ଓଡ଼ିଶା-ଆନ୍ଧ୍ର ସହ ତେଲଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି/କାଲିମେଳା/ ଏମ୍‌ଭି-୭୯,୨୦ା୭ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/ ଭି.କି ବାରିକ): ମାଲକାନଗିରି ଜିଲାରେ ଶୁକ୍ରବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲଘୁଚାପଜନିତ ବର୍ଷା ଲାଗିରହିଛି। ଜିଲାରେ ମୋଟ ୮୩.୮ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ମାଲକାନଗିରି ବ୍ଲକ୍‌ରେ ୬.୨ମି.ମି., ମାଥିଲି ବ୍ଲକ୍‌ ୩.୦ ମି.ମି., ଖଇରପୁଟରେ ୫.୦ ମି.ମି., ଚିତ୍ରକୋଣ୍ଡା ୬.୬ ମି.ମି., କୋରୁକୋଣ୍ଡା ୯.୦ ମି.ମି., କାଲିମେଳା ୪୦.୦ ମି.ମି. ଓ ପଡ଼ିଆ ବ୍ଲକ୍‌ରେ ୧୪.୦ ମି.ମି. ବର୍ଷା ହୋଇଛି। ଏହି ବର୍ଷା ଯୋଗୁ ଜିଲାର ପୋଟେରୁ, ଏମ୍‌ଭି-୯୦,ଏମ୍‌ଭି-୯୬, କାଙ୍ଗୁରୁକୋଣ୍ଡା, କନ୍ୟାଶ୍ରମ, ପାଙ୍ଗାମ, ତାର୍ଲାକୋଟା ପ୍ରଭୃତି ଅଞ୍ଚଳର ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। କାଙ୍ଗୁରୁକୋଣ୍ଡା ପୋଲରେ ଅତ୍ୟଧିକ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଓଡ଼ିଶା- ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଓଡ଼ିଶା- ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଗତ ସପ୍ତାହେ ତଳେ ଏମ୍‌ଭି-୯୬ ନଦୀରେ ୩ଫୁଟ ଉଚ୍ଚତାରେ ବର୍ଷାଜଳ ପ୍ରବାହିତ ହୋଇଥିବା ବେଳେ ଶୁକ୍ରବାର ଏହି ନଦୀରେ ସମପରିମାଣର ବର୍ଷାଜଳ ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ପୋଟେରୁ ନଦୀ ଉପରେ ମଧ୍ୟ ୩ ଫୁଟ ଉଚ୍ଚତାରେ ବର୍ଷାଜଳ ପ୍ରବାହିତ ହେଉଛି। ଫଳରେ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ିମୋଟର ଅଟକି ରହିଛି। ଯଦି ବର୍ଷା ରାତିତମାମ ଲାଗି ରହେ ତେବେ ଶନିବାର ସକାଳ ସୁଦ୍ଧା ଏହି ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି। ନଦୀକୂଳିଆ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ପ୍ରଶାସନ ବ୍ୟବସ୍ଥା କରିଛି। ଅଗ୍ନିଶମ ବିଭାଗ, ଓଡ୍ରାଫ୍‌ ଟିମ୍‌, ଅନ୍ୟ ସମସ୍ତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ସଜାଗ ରହିଛନ୍ତି। ସୂଚନାଯୋଗ୍ୟ, ମାଲକାନଗିରି ଜିଲାର ଏହି ନଦୀଗୁଡ଼ିକରେ ପ୍ରତିବର୍ଷ ପ୍ରବଳ ବର୍ଷା ଯୋଗୁ ନଦୀର ଜଳସ୍ତର ବୃଦ୍ଧି ପାଇ ନଦୀ ପୋଲ ଉପରେ ପ୍ରାୟ ୫ ଫୁଟରୁ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଥିବା ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ନଦୀ ଉପରେ ଥିବା ପୋଲଗୁଡିକର ଉଚ୍ଚତା ବୃଦ୍ଧି ପାଇଁ ନୂତନ ପୋଲ ନିର୍ମାଣ ଲାଗି ଟେଣ୍ଡର କରିଥିଲେ ସୁଦ୍ଧା ୩ ବର୍ଷ ବିତିଲାଣି ପୋଲଗୁଡିକ ଅଧାପନ୍ତରିଆ ଭାବେ ପଡ଼ିରହଛି। ତୁରନ୍ତ ଏହି ନିର୍ମାଣାଧୀନ ପୋଲ କାର୍ଯ୍ୟ ଶେଷ କରିବାକୁ ସାଧାରଣରେ ଦାବି ହେଉଛି।
ଲଗାଣବର୍ଷା ଯୋଗୁ କାଲିମେଳା ବ୍ଲକ୍‌ରେ ସର୍ବାଧିକ ୪୦ମି.ମି. ବର୍ଷା ରେକର୍ଡ କରାଯାଇଛି। ଅତ୍ୟଧିକ ବର୍ଷା ଯୋଗୁ ମାଲକାନଗିରିରୁ ମୋଟୁକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ପୋଲ ଉପରେ ୪ଫୁଟ ବର୍ଷାପାଣି ପ୍ରବାହିତ ହେଉଛି। ପାଣିରେ ପୋଲ ବୁଡ଼ିଯାଇଥିବା ଦେଖିବାକୁ ମିଳିଛି। ଏହି ରାସ୍ତା ଦେଇ ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ପୋଲର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଛି। ପୋଲ ପାରି ନ ହେବାକୁ କାଲିମେଳା ପୋଲିସ ଲୋକଙ୍କୁ ପରାମର୍ଶ ଦେଇଛି। ପ୍ରଶାସନ ପକ୍ଷର ପୋଲର ଉଭୟ ପାର୍ଶ୍ୱରେ ଲାଲରଙ୍ଗର ଫିତା ଟଣାଯାଇ ଯାତାୟାତକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଫଳରେ ଓଡ଼ିଶା- ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜଣାଯାଇଛି। ସେହିପରି ଏମ୍‌ଭି- ୯୬ ପୋଲ ଉପରେ ମଧ୍ୟ ୨ରୁ ୩ ଫୁଟ ବର୍ଷାଜଳ ପ୍ରଭାବିତ ହେଉଥିବାରୁ ଲୋକମାନେ ଅଟକି ରହିଥିବା ଦେଖିବାକୁ ମିଳିଛି। କାଲିମେଳାରୁ ପଡିଆକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ତଳେ ପାଣି ଚାଲିଛି। ବର୍ଷାକୁ ନଜରରେ ରଖି ପ୍ରଶାସନିକ ଅଧିକାରୀମାନେ ସଜାଗ ରହିଛନ୍ତି। ଜିଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ କାଙ୍ଗୁରୁକୋଣ୍ଡା ଗସ୍ତକରି ସ୍ଥିତି ଉପରେ ନଜର ରଖିଛନ୍ତି। ବିଡିଓ ପ୍ରଦୀପ କର ବୁଡ଼ିଯାଇଥିବା ପୋଲ ଅଞ୍ଚଳ ବୁଲି ଦେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri