ମାଆଙ୍କ ଭସାଣି ଲାଗି ଗାଇଡଲାଇନ ଜାରି

ଭୁବନେଶ୍ୱର,୨୪।୧୦(ସତ୍ୟଜିତ ରାଉତ) ମହାମାୟାଙ୍କ ଆଜି (ମଙ୍ଗଳବାର) ବିଜୟାଦଶମୀ। ଏହି ଅବସରରେ ରାଜ୍ୟର କୋଣ ଅନୁକୋଣରେ ମାଆଙ୍କର ଧୁମଧାମରେ ପୂଜାର୍ଚ୍ଚନା ଚାଲିଛି। ଆସନ୍ତାକାଲି (ବୁଧବାର) ମା’ ମେଳାଣି ନେବାମୁ ଯାଉଛନ୍ତି। ଏଥି ପାଇଁ ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଅରୀମ୍ଭ ହୋଇଛି। ଶାନ୍ତି ଶୃଙ୍ଖଳାର ସହିତ ଭସାଣି ଶେଷ କରିବାକୁ ଭୁବନେଶ୍ବର କମିସନରେଟ ପୁଲିସ ଗାଇଡଲାଇନ ଜାରି କରିଛି।

କମିସନରେଟ ପୁଲିସ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ବୁଧବାର ଅପରାହ୍ନ ୩ଟାରୁ ଭସାଣି ଆରମ୍ଭ ହେବ। ଏଥିଲାଗି ଭସାଣି ଶେଷ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ ହେବ। ସହିଦ ନଗର ଭସାଣି ବେଳେ ଯାନବାହାନ ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ଯାତାୟତ କରିବେ। ସେହିପରି ଜନପଥ ରାସ୍ତାରେ ଯାନବାହନ ଚଳାଚଳ ମନା ହୋଇଛି। ଏହି ରାସ୍ତାରେ ଯିବାକୁ ଥିବା ଗାଡି ସଚିବାଳୟ ମାର୍ଗ ଦେଇ ଯିବେ। ନିୟମ ଉଲ୍ଲଂଘନ କଲେ ୫ ଶହରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି।