ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବସିଲା ଶାନ୍ତି କମିଟି ବୈଠକ

ସୁନ୍ଦରଗଡ଼,୧୬ା୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ରିଜେଣ୍ଟ ମାର୍କେଟରେ ଗୋମାଂସ ବିକ୍ରିକୁ କେନ୍ଦ୍ର କରି କିଛି ଲୋକ ବିରୋଧ କରିଥିଲେ । ଏହାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ସଂଘର୍ଷରେ ୪ ପୋଲିସ କର୍ମଚାରୀ ଙ୍କ ସମେତ ୧୨ ଜଣ ଆହତ ହୋଇଥିଲେ। ଏପରିକି ସ୍ଥିତି ଗମ୍ଭୀର ହେବାକୁ ଜିଲା ପ୍ରଶାସନ ପକ୍ଷରୁ ବିଏନ୍‌ଏସ୍‌ ୧୬୩ ଧାରା ଲାଗୁ କରାଯିବା ସହ କୌଣସି ପ୍ରକାର ଉତ୍ତେଜନାମୂଳକ ସନ୍ଦେଶ ପ୍ରଚାର ନ କରାଯିବା ଉଦ୍ଦେଶ୍ୟରେ ସନ୍ଧ୍ୟା ୬ଟାରୁ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି। ଏଭଳିସ୍ଥିତିରେ ଶୁକ୍ରବାର ସୁନ୍ଦରଗଡ଼ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ ହୋଇଥିଲା।

ବୈଠକରେ ପଶ୍ଚିମାଞ୍ଚଳ ଡିଆଇଜି, ଏସ୍‌ପି, ଉଭୟ ପକ୍ଷର ବ୍ୟକ୍ତି ଉପସ୍ଥିତ ରହିଥିଲେ। ବୈଠକରେ ସହରରେ କିପରି ଉତ୍ତେଜନା ହ୍ରାସ ପାଇଁ ଶାନ୍ତି ଫେରି ପାଇବ ସେନେଇ ଆଲୋଚନା କରାଯାଇଥିଲା। ଅନ୍ୟପକ୍ଷେ ସୁନ୍ଦରଗଡ଼ ସହରରେ ୧୬୩ ଲାଗୁ ସହ ଇଣ୍ଟରନେଟ ସେବା ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲିରେ ବଡ଼ ଦୁର୍ଘଟଣା: ଦୁଇ ବାଇକ ମୁହାଁମୁହିଁ ଧକ୍କା, ଶିଶୁ ସମେତ ୪ ମୃତ

ଫୁଲବାଣୀ, ୪ା୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ବାଇକ…

ପ୍ରଥମ ସେମିଫାଇନାଲରୁ ୪ ଖେଳାଳି ବାଦ୍‌, ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୪।୩: T୨୦ ବିଶ୍ୱକପ୍‌ ୨୦୨୬ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ ଜିତି…

ରାଇପଦା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ୩…..

ଜି.ଉଦୟଗିରି,୪ା୩(ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଠାରୁ କଳିଙ୍ଗା ରାଜ୍ୟ ରାଜପଥ ରାଇପଦା ଦୀର୍ଘ ବୁଲାଣି ଠାରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଛି ।…

ଜିତିବାର କିଛି ଗ୍ୟାରେଣ୍ଟି ନାହିଁ…ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ପୂର୍ବରୁ ଏମିତି କହିଲେ ଟିମ୍‌ ଇଣ୍ଡିଆ କୋଚ୍‌?

ମୁମ୍ବାଇ,୪।୩: T୨୦ ବିଶ୍ୱକପ ୨୦୨୬ର ହାଇଭୋଲଟେଜ ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଭାରତୀୟ ଦଳର ବୋଲିଂ…

କାଳ ହେଲା ହୋଲି, ନଦୀରେ ବୁଡ଼ି ଚାଲିଗଲା ବ୍ୟାଙ୍କ କର୍ମଚାରୀଙ୍କ ଜୀବନ

ଯାଜପୁରରୋଡ଼,୪ା୩(ପବିତ୍ର ରଞ୍ଜନ ମହାନ୍ତି):  ହୋଲିରେ ବଡ ଅଘଟଣ । ରଙ୍ଗ ଖେଳିସାରି ଗାଧୋଉ ଥିବାବେଳେ ନଦୀରେ ବୁଡ଼ିଯାଇ ଯୁବକଙ୍କ ମୃତ୍ୟୁ ହୋଇଛି । ଯୋକଡିଆ ଖରସ୍ରୋତା ନଦୀରେ…

୭୦ ପ୍ୟାକେଟ୍‌ ବ୍ରାଉନସୁଗାର ଜବତ: ଶୁଭମଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୪।୩(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ପୋଲିସକୁ ମିଳିଛି ଏକ ସଫଳତା l ବୁଧବାର ସକାଳେ ପାଟ୍ରୋଲିଂ ସମୟରେ ଏକ ସ୍କୁଟିକୁ ଯାଞ୍ଚ ସମୟରେ ବ୍ରାଉନସୁଗାର…

ପାକିସ୍ତାନ ଟିମ୍‌ରୁ ବିଦା ହେଲେ ବାବର ଆଜମ, ଟି-୨୦ରେ…

ଇସଲାମବାଦ,୪।୩: ୨୦୨୬ ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନ କରିଥିବା ବାବର ଆଜମଙ୍କୁ ପାକିସ୍ତାନ ଦଳରୁ ବାଦ ଦିଆଯାଇଛି। ଟୁର୍ନାମେଣ୍ଟର ଛଅଟି ମ୍ୟାଚରେ ମାତ୍ର ୯୧ ରନ କରିଥିବା…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଖୁସି ଖବର! ଭାରତକୁ ତେଲ ଦେବ ଏହି ଦେଶ

ନୂଆଦିଲ୍ଲୀ,୪।୩: ଇରାନ ହୋର୍ମୁଜ୍ ଷ୍ଟ୍ରେଟକୁ ନିଜ ନିୟନ୍ତ୍ରଣରେ ନେଇଛି, ଯାହା ଦ୍ୱାରା ଅନ୍ତର୍ଜାତୀୟ ବଜାରକୁ ତୈଳ ଯୋଗାଣ ବନ୍ଦ ହୋଇଯାଇଛି । ଏହା ଫଳରେ ଅଶୋଧିତ ତୈଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri