ବିଧାୟିକାଙ୍କ ସ୍ବାମୀଙ୍କ ନାମରେ ସଙ୍ଗୀନ ଅଭିଯୋଗ: ତହସିଲଦାରଙ୍କୁ…

ନର୍ଲା,୨୯।୩(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂଙ୍କୁ ଫୋନ କଲ୍ ମାଧ୍ୟମରେ ହତ୍ୟା ଧମକ ଦେଇଥିଲେ।ଘଟଣାକୁ ନେଇ ତହସିଲଦାର ଲିଖିତ ଅଭିଯୋଗ କରିଥିଲେ। ଘଟଣାକୁ ନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଛି।

ସେପଟେ ଏହି ମାମଲା ପରେ ବିଧାୟିକାଙ୍କ ଭୁବନେଶ୍ବର ବାସଭବନରେ ମଧ୍ୟ ପହଞ୍ଚିଛି ପୋଲିସ୍। ତେବେ କଳାହାଣ୍ଡି ଏସ୍‌ପି ନାଗରାଜ ଦେବର କୋଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଧାୟିକାଙ୍କ ଘରକୁ ନୋଟିସ୍ ଦେବାକୁ ଯାଇଥିଲା ପୋଲିସ। ସ୍ଥାନୀୟ ପୋଲିସ ସହାୟତାରେ କଳାହାଣ୍ଡି ପୋଲିସ ନୋଟିସ୍ ଦେବାକୁ ଯାଇଥିଲା’। ଗିରଫଦାରୀ କିମ୍ବା କୌଣସି ରେଡ୍ ପାଇଁ ଯାଇ ନ ଥିଲା ପୋଲିସ’। ତେଣୁ ବାଚସ୍ପତିଙ୍କୁ ଅବଗତ କରାଯାଇ ନ ଥିଲା ବୋଲି କହିଥିଲେ ତେବେ ଏ ମାମଲକୁ ନେଇ ମନୋରମା ମହାନ୍ତି କିମ୍ବା ସ୍ବାମୀ ଦୁର୍ଗାଙ୍କ ପ୍ରତିକ୍ରିୟା ମିଳିପାରିନି।

Dharitri – Odisha’s No.1 Odia Daily

Share