ସ୍ଥାନରେ ପହଞ୍ଚତ୍ବା କ୍ଷଣି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନେ ଉକ୍ତ ସ୍ଥାନରୁ ସମସ୍ତ ଜିନିଷ ଛାଡ଼ି ପଳାଇଥିଲେ। ସେଠାରେ ମାଟି କୁଡୁଆରେ ମହାପ୍ରସାଦ ଭଳି ଅନ୍ନ, ଡାଲି ପ୍ରସ୍ତୁତ ହୋଇ ରହିଥିବାବେଳେ ଖଟା ପାଇଁ ସପୁରି ଥୁଆ ହୋଇଥିଲା। ନଡିଆ କୋରା ହେବା ସହ ବିଭିନ୍ନ ପରିବା କଟା ହୋଇ ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ଟପ୍‌ଗୁଡ଼ିକରେ ରୋଷେଇ ପରେ କୁଡ଼ୁଆରେ ଭର୍ତ୍ତି କରାଯାଇ ମହାପ୍ରସାଦ ବା ଅବଢ଼ାର ରୂପ ଦେବା ପାଇଁ ଚେଷ୍ଟା କରାଯାଉଥିବା ଦେଖିବାକୁ ମିଳିଥିଲା। ଏନେଇ ରୋଷେୟା ବଳିଆଙ୍କୁ ପଚାରିବାରୁ ତାଙ୍କ ସାହିରେ ଜଣେ ବ୍ୟକ୍ତିଙ୍କ ଶୁଦ୍ଧି କାର୍ଯ୍ୟ ରହିଥିବାରୁ ରୋଷେଇ ହେଉଛି, ତାହା ମହାପ୍ରସାଦ ନୁହେଁ ବୋଲି ସେ କହିଛନ୍ତି। ତେବେ ଟପ୍‌ରେ ରାନ୍ଧି କୁଡିଆଗୁଡ଼ିକରେ କାହିଁକି ଭର୍ତ୍ତି କରାଯାଉଛି ବୋଲି ପଚାରିବାରୁ ବାହାରୁ ଲୋକ ଆସିବାର କାର୍ଯ୍ୟକ୍ରମ ରହିଛି, ତେଣୁ ଏପରି ଅନ୍ନ, ଡାଲିଗୁଡ଼ିକୁ କୁଡ଼ୁଆରେ ଭର୍ତ୍ତି କରିଛୁ ବୋଲି ସେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ଶୁକ୍ରବାର ଘଣାଲାଗି ଶ୍ରୀମନ୍ଦିରରେ ଅବଢା ବନ୍ଦ ଥିବାରୁ ଶୁଦ୍ଧି କାର୍ଯ୍ୟରେ ୩୦୦ଲୋକଙ୍କ ପାଇଁ ରନ୍ଧା ହୋଇଥିଲା। ୧୦ଟି ମଠ କୁଡିଆ ଅନ୍ନ, ୨୦ ହାଣ୍ଡି ଡାଲି, ବେସର ଆଦି ପ୍ରସ୍ତୁତ କରାଯାଉଛି। ଏହି ରୋଷେଇ ପାଇଁ ତାଙ୍କୁ ଶ୍ରୀମନ୍ଦିରର ଜଣେ ସେବାୟତ ଡାକିଥିଲେ। ଏହା ବିକ୍ରି କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇନାହିଁ ବୋଲି ବଳିଆ କହିଛନ୍ତି। ଅପରପକ୍ଷରେ ଜଣେ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଗୁରୁବାର ରାତିରୁ ୩୦ଜଣ ଲୋକ ରୋଷେଇ କାର୍ଯ୍ୟରେ ନିୟୋଜିତ ଥିଲେ। ଟ୍ରଲି ସାହାଯ୍ୟରେ ଅବଢା ଯାଇଥିବା ସେ ଦେଖିଛନ୍ତି। ତେବେ ଏପରି କାର୍ଯ୍ୟ ଠିକ୍‌ ନୁହେଁ। ଭକ୍ତଙ୍କ ମନକୁ ଏପରି ଘଟଣା ଆଘାତ ଦେଉଛି। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ନକଲି ମହାପ୍ରସାଦ ପ୍ରସ୍ତୁତି ଓ ବିକ୍ରିରୁ ଅସାଧୁ ବ୍ୟକ୍ତି କ୍ଷାନ୍ତ ରୁହନ୍ତୁ। ପୂର୍ବରୁ ଅନେକ ସମୟରେ ପରିଚାଳନା କମିଟି ବୈଠକରେ ବାହାରେ ଅବଢା ବିକ୍ରି ହେବାକୁ ନେଇ ବିରୋଧ କରାଯାଇଛି। ଫଳରେ ତାହା ବନ୍ଦ ରହିଥିଲା। ତେଣୁ ଏଥିପ୍ରତି ସୁଆର ମହାସୁଆର ନିଯୋଗ ଧ୍ୟାନ ଦେବା ସହ ଏପରି କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ତେବେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତିି, ନକଲି ମହାପ୍ରସାଦ ପ୍ରସ୍ତୁତ ହୋଇ ବିକ୍ରି ହେଉଥିବା ନେଇ ନିର୍ଦ୍ଦିଷ୍ଟ ଭାବରେ ଅଭିଯୋଗ ଆସିଲେ ଏହାଉପରେ ତଦନ୍ତ କରାଯିବ। ତେବେ ମହାପ୍ରସାଦ କହି କେହି ବିକୁଥିବାର ଦୃଶ୍ୟ ହୁଏ, ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri