ପୁରୁଷୋତ୍ତମପୁର,୯ା୬(ସୀମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ଜଗନ୍ନାଥ ମନ୍ଦିର ପରିସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିିପିଆଇ) ପକ୍ଷରୁ ଜୋନସ୍ତରୀୟ କମିଟି ବୈଠକ ସୋମବାର ବ୍ଲକ୍ ସମ୍ପାଦକ ସତ୍ୟନାରାୟଣ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଛି। ଏଥିରେ ଛତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ଼ି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ସହ ସମ୍ପାଦକ ପ୍ରକାଶ ପାତ୍ର, ଅଖିଳ ଭାରତୀୟ ମଜଦୁର ସଂଘର ରାଜ୍ୟ ଯୁବ ସମ୍ପାଦକ ପ୍ରଦୀପ ସେଠୀ, ଏଆଇଏସ୍ଏଫ ରାଜ୍ୟ ସମ୍ପାଦକ କାମଦେବ ନାହାକ, ଅଖିଳ ଭାରତ ଉତ୍କଳ ମହିଳା ସଂଘର ସମ୍ପାଦିକା ଭାନୁମତି ରେଡ଼ି, ଅଖିଳ ଭାରତ ମଜଦୁର ସଂଘ ପୁରୁଷୋତ୍ତମପୁର ବ୍ଲକର ସମ୍ପାଦକ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦେଇ ପାର୍ଟିର ସଦସ୍ୟ ସଂଖ୍ୟାକୁ ବୃଦ୍ଧି କରାଇ ପାର୍ଟିକୁ ମଜବୁତ କରି ବିରୋଧୀ ଦଳକୁ ମୁକାବିଲା କରିବାକୁ ଆହ୍ବାନ ଦେଇଥିଲେ। ଏହାସହ ଜନସାଧାରଣଙ୍କ ନାର୍ଯ୍ୟ ଦାବିକୁ ପୂରଣ କରିବାଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା, ପୁରୁଷୋତ୍ତମପୁର ବ୍ଲକରେ ୧୦ ଜୋନରୁ ୧୫କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା।