ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର ପିଠିରେ ନିଜର ଭାବନା ଲେଖି ବିଦାୟ ଜଣାଇଥିଲେ । ଏହି ସମୟରେ ବରସ୍ପର ମଧ୍ୟରେ କିଛି ସମୟ ଭାବବିହ୍ବଳ ହୋଇ ପଡିଥିଲେ । ଏହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା । କୋରାପୁଟ ଜିଲାର ପଙ୍ଖାରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମୁଖ୍ୟ ଫାଟକ ସମୁଖରେ।
ସୂଚନା ମୁତାବକ ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହୋଇଥିବା ସିବିଏସି ଦଶମ ପରୀକ୍ଷାରେ ପଟ୍ଟାଙ୍ଗି ବ୍ଲକର ଓଡିଶା ଆଦର୍ଶ ବିଦ୍ୟାଳୟର ୪୩ ଛାତ୍ରୀଛାତ୍ର ଉକ୍ତ ପରୀକ୍ଷା କେନ୍ଦ୍ରରେ ଦୀର୍ଘ ୬ ଦିନ ଧରି ପରୀକ୍ଷା ଦେଉଥିଲେ । ଯାହାକି ମାର୍ଚ୍ଚ ୭ ଶନିବାର ଦିନ ଏହା ଅନ୍ତିମ ଦିବସ ରହିଥିବା ବେଳେ ଛାତ୍ରୀଛାତ୍ର ସମସ୍ତ ବିଷୟ ସମ୍ପର୍କରେ ପରୀକ୍ଷା ଦେଇ ଖୁସି ପ୍ରକଟ କରିଥିଲେ ।
ଏହାରି ଭିତରେ ଉକ୍ତ ସମସ୍ତ ପରୀକ୍ଷାର୍ଥୀ ବିଦ୍ୟାଳୟରେ ଗତ ୪ ବର୍ଷ ଧରି ଏକାଠି ହୋଇ ପାଠପଢି ଥିବା ସମୟରେ ବିତିଯାଇଥିବା ଖେଳକୁଦ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରମୁଖ ପ୍ରତିଯୋଗିତା ବେଳର ଦୃଶ୍ୟକୁ ମନେ ରଖି ପାଠପଢାରେ ଆଗେଇ ଚାଲିଥିଲେ।
ମାତ୍ର ଉକ୍ତ ସିବିଏସି ଦଶମ ପରୀକ୍ଷା ପାର ବିଦ୍ୟାଳୟତର ଅନ୍ତିମ ଦିନ ହୋଇଥିବାରୁ ଏହା ମନେ ରହିବ । ବର୍ତ୍ତମାନ ପରୀକ୍ଷା ପରେ ଯିଏ ଯାହା ପସନ୍ଦରେ ଉଚ୍ଚ ଶିକ୍ଷା ନିମନ୍ତେ ଚୟନ କରି ନିଜ ନିଜ ମଧ୍ୟରେ ଅଲଗା ହୋଇଯିବ ଏହିପରି କିଛି ସ୍କୃତି ସାଉଁଟି ପରୀକ୍ଷା କେନ୍ଦ୍ରର ମୁଖ୍ୟ ଫାଟକ ସମୁଖରେ ଭାବବହ୍ବଳ ହୋଇ ଉଭୟ ଉଭୟଙ୍କ ପିଠିରେ ଭାବନା ଲେଖି ନିଜ ସାଙ୍ଗମାନଙ୍କୁ ବିଦାୟ ଜଣାଇଥିଲେ ।
ଏହି ପରୀକ୍ଷା ସମୟରେ କେନ୍ଦ୍ରର ଏବଂ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ସହଯୋଗ କରିଥିବାରୁ ଛାତ୍ରୀଛାତ୍ର ସେମାନଙ୍କୁ ଧନ୍ୟବାଦ ଦେଇ ବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ଶ୍ରେଣୀ ଶିକ୍ଷୟିତ୍ରୀ ଓ ଶିକ୍ଷକ ଆମକୁ ଯେଉଁ ଭଳି ପାଠ ପଢାଉଥିଲେ ବା ବୁଝାଉଥିଲେ ଏହା ଆମ ପାଇଁ ସଦାସର୍ବଦା ଆଶୀର୍ବାଦ ହୋଇ ରହିବ ବୋଲି କହି ଭାବପ୍ରବଣ ହୋଇପଡିଥିଲେ । ଶେଷରେ ସମସ୍ତ ଛାତ୍ରୀଛାତ୍ର ପରୀକ୍ଷା କେନ୍ଦ୍ରକୁ ସବୁବେଳେ ମନେରଖିବା ପାଇଁ ଉକ୍ତ କେ