ବଢ଼ିଲା କମର୍ସିଆଲ ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୨।୯ (ଅଭୟ ଦାଶ): କ୍ରମାଗତ ଦ୍ୱିତୀୟ ମାସ ଲାଗି କମର୍ସିଆଲ ଗ୍ୟାସ୍‌ (୧୯କି.ଗ୍ରା.) ଦରରେ ବୃଦ୍ଧି ଘଟିଥିବାବେଳେ ଘରୋଇ ଗ୍ୟାସ୍‌ (୧୪.୨କି.ଗ୍ରା.) ଦର ପୂର୍ବପରି ସ୍ଥିର ରହିଛି। ଏପରିକି ୨୦୨୪ ସେପ୍ଟେମ୍ବରରେ ଭୁବନେଶ୍ୱରର କମର୍ସିଆଲ ଗ୍ୟାସ (୧୯କି.ଗ୍ରା.) ଦର ୩୮ ଟଙ୍କା ବଢ଼ିଥିଲାବେଳେ ନୂଆଦିଲ୍ଲୀରେ ମଧ୍ୟ ସମାନ ଗ୍ୟାସ ଦର ୩୯ ଟଙ୍କା ବୃଦ୍ଧି ପାଇଛି। ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଗ୍ୟାସ୍‌ ବିପଣନକାରୀକମ୍ପାନୀଗୁଡ଼ିକ ପକ୍ଷରୁ ଚଳିତ ମାସର ନୂତନ ଦରସୂଚୀ (ନୂଆ ଦର) ରବିବାରଠାରୁ ଲାଗୁ ହୋଇଛି। ଏହି ସୂଚୀ ଅନୁଯାୟୀ ଭୁବନେଶ୍ୱରରେ କମର୍ସିଆଲ ଗ୍ୟାସ (୧୯କି.ଗ୍ରା.) ଦର ୩୮ ଟଙ୍କା ବଢ଼ି ୧୮୪୧ ଟଙ୍କାରେ ପହଞ୍ଚତ୍ଛି। ଏହା ପୂର୍ବରୁ (ଗତ ମାସ) କମର୍ସିଆଲ ଗ୍ୟାସ (୧୯କି.ଗ୍ରା.) ଦର ୧୮୦୩ ଟଙ୍କା ଥିଲାବେଳେ ଘରୋଇ ଗ୍ୟାସ (୧୪.୨କି.ଗ୍ରା.) ଦର ପୂର୍ବ ପରି ୮୨୯ ଟଙ୍କାରେ କାରବାର ହେଉଛି। ସେହିଭଳି ନୂଆଦିଲ୍ଲୀରେ କମର୍ସିଆଲ ଗ୍ୟାସ (୧୯କି.ଗ୍ରା.) ଦର ୩୯ ଟଙ୍କା ବୃଦ୍ଧି ପାଇ ୧୬୯୧.୫୦ ଟଙ୍କା ହୋଇଥିଲାବେଳେ ଘରୋଇ ଗ୍ୟାସ (୧୪.୨କି.ଗ୍ରା.) ଦର ୮୦୩ ଟଙ୍କାରେ ରହିଛି। ସେହିପରି କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇ ଭଳି ପ୍ରମୁଖ ସହରରେ କମର୍ସିଆଲ ଗ୍ୟାସ ଦର ଯଥାକ୍ରମେ ୧୮୦୨.୫୦ ଟଙ୍କା, ୧୬୪୪ ଟଙ୍କା ଏବଂ ୧୮୫୫ ଟଙ୍କାରେ କାରବାର ହେଉଥିଲାବେଳେ ଉପରୋକ୍ତ ସହରଗୁଡିକରେ ଘରୋଇ ଗ୍ୟାସ ଦର ଯଥାକ୍ରମେ ୮୨୯ ଟଙ୍କା, ୮୦୨.୫୦ ଟଙ୍କା ଏବଂ ୮୧୮.୫୦ଟଙ୍କାରେ କାରବାର ହେଉଛି। ଅପରପକ୍ଷରେ ୫ କେଜି ସିଲିଣ୍ଡର ଦର ୩୦୯.୫୦ ଟଙ୍କା ଥିଲାବେଳେ ୪୭.୫ କେଜି ସିଲିଣ୍ଡର ମୂଲ୍ୟ ୪୬୦୦ଟଙ୍କାରେ ପହଞ୍ଚତ୍ଛି। ଏପରିକି ବିମାନ ଇନ୍ଧନ ଦର ପ୍ରତି କିଲୋଲିଟର ପିଛା ନୂଆଦିଲ୍ଲୀରେ ୯୩,୪୮୦.୨୨ ଟଙ୍କା ଥିଲାବେଳେ କୋଲାକାତା, ମୁମ୍ବାଇ ଏବଂ ଚେନ୍ନାଇ ଭଳି ପ୍ରମୁଖ ସହରରେ ବିମାନ ଇନ୍ଧନ ଦର ପ୍ରତି କିଲୋଲିଟର ପିଛା ଯଥାକ୍ରମେ ୯୬,୨୯୮.୪୪ ଟଙ୍କା, ୮୭,୪୩୨.୭୮ ଟଙ୍କା ଏବଂ ୯୭,୦୬୪.୩୨ ଟଙ୍କାରେ କାରବାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri