ନୂଆପଡ଼ାରୁ ଆସିଲା ବଡ଼ ଖବର: ବବିଙ୍କ ନାଁରେ ସାଂଘାତିକ …

ନୂଆପଡ଼ା,୩୧।୧୦(ମକାରୁ ବେମାଲ): ବିଜେଡି ନେତା ବବି ଦାସଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ଜନୈକ ଯୁବକ କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକି ମାଡ଼ ମାରିଥିବା ଅଭିଯୋଗ ହୋଇଛି।ଅଶ୍ଳୀଳ ଭାଷାରେ ଗାଲିଗୁଲଜ ସହ ମାଡ଼ ମାରିଥିବାଅଭିଯୋଗ। କାହିଁକି ଭାଜପାରେ ବୁଲୁଛୁ କହି ପିଟିଥିବା ଅଭିଯୋଗ ହୋଇଛି। ପୋଲିସ ଉଦ୍ଧାର କରିନଥିଲେ ଜୀବନ ପାଇ ପାରିନଥାନ୍ତି ବୋଲି ଅଭିଯୋଗକାରୀ କହିଛନ୍ତି।

Dharitri – Odisha’s No.1 Odia Daily