କମିଲା କମର୍ସିଆଲ ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୨।୧: ବର୍ଷ ଆରମ୍ଭରୁ କମର୍ସିଆଲ ଗ୍ୟାସ୍‌ ବ୍ୟବହାରକାରୀଙ୍କୁ ଖୁସି ଖବର ମିଳିଛି। କମର୍ସିଆଲ ଗ୍ୟାସ୍‌ (୧୯କେ.ଜି) ଦରରେ ୧୬ ଟଙ୍କା ହ୍ରାସ ହୋଇଥିବାବେଳେ ଘରୋଇ ଗ୍ୟାସ୍‌ (୧୪.୨କି.ଗ୍ରା.)ର ଦର ପୂର୍ବପରି ସ୍ଥିର ରହିଛି।
ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଗ୍ୟାସ୍‌ ବିପଣନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଚଳିତ ମାସର ନୂତନ ଦରସୂଚୀ (ନୂଆ ଦର) ବୁଧବାରଠାରୁ ଲାଗୁ କରାଯାଇଛି। ଏପରିକି ନୂତନ ଦର ସୂଚୀ ଅନୁଯାୟୀ ଭୁବନେଶ୍ୱର ସହରରେ କମର୍ସିଆଲ ଗ୍ୟାସ୍‌ (୧୯କେ.ଜି.) ଦର ୧୬ ଟଙ୍କା କମି ୧୯୫୦.୫୦ ଟଙ୍କାରେ ପହଞ୍ଚତ୍ଛି। ଏହା ପୂର୍ବରୁ (ଡିସେମ୍ବର) କମର୍ସିଆଲ ଗ୍ୟାସ୍‌ (୧୯କେ.ଜି.) ଦର ୧୯୬୬.୫୦ ଟଙ୍କା ଥିଲାବେଳେ ଘରୋଇ ଗ୍ୟାସ୍‌ (୧୪.୨ କେ.ଜି) ଦର ପୂର୍ବ ପରି ୮୨୯ ଟଙ୍କାରେ କାରବାର ହେଉଛି।
ସେହିଭଳି ନୂଆଦିଲ୍ଲୀରେ କମର୍ସିଆଲ ଗ୍ୟାସ୍‌ (୧୯କେ.ଜି.) ଦର ୧୪.୫୦ ଟଙ୍କା ହ୍ରାସ ପାଇ ୧୮୦୪ ଟଙ୍କା ହୋଇଥିଲାବେଳେ ଘରୋଇ ଗ୍ୟାସ୍‌ (୧୪.୨କିଗ୍ରା) ଦର ୮୦୩ ଟଙ୍କାରେ ରହିଛି।
ଅପରପକ୍ଷରେ କୋଲାକାତା, ଚେନ୍ନାଇ ଏବଂ ମୁମ୍ବାଇ ଭଳି ଦେଶର ପ୍ରମୁଖ ମହାନଗର ଅଞ୍ଚଳରେ କମର୍ସିଆଲ ଗ୍ୟାସ୍‌ (୧୯କେଜି) ଦର ଯଥାକ୍ରମେ ୧୯୧୧ ଟଙ୍କା, ୧୭୫୬ ଟଙ୍କା ଏବଂ ୧୯୬୬ ଟଙ୍କାରେ କାରାବାର ହେଉଥିଲାବେଳେ ଉପରୋକ୍ତ ମହାନଗରଗୁଡିକରେ ଘରୋଇ ଗ୍ୟାସ୍‌ ଦର ଯଥାକ୍ରମେ ୮୨୯ ଟଙ୍କା, ୮୧୮.୫୦ ଟଙ୍କା ଏବଂ ୮୦୨.୫୦ ଟଙ୍କାରେ ବିକ୍ରି ହେଉଛି।
ସେହିପରି ବିମାନ ଇନ୍ଧନ ଦର ପ୍ରତି କିଲୋଲିଟର ପିଛା ନୂଆଦିଲ୍ଲୀରେ ପ୍ରାୟ ୧୪୦୧ ହ୍ରାସ ଘଟି ୯୦,୪୫୫.୪୭ ଟଙ୍କା ଥିଲାବେଳେ କୋଲାକାତା, ମୁମ୍ବାଇ ଏବଂ ଚେନ୍ନାଇ ଭଳି ପ୍ରମୁଖ ମହାନଗରରେ ବିମାନ ଇନ୍ଧନ ଦର ପ୍ରତି କିଲୋଲିଟର ପିଛା ଯଥାକ୍ରମେ ୯୩,୭୫୨.୩୫ ଟଙ୍କା, ୮୪,୬୬୧.୦୨ଟଙ୍କା ଏବଂ ୯୩,୫୫୭.୧୦ ଟଙ୍କାରେ କାରବାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?