ପ୍ରତିଯୋଗିତା ଭଲ, ଛଳନା ନୁହେଁ: ମସ୍କ

ଓ୍ବାଶିଂଟନ୍‌,୮।୭: ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର ପ୍ରତିଦ୍ୱନ୍ଦ୍ୱୀ ଥ୍ରେଡ୍ସ ଲଞ୍ଚ ହେବାର କେଇ ଘଣ୍ଟା ମଧ୍ୟରେ ଟୁଇଟର ଓକିଲ ଆଲେକ୍ସ ସ୍ପିରୋ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ନିକଟକୁ ଚିଠି ଲେଖିଛନ୍ତି। ଏଲନ ମସ୍କଙ୍କ ଟୁଇଟରର ଟ୍ରେଡ୍‌ ସିକ୍ରେଟ୍‌କୁ ବ୍ୟବହାର କରି ଥ୍ରେଡ୍ସ ତିଆରି କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଥ୍ରେଡ୍ସ ନିର୍ମାଣକାରୀ ଇଞ୍ଜିନିୟରଙ୍କ ଟିମ୍‌ରେ ବ୍ଲୁ-ବାର୍ଡ ଆପ୍‌ର ଅନେକ ପୂର୍ବତନ ଇଞ୍ଜିନିୟର ସାମିଲ ଥିବା ଟୁଇଟର ପକ୍ଷରୁ ଦାବି କରାଯାଉଛି। ଏଥିସହ ଥ୍ରେଡ୍ସ ଆପ୍‌କୁ ନେଇ ଟୁଇଟର ମେଟା ବିରୋଧରେ ମକଦ୍ଦମା କରିବାକୁ ଧମକ ମଧ୍ୟ ଦେଇଛି। ଏ ନେଇ ମସ୍କ ଟୁଇଟରରେ ଏକ ପୋଷ୍ଟ ଶେୟାର କରିଛନ୍ତି। ପ୍ରତିଯୋଗିତା ଭଲ, ଛଳନା ନୁହେଁ ବୋଲି ଉକ୍ତ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି। ଟୁଇଟର ପୂର୍ବତନ କର୍ମଚାରୀ ଏବେବି ଏହାର ତଥ୍ୟ ଆସେସ୍‌ କରିପାରୁ ଥିବାବେଳେ ଏହାର ବ୍ୟବହାର ଦ୍ୱାରା ମେଟା ଏକ ‘କପିକ୍ୟାଟ୍‌’ ଆପ୍‌ ତିଆରି କରି ସଂଘୀୟ ଆଇନର ଉଲ୍ଲଂଘନ କରିଥିବା ଟୁଇଟର ଓକିଲ ସ୍ପିରୋ କହିଛନ୍ତି। ଟୁଇଟର ପକ୍ଷରୁ ହୋଇଥିବା ସମସ୍ତ ଅଭିଯୋଗକୁ ମେଟା ପକ୍ଷରୁ ଖଣ୍ଡନ କରାଯାଇଛି। କମ୍ପାନୀର ମୁଖପାତ୍ର ଆଣ୍ଡି ଷ୍ଟୋନ କହିଛନ୍ତି, ଥ୍ରେଡ୍ସ ଇଞ୍ଜିନିୟରିଂ ଟିମ୍‌ରେ କେହି ଟୁଇଟରର ପୂର୍ବତନ ଇଞ୍ଜିନିୟର ନାହାନ୍ତି, କି ଆପ୍‌କୁ ସେମାନେ ତିଆରି କରିନାହାନ୍ତି। ଥ୍ରେଡ୍ସ ଲଞ୍ଚ ହେବାର କେଇଘଣ୍ଟାରେ ନାମୀଦାମୀ ବ୍ୟକ୍ତି ବିଶେଷଙ୍କ ସମେତ ଲକ୍ଷ, ଲକ୍ଷ ଲୋକ ଏହା ସହ ଯୋଡ଼ି ହୋଇଛନ୍ତି। ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ଭଳି ଥ୍ରେଡ୍ସଙ୍କୁ ଲୋକେ ଗ୍ରହଣ କରିବେ ବୋଲି ଜୁକରବର୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri