ଅନାସ୍ଥା ଆଣି ବିଫଳ ହେବାରୁ ମୋ’ ବିରୋଧରେ ଜିଲାପାଳଙ୍କ ନିକଟରେ ଅଭିଯୋଗ, ଅଧ୍ୟକ୍ଷ କହିଲେ ଏମିତି…

କେସିଙ୍ଗା,୧୩ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ୪ ଜଣ କାଉନସିଲର ମୋ’ ବିରୋଧରେ ଅନାସ୍ଥା ଆଣିବାରେ ଚେଷ୍ଟା କରିଥିଲେ। କିନ୍ତୁ ସେଥିରେ ବିଫଳ ହେବାରୁ ମୋ’ ବିରୋଧରେ ଏବଂ ଏନ୍‌ଏସିର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଜିଲାପାଳ ଓ ଭିଜିଲାନ୍ସରେ ଅଭିଯୋଗ କରିଛନ୍ତି। ଏ ନେଇ ଅଧ୍ୟକ୍ଷ ବୁଧବାର ଏକ ଖବରଦାତା ସମ୍ମିଳନୀ ଡାକିଥିଲେ। ଓ୍ବାର୍ଡ ନମ୍ବର ୧ରେ ଉନ୍ନୟନ କାର୍ଯ୍ୟରେ ନିମ୍ନମାନର ଓ ଦୁର୍ନୀତି ହୋଇଛି ବୋଲି ୪ ଜଣ କାଉନସିଲର ଜିଲାପାଳ ଓ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିବାର ଜଣାପଡ଼ିଛି। ବଗାଡ଼ ଗ୍ରାମରେ ୩୫ଲକ୍ଷ ୩୧ହଜାର ୪୬୭ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା କଂସେଇ ଖାନା ଓ ମାର୍କେଟ କମ୍ପ୍ଲେକ୍ସର ଶୁଭ ଉଦ୍‌ଘାଟନ ଚଳିତ ମାସ ଅଗଷ୍ଟ ୩୧ରେ ଏନ୍‌ଏସିର ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ଉଦ୍‌ଘାଟନ କରିବା ପାଇଁ ଏନ୍‌ଏସି ପକ୍ଷରୁ ନିଷ୍ପତ୍ତି ହୋଇଛି କିନ୍ତୁ ଏନ୍‌ଏସିର ୪ ଜଣ କାଉନସିଲର ଓ୍ବାର୍ଡ ନମ୍ବର ୧ର ମଞ୍ଜୁ ସାହୁ, ଓ୍ବାର୍ଡ ନମ୍ବର ୩ର ରୋହିତ ଜୈନ, ଓ୍ବାର୍ଡ ନମ୍ବର ୫ର ମଞ୍ଜୁ ମାଝୀ ଓ ଓ୍ବାର୍ଡନମ୍ବର ୧୧ର କାଉନସିଲର ରାମାକାନ୍ତ ଜେନା ଏହା ନିମ୍ନମାନର ଓ ଦୁର୍ନୀତି କାମ ହୋଇଛି ବୋଲି ଜିଲାପାଳ, ଭିଜିଲାନ୍ସ ଡିଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। କିନ୍ତୁ ଏନ୍‌ଏସିର ଉକ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଏହି ୪ ଜଣଙ୍କ ସମେତ ପାରିଷଦବର୍ଗ ମଧ୍ୟ କାଉନ୍‌ସିଲଲ ମିଟିଂରେ ମଞ୍ଜୁରୀ ପାଇଁ ଦସ୍ତଖତ କରିଛନ୍ତି। ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ନିର୍ମାଣ ହୋଇଥିବା କଂସେଇ ଖାନା ଓ କମ୍ପ୍ଲେକ୍ସ ଗୃହ ଉଦଘାଟନ ୩୧ ତାରିଖରେ ହେବା ପାଇଁ ନିଷ୍ପତ୍ତି କରାଯାଇଛି। କିନ୍ତୁ ଅଧ୍ୟକ୍ଷଙ୍କ ବିରୋଧରେ ଉକ୍ତ ୪ଜଣ କାଉନସିଲର ଅନାସ୍ଥା ଆଣି ପଦବୀରୁ ହଟାଇବା ପାଇଁ ଚେଷ୍ଟା କରିଥିଲେ। ସେଥିରେ ବିଫଳ ହେବାରୁ ଅଧ୍ୟକ୍ଷଙ୍କୁ ବଦ୍‌ନାମ କରିବାକୁ ଚେଷ୍ଟା ଲଗେଇଛନ୍ତି। ଏ ସଂକ୍ରାନ୍ତରେ କେସିଙ୍ଗା ଏନ୍‌ଏସିର ଅଧ୍ୟକ୍ଷ ନୃପରାଜ ଯାଦବଙ୍କୁ ପଚାରିବାରୁ ଏନ୍‌ଏ୍‌ସିର ୪ ଜଣ କାଉନସିଲର କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ତାହାର କୌଣସି ସତ୍ୟତା ନାହିଁ। ୨୦୨୨-୨୩ର କାମ ଯାହା ସମ୍ପୂର୍ଣ୍ଣ ହୋଇ ଆସନ୍ତା ୩୧ ଅଗଷ୍ଟ ୨୦୨୫ରେ ଉଦ୍‌ଘାଟନ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ଏମାନଙ୍କୁ କାମ ନିମ୍ନମାନର ହୋଇଥିବା ଜଣାପଡ଼ିଛି। ସତ କହିବାକୁ ଗଲେ ଏମାନେ ମୋତେ ଅନାସ୍ଥା ଆଣି ମୋ’ ପଦରୁ ହଟାଇବାକୁ ଚାହୁଁଥିଲେ, କିନ୍ତୁ ଅନ୍ୟ ସମସ୍ତ କାଉନ୍‌ସିଲର ଏପରିକି ଭାଜପାର କାଉସିଲର ମଧ୍ୟ ମୋତେ ସମର୍ଥନ କରିବାରୁ ଏମାନଙ୍କ ଚକ୍ରାନ୍ତ ବିଫଳ ହୋଇଥିଲା। ତେଣୁ କରି ଏହି ୪ ଜଣ ମୋତେ ବଦନାମ କରିବା ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ବାଧା ଦେବା ପାଇଁ ବିଭିନ୍ନ ସମୟରେ ଅପଚେଷ୍ଟା କରୁଛନ୍ତି। ସେମାନଙ୍କ ସମସ୍ତ ଅଭିଯୋଗର ଯେକୌଣସି ତଦନ୍ତର ସାମ୍ନା କରିବା ପାଇଁ ମୁଁ ପ୍ରସ୍ତୁତ ଅଛି। କାଉନସିଲରଙ୍କ ଅଭିଯୋଗ ଭିତ୍ତିହୀନ ଓ ତାହାର କୌଣସି ସତ୍ୟତା ନାହିଁ। ଚଳିତ ମାସ ୩୧ରେ ଉଦ୍‌ଘାଟନ ହେବାକୁ ଥିବା କଂସେଇଖାନା ଓ ମାର୍କେଟ କମ୍ପ୍ଲେନ୍ସକୁ ବିରୋଧ କରି ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ଏବଂ ମୁଁ ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଅଛି ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri