ଦୟାନିଧିଗୁଡାଠାରେ ଗୋଷ୍ଠୀ ରେଡ଼ିଓ ଷ୍ଟେଶନ ରେଡ଼ିଓ ଡ଼ଙ୍ଗର ଉଦ୍‌ଘାଟିତ 

କୋରାପୁଟ,୨୭।୧(ଅମିତାଭ ବେହେରା):କୋରାପୁଟ ବ୍ଲକର ଦୟାନିଧି ଗୁଡାଠାରେ ଗୋଷ୍ଠୀ ରେଡିଓ ଷ୍ଟେଶନ “ରେଡିଓ ଡଙ୍ଗର” ୯୮.୨ ଉଦ୍‌ଘାଟିତ ହୋଇଯାଇଛି। ଜିଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରଗତିର ସମ୍ପାଦକ ପ୍ରଭାକର ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।
ଏହି ରେଡ଼ିଓ ଷ୍ଟେଶନ ଉଦ୍‌ଘାଟିତ ଦ୍ୱାରା ଏହି ଅଞ୍ଚଳର ପ୍ରାୟ ୨୦ କିମି ପରିଧିରେ ଥିବା ଗ୍ରାମର ଚାଷୀମାନେ କୃଷି ସମ୍ଭୋଧିତ ତଥ୍ୟ ଓ ଖବର ପାଇପାରିବେ ଯାହାଦ୍ୱାରା ତାଙ୍କର ଆର୍ଥିକ ଉନ୍ନତି ଘଟିବ ବୋଲି ପ୍ରଗତି ଅନୁଷ୍ଠାନର ସମ୍ପାଦକ ଅଧିକାରୀ ପ୍ରକାଶ କରିଛନ୍ତି।
ସେହିପରି ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ସିଂଦେଓ ଏଠାରେ ମାଣ୍ଡିଆ ସେବାକେନ୍ଦ୍ର, ଜୈବିକ ଗୋଷ୍ଠୀ ବିହନ ବ୍ୟାଙ୍କ ଓ ସୁଗନ୍ଧିତ ଧାନର ସ୍ବତନ୍ତ୍ର ମଣ୍ଡିର ଶୁଭାରମ୍ଭ କରିବା ସହିତ ସେଠାରେ ମହିଳା ଓ ଚାଷୀଙ୍କୁ ସମ୍ଭୋଧିତ କରିଥିଲେ। ଏହି ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲାାପାଳ ମନୋଜ ସତ୍ୟବାନ ମହାଜନ ପ୍ରମୁଖ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily