ସାଇବର ଠକଙ୍କ ଜାଲରେ ସାଧାରଣ ଲୋକ

ବ୍ରହ୍ମପୁର,୨୪ା୭(ସୁବାସ ଚନ୍ଦ୍ର ପାଢ଼ୀ): ସାଇବର ଠକ ନିଜର ମାୟା ଜାଲରେ ସାଧାରଣ ଲୋକଙ୍କୁ ଫସାଇ ଠକି ଚାଲିଛନ୍ତି। ନୂଆ ନୂଆ ତରିକାରେ ପ୍ରଥମେ ଲୋକଙ୍କ ବିଶ୍ୱାସ ହାସଲ କରି ପରେ ଲୁଟୁଛନ୍ତି। ଗଞ୍ଜାମ ଜିଲା ତଥା ବ୍ରହ୍ମପୁର ସହରରେ ଏଭଳି ଏକାଧିକ ଘଟଣା ନଜରକୁ ଆସୁଛି। ଚଳିତବର୍ଷ ଜୁଲାଇ ୨୨ ତାରିଖ ସୁଦ୍ଧା ସାଇବର୍‌ ଠକ ୧୯ଟି ଠକେଇ କରି ଜନସାଧାରଣଙ୍କଠାରୁ ଏକ କୋଟିରୁ ଊଦ୍ଧର୍‌ବ ଟଙ୍କା ଲୁଟି ସାରିଲେଣି। ଯାହାକି ଏବେ ଚିନ୍ତାର ବିଷୟ ହୋଇଛି।
ବିଟ୍‌ କଏନ୍‌ ଓ କ୍ରିପ୍ଟୋ କରେନ୍ସିରେ ବିନିଯୋଗ କଲେ ଅଧିକ ଲାଭର ଲୋଭ ଦେଖାଇ ସାଇବର୍‌ ଠକ ଲକ୍ଷାଧିକ ଟଙ୍କା ଲୁଟି ସାରିଲେଣି। ବ୍ରହ୍ମପୁର ସହରରେ ଚଳିତ ମାସ ଏଭଳି ୩ଟି ବଡ଼ଧରଣର ଠକେଇ ଘଟଣା ସାମ୍ନାକୁ ଆସିଛି। ଗତ ୧୦ ତାରିଖରେ ଗାନ୍ଧୀନଗର ଅଞ୍ଚଳର ଜଣେ ମହିଳା ବିଟ କଏନ ଲୋଭରେ ପଡ଼ି ୨ଲକ୍ଷ ୭୨ହଜାର ଟଙ୍କା ହରାଇଥିଲେ। ସେହିପରି ୧୫ ତାରିଖରେ ବିଟ କଏନ ଲୋଭରେ ପଡ଼ି ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ଜଣେ ଯୁବକ ୧୧ଲକ୍ଷ ୪ହଜାର ୪୦୧ ଟଙ୍କା ହରାଇଥିଲେ। ୧୭ ତାରିଖରେ ଗୋଷାଣିନୁଆଗାଁ ଥାନା ଅନ୍ତର୍ଗତ ଗଣେଶ ନଗର ଅଞ୍ଚଳର ଜଣେ ବ୍ୟକ୍ତି ବିଦେଶୀ ବନ୍ଧୁ ପାଖରୁ ଉପହାର ପାଇବା ଲାଳସାରେ ୨ଲକ୍ଷ ୫ହଜାର ଟଙ୍କା ହରାଇଛନ୍ତି। ଗତ ଜୁନରେ ଜଣେ ଯୁବତୀ ୧୭ଲକ୍ଷ ଟଙ୍କା ହରାଇଥିବା ବେଳେ ଆଉ ଏକ ମାମଲାରେ ଅନଲାଇନ ରୋଜଗାର ଲୋଭରେ ପଡ଼ି ଜଣେ ଡାକ୍ତର ୧୭ଲକ୍ଷ ୮୨ହଜାର ଟଙ୍କା ହରାଇଥିଲେ। ସାଇବର୍‌ ଠକ ପ୍ରଥମେ ଫୋନ୍‌ କରି ଲୋକଙ୍କ ବିଶ୍ୱାସ ହାସଲ କରୁଛନ୍ତି। ନିଜକୁ ବ୍ୟାଙ୍କ ଅଧିକାରୀ, ବିଭିନ୍ନ ସଂସ୍ଥାର ଅଧିକାରୀ ପରିଚୟ ଦେଉଛନ୍ତି। ଅନଲାଇନରେ ରୋଜଗାର ସମ୍ପର୍କିତ ଅଫର୍‌ ଦେଉଛନ୍ତି। ଅଜଣା ଲିଙ୍କରେ କ୍ଲିକ୍‌ କରିବା ଓ ଏନିଡେସ୍କ୍‌ ଡାଉନ୍‌ଲୋଡ୍‌ କଲେ ମଧ୍ୟ ଟଙ୍କା କଟିଯାଉଛି। ଏ ନେଇ ପୋଲିସ ତରଫରୁ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଛି। ହେଲେ ସାଇବର୍‌ ଠକଙ୍କ ଜାଲରେ ପଡ଼ି ଲୋକେ ଟଙ୍କା ହରାଇ ଚାଲିଛନ୍ତି। ଗତ ଜାନୁୟାରୀରେ ୩ଟି ସାଇବର୍‌ ଠକେଇ ମାମଲା ରୁଜୁ ହୋଇଥିବା ବେଳେ ଗୋଟିଏ ମାମଲାରେ ସର୍ବାଧିକ ୪ଲକ୍ଷ ୮୨ହଜାର ଟଙ୍କା ଲୁଟେରା ଲୁଟି ନେଇଥିଲେ। ବିଦେଶୀ ମୁଦ୍ରା ଲୋଭରେ ପଡ଼ି ଜଣେ ମହିଳା ଏହି ଠକେଇର ଶିକାର ହୋଇଥିଲେ। ସେହିପରି ମାର୍ଚ୍ଚରେ ଏକ କୋରିଅରରେ ସାମଗ୍ରୀ ପଠାଇବା ବେଳେ ଏକ ଅଜଣା ଲିଙ୍କରେ କ୍ଲିକ୍‌ କରି ୨ଲକ୍ଷ ୬୭ହଜାର ଟଙ୍କା ଠକେଇ ହୋଇଥିଲେ। ଏପ୍ରିଲରେ ବିଟ କଏନ୍‌ରେ ବିନିଯୋଗ କରିଥିବା ମାଚ୍ୟୁରିଟି ଟଙ୍କା ଫେରସ୍ତ କରିବା ବାହାନାରେ ସାଇବର୍‌ ଠକ ଜଣଙ୍କ ଠାରୁ ୮ଲକ୍ଷ ଟଙ୍କା ଠକେଇ କରିଥିଲେ। ମେ’ରେ ମଧ୍ୟ ଦୁଇଟି ଠକେଇ ହୋଇଥିଲା। ଅନଲାଇନରେ ସାମଗ୍ରୀ ମଗାଇ ଜଣେ ବ୍ୟବସାୟୀ ୭ଲକ୍ଷ ୭୫ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ। ଛତ୍ରପୁର ଓ ବେଗୁନିଆପଡ଼ାରେ ଅନଲାଇନ୍‌ ସାମଗ୍ରୀ କ୍ରୟ ଓ ଏନଡେସ୍କ ଡାଉନଲୋଡ୍‌ କରି ଦୁଇଜଣ ଯୁବକ ପ୍ରାୟ ୧ଲକ୍ଷ ୩୦ହଜାର ଟଙ୍କା ହରାଇଥିଲେ। ସାଇବର୍‌ ଥାନା ପୋଲିସ ଏଭଳି ମାମଲାର ତଦନ୍ତ କରୁଛି। ଯେଉଁ ଆକାଉଣ୍ଟକୁ ଟଙ୍କା ଯାଇଥିଲା ତାହା ମଧ୍ୟ ଠାବ କରୁଛି। ହେଲେ ଯେଉଁ ବ୍ୟକ୍ତିଙ୍କ ନାମରେ ବ୍ୟାଙ୍କ ଖାତା ରହୁଛି ତାହା ନକଲି ବୋଲି ଜଣାପଡ଼ୁଛି। ଏ ସମ୍ପର୍କରେ ଏଏସପି ରମେଶଚନ୍ଦ୍ର ସେଠୀ କହନ୍ତି, କେତେ କ୍ଷେତ୍ରରେ ଟଙ୍କା ଫେରାଇ ଅଣାଯାଇଛି। ଟଙ୍କା କଟିବାର ୨୪ଘଣ୍ଟା ମଧ୍ୟରେ ଅଭିଯୋଗ ହେଲେ ସମ୍ପୃକ୍ତ ଆକାଉଣ୍ଟକୁ ଫ୍ରିଜ୍‌ କରି ଟଙ୍କା ଫେରସ୍ତ ହୋଇପାରୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri