ବାଲୁଗାଁରେ ଗୋଷ୍ଠୀ ସଂଘର୍ଷ: ପୋଡ଼ିଦେଲେ ବାଇକ୍‌, ୫ରୁ ଊର୍ଦ୍ଧ୍ୱ ଆହତ

ଖୋର୍ଦ୍ଧା/ବାଲୁଗାଁ,୮ା୩(ପ୍ରଭାତ ପାଣିଗ୍ରାହୀ/ସଂଗ୍ରାମ ପାଇକରାୟ): ଶୁକ୍ରବାର ବିଳମ୍ବିତ ରାତ୍ରିରେ ବାଲୁଗାଁ ବଜାରସ୍ଥିତ ଦୁଇଟି ସାହି ବାସିନ୍ଦାଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ଏଥିରେ ୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ବେଳେ ଘଟଣାସ୍ଥଳରୁ ୨ଟି ଜଳିଯାଇଥିବା ବାଇକ୍‌କୁ ପୋଲିସ ଜବତ କରିଛି। ଖବର ନେବାରେ ଜଣାଯାଇଛି, ଶୁକ୍ରବାର ବିଳମ୍ବିତ ରାତିରେ ସଂଖ୍ୟା ଲଘୁ ସମ୍ପ୍ରଦାୟ ଜଣେ ବ୍ୟକ୍ତିଙ୍କ ଗୃହ ନିର୍ମାଣ ପାଇଁ ମାଟି ବୋଝେଇ ଟ୍ରାକ୍ଟର ନିକଟସ୍ଥ ଅନ୍ୟ ଏକ ସାହି ଦେଇ ଯାଉଥିଲା। ତେବେ ବାରମ୍ବାର ଗାଡ଼ି ଯାତାୟାତ ଯୋଗୁ ନିଦ୍ରାରେ ବ୍ୟାହତ ହେବା କାରଣରୁ ଉକ୍ତ ସାହିର କିଛି ବ୍ୟକ୍ତି ରାତ୍ରିରେ ମାଟି ନ ପକାଇବା ପାଇଁ ବାରଣ କରିଥିଲେ। ଖବର ପାଇ ସଂଖ୍ୟା ଲଘୁ ସାହିର କିଛି ବ୍ୟକ୍ତି ପହଞ୍ଚି ଯିବାରେ ପ୍ରଥମେ ବଚସା ଏବଂ ପରେ ସଂଘର୍ଷର ରୂପ ନେଇଥିଲା। ଉଭୟ ପକ୍ଷରୁ ପଥର ଓ ଠେଙ୍ଗାମାଡ଼ ଫଳରେ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ। ଖବର ପାଇ ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡ଼ା ଏବଂ ଏସ୍‌ଡିପିଓ ଓ ସଞ୍ଜୟ କୁମାର ପଟ୍ଟନାୟକ ସଦଳେବେଳେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ଶନିବାର ସକାଳୁ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ବେଳେ ଘଟଣାସ୍ଥଳରେ ୪ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

ଚିଠା ଭୋଟର ତାଲିକା ପ୍ରକାଶ, ବାଦ୍ ପଡିଲେ ୩୬,୩୪୨

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା…

ଶୋଇଥିବା ବେଳେ ଯୁବକଙ୍କୁ ପଥର ଛେଚି ହତ୍ୟା

କେନ୍ଦୁଝର,୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଅଞ୍ଜର ଗ୍ରାମର ଏକ ଘରୁ ପୋଲିସ ରବିବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଜବତ କରିଛି।…

ବରଗଡ଼ରେ ଉନ୍ମୋଚନ ହେଲା ଚିଠା ଭୋଟର ତାଲିକା, ଜିଲାପାଳ କହିଲେ….

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ରବିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଅନ୍ତର୍ଗତ ଚିଠା ନିର୍ବାଚନ ତାଲିକା ଆନୁଷ୍ଠାନିକ ଭାବେ…

PCBର ବଡ଼ ଘୋଷଣା, ପୁଣି ଥରେ ବାବର ଆଜମ ହେଲେ ଅଧିନାୟକ

ଇସଲାମାବାଦ,୫।୭: ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ବଡ଼ ଘୋଷଣା। ଆଗାମୀ ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଗସ୍ତ ପାଇଁ ବୋର୍ଡ ଟେଷ୍ଟ ଦଳର ଘୋଷଣା କରିଛି। ଏହା ସହିତ…

ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ମୂଳଭିତ୍ତି: ରାଜଯୋଗୀ ଡଃ ଶକ୍ତିରାଜ

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଉପସେବା କେନ୍ଦ୍ର ଆନୁକୁଲ୍ୟରେ ୩ ଦିନ ବ୍ୟାପି ଚାଲିଥିବା ‘ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ’ ପ୍ରସଙ୍ଗ ଭିତ୍ତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri