ଭୁବନେଶ୍ବର, ୨୫।୧୨: କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ ଭିଡିଓ କରି ସହାୟତା ମାଗିଛନ୍ତି । ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ କିଏ ହତ୍ୟା ଦେଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ପଚାଶ ଲକ୍ଷ ଟଙ୍କା ଦିଅ ନହେଲେ ସୋସିଆଲ ମିଡିଆରେ ବଦନାମ କରିବାକୁ ଧମକ ଦେଇଥିବା ଗୁଲୁଆ ଭିଡିଓରେ କହିଛନ୍ତି ।
ସେ ଭିଡିଓରେ ଅଭିଯୋଗ କରି କହିଛନ୍ତି ଯେ, ମୋତେ ହତ୍ୟା ଧମକ ମିଳୁଛି ହେଲେ ମୁଁ ଏନେଇ ଅଭିଯୋଗ କରିବାକୁ ଥାନାକୁ ପହଞ୍ଚି ପାରୁ ନାହିଁ । ଗୁଲୁଆ କହିଛନ୍ତି ଯେ ମୋତେ ଓ ମୋର ଟିମକୁ ତିନି ଥର ଧମକ ମିଳିନାଣି । କାରଣ ମୋତେ ଯିଏ ଧମକ ଦେଉଛି ତାଙ୍କର ଥାନାରେ ହାତ ରହିଛି । ତେଣୁ ମୁଁ ମୋର ଜାଗା ଛାଡି ବାହାରେ ରହୁଛି । ଏଠାରୁ ଭିଡିଓ କରି ମୁଁ ସୁରକ୍ଷା ପାଇଁ ପ୍ରଶାସନକୁ ଅନୁରୋଧ କରୁଥିବା ନେଇ କହିଛନ୍ତି ଗୁଲୁଆ । ଆଜି କୋର୍ଟ ବନ୍ଦ ରହିବା କାରଣରୁ ମୁଁ କୌଣସି ଲିଗାଲ ଆକ୍ସନ ନେଇପାରୁ ନାହିଁ ।
ମୋ ଭିଡିଓକୁ ହାଲକା ଭାବେ ନିଅନ୍ତୁ ନାହିଁ, ହୁଏତ କାଲି ସକାଳ ମୁଁ ନଦେଖି ପାରେ । ମୋ କଥାକୁ ଗୁରୁତ୍ୱ ନିଅନ୍ତୁ । ଗୁଲୁଆ ତାଙ୍କ ଭିଡିଓରେ ବର୍ତ୍ତମାନ ସୁଦ୍ଧା କାହାକୁ ଦୋଷ ଦେଇନାହାନ୍ତି । ତାଙ୍କ ସ୍ତ୍ରୀଙ୍କ ସହିତ ସମ୍ପର୍କ ଭଲନଥିବା ବେଳେ ଚର୍ଚ୍ଚା ବଢ଼ିବାରେ ଲାଗିଛି ।