ଧୋକା ଦେଉଛି କମ୍ପାନୀ: ହକ୍‌ ପାଇଁ ପୁଣି ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଶ୍ରମିକ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ସରାଫ ଏଜେନ୍ସି ପ୍ରା. ଲିଃ ଟିଟାନିୟମ କମ୍ପାନୀର ଶ୍ରମିକମାନେ ପୁଣି ସେମାନଙ୍କ ହକ୍‌ ନିମନ୍ତେ ଗଞ୍ଜାମ ଜିଲାପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି, ଜମି ଦେଲୁ, ଶ୍ରମ ଦେଲୁ, ସରାଫ ଟିଟାନିୟମ ନାମକ କମ୍ପାନୀ ଗଢ଼ିବାରେ ସମ୍ପୂର୍ଣ୍ଣ ସହଯୋଗ କଲୁ । ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ଆମକୁ ଧୋକା ଦେଇଛି, ଆମକୁ ବିଭିନ୍ନ ଆଳ ଦେଖାଇ ଅସ୍ଥାୟୀ ଛଟେଇ କରିଛ। ଆମକୁ ଆମର ଜୀବିକା ଫେରାଇ ସହ ନିୟମିତ ପାରିଶ୍ରମିକ ଦେବା ନିମନ୍ତେ ଦାବି କରିଛନ୍ତି, ଏନେଇ ଟିଟା ନିୟମ ଏମ୍ପୋଇଜ ୟୁନିୟନ ପକ୍ଷରୁ ଶ୍ରମିକମାନେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଭେଟି ସେମାନଙ୍କ ଗୁହାରି ଜଣାଇବା ସହିତ ସେମାନଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

କମ୍ପାନୀ କର୍ତ୍ତୃପକ୍ଷ ମନମୁଖୀ କାର୍ଯ୍ୟ କରୁଛି, ପ୍ରତିଶ୍ରୁତି ଦେଇ ପାଳନ କରୁନି ନିୟମ, ଜମି ଦେଇଥିବା ଶ୍ରମିକମାନଙ୍କୁ ନିଯୁକ୍ତି ନ ଦେଇ, ଲେ ଆଉଟ ସମୟରେ କମ୍ପାନୀ ଭିତରେ ୩୦ରୁ ଅଧିକା କର୍ମଚାରୀ କାମ କରୁଛନ୍ତି। ଅଥବା ଆମକୁ ଦେଉ ନାହିଁ, ଏନେଇ ଆମେ ୨୦୨୪ ନଭେମ୍ବର ୨୫ରେ ଆମ ହକ୍‌ ନିମନ୍ତେ କମ୍ପାନୀଙ୍କୁ ଜଣାଇବା ସହିତ ଆମକୁ ସମୟ ମାଗିଥିଲେ, ମାତ୍ର ସମୟ ଶେଷ ହେବାକୁ ଯାଉଛି,ଅତ୍ୟନ୍ତ କମ୍ପାନୀ ତାର ପ୍ରତିଶ୍ରୁତି ପାଳନ କରୁ ନି ବୋଲି ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ହକ ନିମନ୍ତେ ଏହି ଲଢେଇ ଜାରି ଜାରି ରହିବ, କର୍ମଚାରୀମାନଙ୍କ ସମସ୍ତ ଦାବି ପୂରଣ କରିବାକୁ ଦାବି ହୋଇଛି।

ଅନ୍ୟପଟେ ଗଞ୍ଜାମ ଜିଲାପାଳ କହିଛନ୍ତି, ଏହାର ତଦନ୍ତ ଚାଲିଛି, ନିୟମ ଅନୁସାରେ ସମସ୍ତ ସମସ୍ୟାର କେମିତି ସମାଧାନ ହେବ ତାହାର ଉପରେ କାର୍ଯ୍ୟ ଚାଲିଛି । ଏହି ଦାବିପତ୍ର ପ୍ରଦାନ ବେଳେ ଟିଟା ନିୟମ ଏମ୍ପୋଇଜ ୟୁନିୟନର ସଭାପତି ଆର. ଦଣ୍ଡପାଣି ରେଡ୍ଡୀ, ସମ୍ପାଦକ ଶଙ୍କର ବେହେରା, ଆଇନଜୀବୀ ପି. ଧର୍ମା ରେଡ୍ଡୀ ଓ ବ୍ରଜମୋହନ ଆଚାର୍ଯ୍ୟଙ୍କ ସମେତ ବହୁ ଶ୍ରମିକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଂହ ରାଶିରେ ସୂର୍ଯ୍ୟଙ୍କ ଗୋଚର, ମେଷ-ମକର ସମେତ ୫ ରାଶିର ଚମକିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଆଜି ସକାଳ ୮ଟା ୩ ମିନିଟ୍‌ରେ ନିଜ ସ୍ୱରାଶି ସିଂହରେ ପ୍ରବେଶ କରିଛନ୍ତି। ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ସୂର୍ଯ୍ୟ ସିଂହ ରାଶିରେ…

ଆମ୍ବ ବଗିଚାରୁ ମିଳିଲା ଗର୍ଭବତୀ ପ୍ରେମିକାଙ୍କ ମୃତଦେହ, ୨ ପ୍ରେମିକ ଗିରଫ

କାନପୁର,୧୭।୮: ଉତ୍ତରପ୍ରଦେଶ କାନପୁରର ଘଟମପୁରରେ ଜଣେ ଗର୍ଭବତୀ ଯୁବତୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଏକ ଆମ୍ବ ବଗିଚାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମହିଳାଙ୍କ ପରିବାର ଯୁବତୀଙ୍କ…

ତେଜୁଛି ବନ୍ୟା ରାଜନୀତି; ‘ଇନ୍ଦ୍ରଙ୍କ ସହ କଥା ହେଉଥିଲେ କି ନବୀନ’, ପଚାରିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର,୧୭ା୮: ରାଜ୍ୟର ଅନେକ ସ୍ଥାନରେ ଲଗାଣ ବର୍ଷା ସାଙ୍ଗକୁ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ସହରାଞ୍ଚଳରେ କୃତ୍ରିମ…

ବକେୟା ବିଲ୍ ପୈଠ କଲାନି ପଞ୍ଚାୟତ; ବିଦ୍ୟୁତ କାଟିଲା ବିଭାଗ, ରାଶନ ହିତାଧିକାରୀ ହନ୍ତସନ୍ତ

ମୋହନା,୧୭ା୮( ମନ୍ମଥ ମିଶ୍ର ): ବିଦ୍ୟୁତ ବକେୟା ପାଇଁ ପଞ୍ଚାୟତର ବିଦ୍ୟୁତ ସଂଯୋଗ କାଟିଲା ବିଦ୍ୟୁତ ବିଭାଗ । ଆଉ ବିଦ୍ୟୁତ ନଥିବାରୁ ଠପ୍‌ ହୋଇଗଲା ରାଶନ…

ବିପଦ ସଂକେତ ଟପିଲା ବୈତରଣୀ, ଲୋକେ ଭୟଭୀତ

ପାଟଣା,୧୭।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ରବିବାର ସାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଟଣା ମୁଖ୍ୟାଳୟ…

ହର୍ନ ବଜାଇ ଶୋଇଥିବା ଧଳା ଭାଲୁକୁ ଉଠାଇବାରୁ ଗଣିଲେ ମୋଟା ଅଙ୍କର ଜରିମାନା, ଅଭିଯୁକ୍ତ ଦୋଷ ସ୍ବୀକାର କରିବା ସହ…

ଓସ୍‌ଲୋ,୧୭ା୮: ଉତ୍ତର ମେରୁ ଠାରୁ ପ୍ରାୟ ୬୨୦ ମାଇଲ (୧,୦୦୦ କିଲୋମିଟର) ଦୂରରେ ଅବସ୍ଥିତ ନରୱେର ସୁଦୂର ଦ୍ୱୀପପୁଞ୍ଜ ‘ସ୍ବାଲବାର୍ଡ’ ଉପକୂଳରେ ଜାହାଜର ବିକଟାଳ ଫଗ୍‌ହର୍ନ ବଜାଇ…

ପ୍ରେମିକାଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି କୁଆଡେ ଗଲେ ପ୍ରେମିକ? ଲିଭ ଇନ ରିଲେଶନର କରୁଣ ଚିତ୍ର…

ହାଇଦ୍ରାବାଦ,୧୭।୮: ୧୬ ଅଗଷ୍ଟ ରାତିରେ, ହାଇଦ୍ରାବାଦର ବାଲାପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଶାହିନ ନଗରର ବିସମିଲ୍ଲାହ କଲୋନି ଅଞ୍ଚଳରେ ଜଣେ ୨୧ ବର୍ଷୀୟା ମହିଳାଙ୍କୁ ତାଙ୍କ…

ସ୍ବେରେଜ କାମବେଳେ ମିଳିଲା ୯ ମିଲିୟନ ୟୁରୋର ଗୁପ୍ତଧନ

ବ୍ରସେଲ୍ସ,୧୭।୮: ବେଲଜିୟମ୍‌ରେ ଶ୍ରମିକମାନେ ଏକ ସ୍ବେରେଜ ଲାଇନ୍‌ ଖୋଳୁଥିବା ସମୟରେ ବିପୁଳ ପରିମାଣର ସୁନା ବିସ୍କୁଟ ଏବଂ ଦୁର୍ଲଭ ମୁଦ୍ରା ପାଇଛନ୍ତି। ବ୍ରସେଲ୍ସଠାରୁ ପ୍ରାୟ ୩୦ କିଲୋମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri