ଏବିଡିଓଙ୍କ ନାମରେ ସଙ୍ଗୀନ ଅଭିଯୋଗ: ବିବାହ ପ୍ରମାଣପତ୍ର ପାଇଁ…

ଛତ୍ରପୁର/ପୁରୁଷୋତ୍ତମପୁର,୬।୧( ଦିଲ୍ଲୀପ ସାମଲ /ସବିତା ମିଶ୍ର): ପଇସା ଦିଅ ସାର୍ଟିଫିକେଟ ନିଅ। ଏପରି ସଙ୍ଗୀନ ଅଭିଯୋଗ ଆସିଛି ଗଞ୍ଜାମ ଜିଲା ପୁରୁଷୋତ୍ତପୁର ଏବିଡିଓଙ୍କ ନାମରେ। ଏନେଇ ପୁରୁଷୋତ୍ତମପୁର ଓକିଲ ସଂଘର ବହୁ ଆଇନଜୀବୀ ମଙ୍ଗଳବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏବିଡିିଓଙ୍କୁ ତୁରନ୍ତ ବଦଳି କରିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ପୁରୁଷୋତ୍ତମପୁର ଓକିଲ ସଂଘ ।ଏହି ଅବସରରେ ଗଞ୍ଜାମ ଜିଲାପାଳଙ୍କ ଉଦେଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟିଙ୍କୁ ଭେଟି ପ୍ରଦାନ କରାଯାଇଛି । ବିବାହ ପଞ୍ଜୀକରଣ ନିମନ୍ତେ ଟଙ୍କା ନେବା ସହ ବିଭିନ୍ନ କାମ ନିମନ୍ତେ ପ୍ରଥମେ ଟଙ୍କା ମାଗୁଛନ୍ତି ଏବିଡିିଓ ।ଏହା ସହିତ ସମସ୍ତଙ୍କୁ ଦୁର୍ବ୍ୟବହାର କରୁଛନ୍ତି ବୋଲି ମଧ୍ୟ ବହୁ ଆଇନଜୀବୀ ମାନେ ଅଭିଯୋଗ କରିଛନ୍ତି।ଜେନା ପୁରୁଷୋତ୍ତମପୁର ଏବିଡିଓ ଭାବେ କିଛି ବର୍ଷ ହେଲା ଯୋଗଦେବା ପରଠାରୁ ବିବାହ ପଞ୍ଜୀକରଣ ସାର୍ଟିଫିକେଟ ଲାଗି ୧ହଜାରରୁ ୩ ହଜାର ଟଙ୍କା ମାଗୁଛନ୍ତି। ଟଙ୍କା ନ ଦେଲେ ସାର୍ଟିଫିକେଟ ଦେଉ ନାହାନ୍ତି। ଏହାସହ ଲାଞ୍ଚ ଅର୍ଥ ନ ଦେଲେ କୌଣସି କାର୍ଯ୍ୟ କରୁନାହାନ୍ତି ବୋଲି ଉକ୍ତ ଦାବିପତ୍ରରେ ଦର୍ଶାଇଛି। ସେମାନଙ୍କ ଦାବି ଯଥାଶୀଘ୍ର ପୂରଣ ନ ହେଲେ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ପୁରୁଷୋତ୍ତମପୁର ଓକିଲ ସଂଘର ସଭାପତି କୃଷ୍ଣଚନ୍ଦ୍ର ଗୌଡ଼, ସମ୍ପାଦକ ରବୀନ୍ଦ୍ର କୁମାର ସାହୁ, ଆଇନଜୀବୀ ପ୍ରଭାତ କୁମାର ପଟ୍ଟନାୟକ, ତୁଷାର କାନ୍ତ ରାଉଳ ଓ ଅଶୋକ କୁମାର ମହାଙ୍କୁଡ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ ଅଭିଯୋଗ ନେଇ ପୁରୁଷୋତ୍ତମପୁର ଏବିଡିିଓ ଜେନାଙ୍କ ସହ ଯୋଗାଯୋଗ କରିବା ବେଳେ ମୋବାଇଲ ବନ୍ଦ ରହିଥିବା ଜଣାପଡିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

ଫାଇନାଲ ପୂର୍ବରୁ ଅଚାନକ ରିଟାୟର ଘୋଷଣା କଲେ ଏହି ଖେଳାଳି, କ୍ରିକେଟ ଜଗତରେ ହଇଚଇ!

ନୂଆଦିଲ୍‌ଲୀ,୮।୩: ନ୍ୟୁଜିଲାଣ୍ଡର ଷ୍ଟାର ଫାଷ୍ଟ ବୋଲର ଲିଆ ତାହୁହୁ ODI ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ କିୱି ଦଳର ଜଣେ ସଫଳ ଫାଷ୍ଟ ବୋଲର। ୨୦୨୬ରେ…

ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତ

ଭୁବନେଶ୍ୱର,୮।୩ ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ଆସିବ ସୁଭଦ୍ରା କିସ୍ତି। ହିତାଧିକାରୀଙ୍କ ଆକାଣ୍ଟକୁ ଯିବ ଯୋଜନାର ଚତୁର୍ଥ କିସ୍ତି। ଉପକୃତ ହେବେ ରାଜ୍ୟର କୋଟିଏ ୨ ଲକ୍ଷରୁ…

ଟି-୨୦ ଫାଇନାଲ ଭାରତୀୟ ଅଧିନାୟକଙ୍କ ପାଇଁ ସତର୍କ ଘଣ୍ଟି! ସୂର୍ଯ୍ୟଙ୍କ ଶେଷ ହୋଇଯିବ…

ନୂଆଦିଲ୍‌ଲୀ,୮।୩: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଟିମ ଇଣ୍ଡିଆ ଇତିହାସ ରଚିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ଫାଇନାଲ…

ଧାମରା ରେଳପଥରେ ଅଘଟଣ: ଟ୍ରେନରେ କଟିଗଲେ ଯୁବକ

ତିହିଡି଼,୮।୩(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥରେ ତିହିଡି଼ ଥାନା ଦୋଳସାହି ପଞ୍ଚାୟତ ଅଧୀନ ଗାଜିପୁର ନିକଟରେ ଶନିବାର ରାତିରେ ଏକ ଅଘଟଣ ଘଟିଛି। ରେଳପଥରେ ଟ୍ରେନରେ କଟି…

IND VS NZ: ଫାଇନାଲ ମ୍ୟାଚ ଉପରେ ୪,୫୦୦ ପୋଲିସ କର୍ମଚାରୀଙ୍କ ସହ ନଜର ରଖିବ ୩୦୦ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ନରେନ୍ଦ୍ର ମୋଦି ଷ୍ଟାଡିୟମ…

ଦାରିଙ୍ଗବାଡିରେ ଓଡ଼ିିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ: ବଦଳିବ ଦାରିଙ୍ଗବାଡି ପର୍ଯ୍ୟଟନର ମାନଚିତ୍ର 

ଦାରିଙ୍ଗବାଡି,୮।୩(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଦିନିକିଆ ଗସ୍ତରେ ଆସିଛନ୍ତି ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ…

ଗ୍ରୋସେରି ଦୋକାନରେ ବିକ୍ରି କରୁଥିଲେ ମଦ: ମାଡ଼ିବସିଲା…

ଦେବଗଡ଼,୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ  କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗ୍ରାମରେ ରାମଚନ୍ଦ୍ର ବେହେରା (୫୮) ତାଙ୍କ ଗ୍ରୋସେରି ଦୋକାନରେ ବେଆଇନ ଭାବେ ଦେଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri