ସାଇବର ଠକଙ୍କ ଜାଲରେ ସାଧାରଣ ଲୋକ

ବ୍ରହ୍ମପୁର,୨୪ା୭(ସୁବାସ ଚନ୍ଦ୍ର ପାଢ଼ୀ): ସାଇବର ଠକ ନିଜର ମାୟା ଜାଲରେ ସାଧାରଣ ଲୋକଙ୍କୁ ଫସାଇ ଠକି ଚାଲିଛନ୍ତି। ନୂଆ ନୂଆ ତରିକାରେ ପ୍ରଥମେ ଲୋକଙ୍କ ବିଶ୍ୱାସ ହାସଲ କରି ପରେ ଲୁଟୁଛନ୍ତି। ଗଞ୍ଜାମ ଜିଲା ତଥା ବ୍ରହ୍ମପୁର ସହରରେ ଏଭଳି ଏକାଧିକ ଘଟଣା ନଜରକୁ ଆସୁଛି। ଚଳିତବର୍ଷ ଜୁଲାଇ ୨୨ ତାରିଖ ସୁଦ୍ଧା ସାଇବର୍‌ ଠକ ୧୯ଟି ଠକେଇ କରି ଜନସାଧାରଣଙ୍କଠାରୁ ଏକ କୋଟିରୁ ଊଦ୍ଧର୍‌ବ ଟଙ୍କା ଲୁଟି ସାରିଲେଣି। ଯାହାକି ଏବେ ଚିନ୍ତାର ବିଷୟ ହୋଇଛି।
ବିଟ୍‌ କଏନ୍‌ ଓ କ୍ରିପ୍ଟୋ କରେନ୍ସିରେ ବିନିଯୋଗ କଲେ ଅଧିକ ଲାଭର ଲୋଭ ଦେଖାଇ ସାଇବର୍‌ ଠକ ଲକ୍ଷାଧିକ ଟଙ୍କା ଲୁଟି ସାରିଲେଣି। ବ୍ରହ୍ମପୁର ସହରରେ ଚଳିତ ମାସ ଏଭଳି ୩ଟି ବଡ଼ଧରଣର ଠକେଇ ଘଟଣା ସାମ୍ନାକୁ ଆସିଛି। ଗତ ୧୦ ତାରିଖରେ ଗାନ୍ଧୀନଗର ଅଞ୍ଚଳର ଜଣେ ମହିଳା ବିଟ କଏନ ଲୋଭରେ ପଡ଼ି ୨ଲକ୍ଷ ୭୨ହଜାର ଟଙ୍କା ହରାଇଥିଲେ। ସେହିପରି ୧୫ ତାରିଖରେ ବିଟ କଏନ ଲୋଭରେ ପଡ଼ି ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ଜଣେ ଯୁବକ ୧୧ଲକ୍ଷ ୪ହଜାର ୪୦୧ ଟଙ୍କା ହରାଇଥିଲେ। ୧୭ ତାରିଖରେ ଗୋଷାଣିନୁଆଗାଁ ଥାନା ଅନ୍ତର୍ଗତ ଗଣେଶ ନଗର ଅଞ୍ଚଳର ଜଣେ ବ୍ୟକ୍ତି ବିଦେଶୀ ବନ୍ଧୁ ପାଖରୁ ଉପହାର ପାଇବା ଲାଳସାରେ ୨ଲକ୍ଷ ୫ହଜାର ଟଙ୍କା ହରାଇଛନ୍ତି। ଗତ ଜୁନରେ ଜଣେ ଯୁବତୀ ୧୭ଲକ୍ଷ ଟଙ୍କା ହରାଇଥିବା ବେଳେ ଆଉ ଏକ ମାମଲାରେ ଅନଲାଇନ ରୋଜଗାର ଲୋଭରେ ପଡ଼ି ଜଣେ ଡାକ୍ତର ୧୭ଲକ୍ଷ ୮୨ହଜାର ଟଙ୍କା ହରାଇଥିଲେ। ସାଇବର୍‌ ଠକ ପ୍ରଥମେ ଫୋନ୍‌ କରି ଲୋକଙ୍କ ବିଶ୍ୱାସ ହାସଲ କରୁଛନ୍ତି। ନିଜକୁ ବ୍ୟାଙ୍କ ଅଧିକାରୀ, ବିଭିନ୍ନ ସଂସ୍ଥାର ଅଧିକାରୀ ପରିଚୟ ଦେଉଛନ୍ତି। ଅନଲାଇନରେ ରୋଜଗାର ସମ୍ପର୍କିତ ଅଫର୍‌ ଦେଉଛନ୍ତି। ଅଜଣା ଲିଙ୍କରେ କ୍ଲିକ୍‌ କରିବା ଓ ଏନିଡେସ୍କ୍‌ ଡାଉନ୍‌ଲୋଡ୍‌ କଲେ ମଧ୍ୟ ଟଙ୍କା କଟିଯାଉଛି। ଏ ନେଇ ପୋଲିସ ତରଫରୁ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଛି। ହେଲେ ସାଇବର୍‌ ଠକଙ୍କ ଜାଲରେ ପଡ଼ି ଲୋକେ ଟଙ୍କା ହରାଇ ଚାଲିଛନ୍ତି। ଗତ ଜାନୁୟାରୀରେ ୩ଟି ସାଇବର୍‌ ଠକେଇ ମାମଲା ରୁଜୁ ହୋଇଥିବା ବେଳେ ଗୋଟିଏ ମାମଲାରେ ସର୍ବାଧିକ ୪ଲକ୍ଷ ୮୨ହଜାର ଟଙ୍କା ଲୁଟେରା ଲୁଟି ନେଇଥିଲେ। ବିଦେଶୀ ମୁଦ୍ରା ଲୋଭରେ ପଡ଼ି ଜଣେ ମହିଳା ଏହି ଠକେଇର ଶିକାର ହୋଇଥିଲେ। ସେହିପରି ମାର୍ଚ୍ଚରେ ଏକ କୋରିଅରରେ ସାମଗ୍ରୀ ପଠାଇବା ବେଳେ ଏକ ଅଜଣା ଲିଙ୍କରେ କ୍ଲିକ୍‌ କରି ୨ଲକ୍ଷ ୬୭ହଜାର ଟଙ୍କା ଠକେଇ ହୋଇଥିଲେ। ଏପ୍ରିଲରେ ବିଟ କଏନ୍‌ରେ ବିନିଯୋଗ କରିଥିବା ମାଚ୍ୟୁରିଟି ଟଙ୍କା ଫେରସ୍ତ କରିବା ବାହାନାରେ ସାଇବର୍‌ ଠକ ଜଣଙ୍କ ଠାରୁ ୮ଲକ୍ଷ ଟଙ୍କା ଠକେଇ କରିଥିଲେ। ମେ’ରେ ମଧ୍ୟ ଦୁଇଟି ଠକେଇ ହୋଇଥିଲା। ଅନଲାଇନରେ ସାମଗ୍ରୀ ମଗାଇ ଜଣେ ବ୍ୟବସାୟୀ ୭ଲକ୍ଷ ୭୫ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ। ଛତ୍ରପୁର ଓ ବେଗୁନିଆପଡ଼ାରେ ଅନଲାଇନ୍‌ ସାମଗ୍ରୀ କ୍ରୟ ଓ ଏନଡେସ୍କ ଡାଉନଲୋଡ୍‌ କରି ଦୁଇଜଣ ଯୁବକ ପ୍ରାୟ ୧ଲକ୍ଷ ୩୦ହଜାର ଟଙ୍କା ହରାଇଥିଲେ। ସାଇବର୍‌ ଥାନା ପୋଲିସ ଏଭଳି ମାମଲାର ତଦନ୍ତ କରୁଛି। ଯେଉଁ ଆକାଉଣ୍ଟକୁ ଟଙ୍କା ଯାଇଥିଲା ତାହା ମଧ୍ୟ ଠାବ କରୁଛି। ହେଲେ ଯେଉଁ ବ୍ୟକ୍ତିଙ୍କ ନାମରେ ବ୍ୟାଙ୍କ ଖାତା ରହୁଛି ତାହା ନକଲି ବୋଲି ଜଣାପଡ଼ୁଛି। ଏ ସମ୍ପର୍କରେ ଏଏସପି ରମେଶଚନ୍ଦ୍ର ସେଠୀ କହନ୍ତି, କେତେ କ୍ଷେତ୍ରରେ ଟଙ୍କା ଫେରାଇ ଅଣାଯାଇଛି। ଟଙ୍କା କଟିବାର ୨୪ଘଣ୍ଟା ମଧ୍ୟରେ ଅଭିଯୋଗ ହେଲେ ସମ୍ପୃକ୍ତ ଆକାଉଣ୍ଟକୁ ଫ୍ରିଜ୍‌ କରି ଟଙ୍କା ଫେରସ୍ତ ହୋଇପାରୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri