ଚୋରି କରିବାକୁ ଆସି ବୃଦ୍ଧାଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୨୨ା୧(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି କରଣ ସାହିରେ ରବିବାର ରାତିରେ ଘରେ ଏକାକୀ ଥିବା ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ସେ ହେଲେ ସରୋଜିନୀ ପଟ୍ଟନାୟକ(୭୦)। ଶରୀରରେ କ୍ଷତ ଚିହ୍ନ ଥିବା ଓ ଘର ସାରା ଲଙ୍କାଗୁଣ୍ଡ ପଡିଥିବାରୁ କୌଣସି ଦୁର୍ବୃତ୍ତ ଚୋରି କରିବାକୁ ଆସି ସରୋଜିନୀଙ୍କୁ ହତ୍ୟା କରିଥିବା ଜଣାପଡିଛି। ପୋଲିସ ସୋମବାର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଚଳାଇଛି।
ପ୍ରକାଶ ଯେ, ସରୋଜିନୀଙ୍କ ୨ ପୁଅ ଓ ଦୁଇ ଝିଅ ଅଛନ୍ତି। ଦୁଇ ପୁଅଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦ ଏବଂ ଅନ୍ୟ ଜଣେ ଆମେରିକାରେ ରହୁଛନ୍ତି। ଦୁଇ ଝିଅ ବିବାହିତା। ସରୋଜିନୀ ଘରେ ଏକା ରହୁଥିଲେ। ସବୁଦିନ ସେ ଭୋର ୪ଟାରେ ଉଠି ପୂଜାପାଠ କରିବା ସହ ମନ୍ଦିରକୁ ଯାଇଥାନ୍ତି। ସୋମବାର ସକାଳେ ତାଙ୍କୁ ସାହିଲୋକେ ନ ଦେଖି ସନ୍ଦେହରେ ଘର କବାଟ ବାଡ଼େଇଥିଲେ। ବହୁ ସମୟ ପର୍ଯ୍ୟନ୍ତ କୌଣସି ଉତ୍ତର ନ ମିଳିବାରୁ କବାଟ ଭାଙ୍ଗି ଭିତରକୁ ଯିବାରେ ଖଟରେ ମୃତଦେହ ପଡିଥିବା ଦେଖାଯାଇଥିଲା। ସାହିଲୋକେ ଏ ନେଇ ପାରଳାଖେମୁଣ୍ଡି ପୋଲିସକୁ ଖବର ଦେଇଥିଲେ। ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସାଇଣ୍ଟିଫିକ ଟିମ ସହ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘରସାରା ଲଙ୍କାଗୁଣ୍ଡ ପଡିଥିବା, ସରୋଜିନୀଙ୍କ ଶରୀରରେ କ୍ଷତ ହୋଇଥିବା ଓ ଆଲମିରା ଖୋଲା ଥିବାରୁ କେହି ଚୋରି କରିବାକୁ ଆସି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଏ ନେଇ ୨୦/୨୪ରେ ଏକ ମାମଲା ରୁଜୁ କରାଯାଇଛି। ସରୋଜିନୀଙ୍କ ସାନ ଝିଅ ଆସି ଘରେ ପହଞ୍ଚିଥିବା ବେଳେ ବାହାରେ ରହୁଥିବା ପୁଅ ଝିଅଙ୍କୁ ପୋଲିସ ଖବର କରିଛି । ସେମାନେ ମଙ୍ଗଳବାର ସୁଦ୍ଧା ପହଞ୍ଚିବା ପରେ ଘରୁ କ’ଣ ସବୁ ଚୋରି ହୋଇଛି ତାହା ସ୍ପଷ୍ଟ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri