ରଙ୍ଗ ଖେଳ: ହୋଲିର ମଜା ନେବା ପାଇଁ କ’ଣ ସବୁ କରିବାକୁ ହେବ

ଗୋଟିଏ ପଟେ ବସନ୍ତର ପରଶ ତ ଅନ୍ୟପଟେ ରଙ୍ଗର ପସରା। ସେଥିପାଇଁ ତ ହୋଲି ଖେଳର ମଜା ନିଆରା। ରଙ୍ଗର ଏଇ ଖେଳରେ ଥାଏ ଭଲପାଇବାର ଭାବ ଆଉ ପରକୁ ଆପଣା କରିବାର ସୁଯୋଗ। ହେଲେ କରୋନା ପାଇଁ ଏଥର ବି ସର୍ବସାଧାରଣରେ ଖେଳର ମଜା ନେବାରେ ଲାଗିଛି କିଛିଟା କଟକଣା। ତେଣୁ ସୁରକ୍ଷାର ସହ ହୋଲିର ମଜା ନେବା ପାଇଁ କ’ଣସବୁ କରିବାକୁ ହେବ, ସେନେଇ ଆଗୁଆ ପ୍ରସ୍ତୁତିରେ ବ୍ୟସ୍ତ ରହିଥା’ନ୍ତି ଗୃହିଣୀ…

ପରଆପଣାର ଭାବକୁ ଦୂରେଇ ସମସ୍ତଙ୍କୁ ଏକାଠି କରିବାର ଏକ ସୁଯୋଗ ଆଣିଥାଏ ହୋଲି। ତେଣୁ ସମ୍ପର୍କର ସେତୁକୁ ମଜଭୁତ କରିବା ପାଇଁ ହୋଲିରେ ରଙ୍ଗ ଖେଳର ଯଥେଷ୍ଟ ଗୁରୁତ୍ୱ ରହିଛି। ସେଥିପାଇଁ ତ ପିଲାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ରହିଥା’ନ୍ତି। କିନ୍ତୁ ସମସ୍ତଙ୍କ ପାଇଁ ପ୍ରସ୍ତୁତି କରିବା ଦାୟିତ୍ୱ ଥାଏ ଗୃହିଣୀମାନଙ୍କର। କିଏ କେମିତି ପୋଷାକ ପିନ୍ଧିବେ, କ’ଣ ଖାଇବେ ଆଉ ରଙ୍ଗ ଲାଗି ଯେପରି ଆଖି, ତ୍ୱଚା କିମ୍ବା କେଶ ଖରାପ ନ ହୁଏ, ସେଥିପାଇଁ ମଧ୍ୟ ସତର୍କ ରହିବାକୁ ହୋଇଥାଏ।
ତ୍ୱଚାର ସୁରକ୍ଷା ପାଇଁ: ହୋଲିରେ ରଙ୍ଗ ଲାଗି ଯେପରି ତ୍ୱଚା ଖରାପ ନ ହେବ, ସେଥିପାଇଁ ସବୁଠୁ ଅଧିକ ସତର୍କତା ଆବଶ୍ୟକ। ତେଣୁ ଏ ଦୃଷ୍ଟିରୁ ପ୍ରସ୍ତୁତି କରିବା ପରେ ହିଁ ହୋଲି ଖେଳିବାକୁ ଯାଆନ୍ତୁ। ହୋଲିରେ କେବଳ ଅର୍ଗାନିକ୍‌ ବା ପ୍ରାକୃତିକ ରଙ୍ଗ ବ୍ୟବହାର କରନ୍ତୁ। ଏବେ ବଜାରରେ ତଥା ଅନ୍‌ଲାଇନ୍‌ରେ ମଧ୍ୟ ଅର୍ଗାନିକ୍‌ କଲର ମିଳୁଛି। ଏହି ରଙ୍ଗ ବ୍ୟବହାର କଲେ ତ୍ୱଚା ନଷ୍ଟ ହୋଇ ନ ଥାଏ। ଏହା ବ୍ୟତୀତ ତ୍ୱଚାକୁ ସୁରକ୍ଷା ଦେବା ପାଇଁ ଶରୀରକୁ ଅଧିକ ଢାଙ୍କି ରଖୁଥିବା ଭଳି ପୋଷାକ ପିନ୍ଧନ୍ତୁ। ହାତ ତଥା ଗୋଡ଼ ନଖରେ ନେଲପଲିସ୍‌ ଲଗାଇ ଦିଅନ୍ତୁ। ଏହାଫଳରେ ନଖରେ ରଙ୍ଗର ଦାଗ ରହିବ ନାହିଁ। ଯଥାସମ୍ଭବ ଲାଲ୍‌ କିମ୍ବା ପିଙ୍କ୍‌ କଲରରେ ହୋଲି ଖେଳିବା ପାଇଁ ଚେଷ୍ଟା କରନ୍ତୁ। କାରଣ ସ୍କିନ୍‌ରେ ଏହି ରଙ୍ଗର ଦାଗ ବେଶି ସମୟ ରହି ନ ଥାଏ। ତା’ଛଡା ସ୍କିନ୍‌ର ସୁରକ୍ଷା ପାଇଁ ରଙ୍ଗ ଖେଳିବା ପୂର୍ବରୁ ଭଲଭାବେ ସବୁଆଡ଼େ ଲୋଶନ୍‌ କିମ୍ବା ତେଲ ଲଗାନ୍ତୁ।
ରଙ୍ଗ ପୂର୍ବରୁ କେଶ: ରଙ୍ଗ ଖେଳିବା ପୂର୍ବରୁ କେଶରେ ଭଲଭାବେ ନଡ଼ିଆ ତେଲ ଲଗାଇ ଦିଅନ୍ତୁ। ଏହା ବ୍ୟତୀତ ହୋଲି ଖେଳର କିଛି ଦିନ ପୂର୍ବରୁ ହେୟାର କଲର ମଧ୍ୟ ଲଗାଇ ଦିଅନ୍ତୁ। ଏପରି କରିବା ଫଳରେ କେଶରେ ରଙ୍ଗର କୌଣସି ପ୍ରଭାବ ରହି ନ ଥାଏ। ଆଖିରେ ରଙ୍ଗ ନ ଲାଗିବା ପାଇଁ ରଙ୍ଗ ଖେଳ ସମୟରେ ସନ୍‌ ଗ୍ଲାସ ବ୍ୟବହାର କରନ୍ତୁ ଏବଂ ରଙ୍ଗ ପକାଇବା ସମୟରେ ଆଖି ବନ୍ଦ କରି ଦିଅନ୍ତୁ।
ସତର୍କ ରୁହନ୍ତୁ ଗର୍ଭବତୀ: ହୋଲିରେ ଛୋଟ ପିଲା ଓ ବୟସ୍କଙ୍କ ବ୍ୟତୀତ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଅନେକ ରଙ୍ଗ ଲଗାଇ ମଜା ମସ୍ତି କରିବା ସହ ନାଚଗୀତ ବି କରନ୍ତି। କିନ୍ତୁ ଗୀତ ବାଜିବା ସମୟରେ ଅଧିକ ଉତ୍ସାହିତ ହୋଇ ହୋଲିରେ ଗର୍ଭବତୀ ମହିଳା ଆଦୌ ନାଚନ୍ତୁ ନାହିଁ। ଏମିତିକି ସେଭଳି ସ୍ଥାନକୁ ଯିବା ମଧ୍ୟ ଉଚିତ ନୁହେଁ। କେବଳ ଶୁଖିଲା ଅବିର ବା ପ୍ରାକୃତିକ ରଙ୍ଗରେ ଖେଳନ୍ତୁ। ପାଣି ରଙ୍ଗରେ ଖେଳନ୍ତୁ ନାହିଁ।
ସମ୍ପର୍କ ଖରାପ ନ ହେଉ: ହୋଲିରେ କିଛି ଲୋକ ରଙ୍ଗ ଖେଳିବା ପାଇଁ ପସନ୍ଦ କରି ନ ଥା’ନ୍ତି। ତେଣୁ ସେମାନଙ୍କୁ ବାଧ୍ୟ କରି ଆଣି ରଙ୍ଗ ଲଗାନ୍ତୁ ନାହିଁ। ଏପରି କରିବା ଫଳରେ ହୁଏତ ତାଙ୍କ ସହିତ ଆପଣଙ୍କ ସମ୍ପର୍କ ନଷ୍ଟ ହୋଇପାରେ। ତେଣୁ ଇଚ୍ଛୁକ ବନ୍ଧୁ କିମ୍ବା ପରିବାରର ସଦସ୍ୟଙ୍କ ସହିତ ହୋଲି ଖେଳନ୍ତୁ। ଏହା ବ୍ୟତୀତ ସେପରି ଖରାପ ରଙ୍ଗ କିମ୍ବା ମାଟି, ଅଣ୍ଡା ଆଦିରେ ହୋଲି ଖେଳନ୍ତୁ ନାହିଁ, ଯାହା କୌଣସି ପ୍ରକାରର କ୍ଷତି କରିବ। ଏହା ବ୍ୟତୀତ ଘରେ କୌଣସି ବୟସ୍କ କିମ୍ବା ଅସୁସ୍ଥ ବ୍ୟକ୍ତି ଥିଲେ ସେମାନଙ୍କୁ ରଙ୍ଗ ଖେଳରେ ସାମିଲ କରନ୍ତୁ ନାହିଁ।
ହୋଲିରେ ଘରସଫା: ଘରକୁ ସଫାସୁତରା ରଖିବା ଗୃହିଣୀମାନଙ୍କର ଏକ ସ୍ବତନ୍ତ୍ର କଳା। ତେବେ ହୋଲି ସମୟରେ ତ ଘରେ ରଙ୍ଗ ପଡ଼ିବ ନିଶ୍ଚୟ। ତା’ଛଡ଼ା କରୋନା ପାଇଁ ବାହାରେ ହୋଲି ଖେଳିବାରେ କଟକଣା ଥିବାରୁ ଘରେ ହିଁ ହୋଲି ଖେଳ ଆୟୋଜନ କରିବାକୁ ହେବ। ତେଣୁ ଖେଳ ସରିବା ପରେ ଘରକୁ ସଫା କରିବା ନିହାତି ଜରୁରୀ। କେଉଁଠି ହୋଲିର ଦାଗ ଲାଗିବ ଏବଂ କିପରି ସଫା କରିବାକୁ ହେବ, ସେନେଇ ଆଗୁଆ ପ୍ରସ୍ତୁତ ରହିବା ଉଚିତ। ଘରେ ଚଟାଣ ଉପରେ ଯଦି ଶୁଖିଲା ରଙ୍ଗ ପଡ଼ିଥାଏ, ତେବେ ସେଥିରେ ପାଣି ନ ପକାଇ ପ୍ରଥମେ ଓଳାଇ ସଫା କରିଦିଅନ୍ତୁ। ତା’ପରେ ଘରକୁ ପୋଛି ପାରିବେ। ଯଦି ଗଦି କିମ୍ବା ତକିଆ ଓ ବେଡ୍‌ଶିଟ୍‌, ପରଦା ଆଦିରେ ଯଦି ଭୁଲ୍‌ରେ ପିଲାମାନେ ରଙ୍ଗ ଲଗାଇ ଦେଇଥା’ନ୍ତି, ତେବେ ସେହି ରଙ୍ଗକୁ ଝାଡ଼ିଦିଅନ୍ତୁ। ଯଦି ପାଣି ରଙ୍ଗ ଲାଗିଥାଏ, ତେବେ ସଫା କରିବା ପାଇଁ ଡିଟରଜେଣ୍ଟ ପାଣିରେ କିଛି ଭିନେଗାର ପକାଇ ଭିଜାଇ ଦିଅନ୍ତୁ। ଯଦି କବାଟ ଝରକା ଆଦିରେ ରଙ୍ଗ ଲାଗିଥାଏ, ତେବେ ଶୁଖିଲା କପଡ଼ାରେ ପୋଛି ଦିଅନ୍ତୁ।

ଖିଆପିଆର ମଜା: ହୋଲିରେ ରଙ୍ଗ ଖେଳ ସରିବା ପରେ ଖିଆପିଆର ବି ସ୍ବତନ୍ତ୍ରତା ରହିଥାଏ। ତେଣୁ ଏଥିପାଇଁ ଆଗୁଆ ପ୍ରସ୍ତୁତି କରିବା ଉଚିତ। ରଙ୍ଗ ଖେଳ ଆରମ୍ଭ କରିବା ପୂର୍ବରୁ ରୋଷେଇ କାମ ଶେଷ କରିଦେବା ଉଚିତ। ଯଦି ହୋଲି ପାଇଁ କିଛି ସ୍ବତନ୍ତ୍ର ପିଠା କିମ୍ବା ମିଠା ତିଆରି କରିବା ପାଇଁ ପ୍ଲାନ୍‌ କରିଥା’ନ୍ତି, ତେବେ ପୂର୍ବଦିନ ରାତିରୁ ହିଁ କରି ରଖିଦିଅନ୍ତୁ।

-ପିଲାମାନଙ୍କୁ ରଙ୍ଗ ଖେଳ ପୂର୍ବରୁ ଖାଇବାକୁ ଦେବା ସହିତ ହୋଲି ପାଇଁ ସ୍ବତନ୍ତ୍ର ପୋଷାକ ଓ ମୁଣ୍ଡରେ କ୍ୟାପ୍‌ ପିନ୍ଧାନ୍ତୁ, ଯେଉଁଥିରେ ରଙ୍ଗ ଲାଗିଲେ ଖରାପ ହେବ ନାହିଁ।

-ହୋଲି ରଙ୍ଗକୁ ସଫା କରିବା ପରେ ମଶ୍ଚରାଇଜର ନିଶ୍ଚୟ ଲଗାନ୍ତୁ।
-ରଙ୍ଗ ସଫା କରିବା ପାଇଁ ସ୍କିନ୍‌କୁ ଜୋରରେ ଘଷନ୍ତୁ ନାହିଁ।

କ’ଣ କୁହନ୍ତି ଏମାନେ
କଳ୍ପନା ବେହେରା (ଗୃହିଣୀ, ଯାଜପୁର)
ଏହି ଦିନକୁ ତ ମୁଁ ସବୁବର୍ଷ ଅପେକ୍ଷା କରିଥାଏ। କେବେ ହୋଲି ଆସିବ ଆଉ ଆମେ ସମସ୍ତେ ରଙ୍ଗରେ ରଙ୍ଗେଇ ହେବୁ। ବେଶି ଗହଳି ସ୍ଥାନକୁ ନ ଯାଇ ମୁଁ କେବଳ ମୋ ପରିବାର ଲୋକଙ୍କ ସହ ଖେଳିଥାଏ। କେବଳ ଫଗୁରେ ହୋଲି ଖେଳେ, ଆଉ ମୁଣ୍ଡଫଟା ରଙ୍ଗଠାରୁ ନିଜକୁ ଦୂରେଇ ରଖେ। ରଙ୍ଗ ଯେପରି ଆଖି, ପାଟି, କାନ କି ନାକରେ ନ ପଶେ, ସେଥିପାଇଁ ମଧ୍ୟ ମୁଁ ବହୁ ସତର୍କ ଥାଏ।
ସରଳା ବେହେରା (ଅଧ୍ୟାପିକା, ସଂସ୍କୃତ ବିଭାଗ, ନୀଳମାଧବ ମହାବିଦ୍ୟାଳୟ, କଣ୍ଟିଲୋ, ନୟାଗଡ଼)
ହୋଲି ଖେଳ ତ ମୋ ପାଇଁ ସବୁବେଳେ ନିଆରା। ବାହାରେ ଅନ୍ୟ ଲୋକଙ୍କ ସହ ନ ଖେଳି କେବଳ ପରିବାର ସଦସ୍ୟଙ୍କ ସହ ଖେଳି ରଙ୍ଗର ମଜା ନିଏ। କେମିକାଲ୍ସ ରଙ୍ଗଠାରୁ ବି ନିଜକୁ ଦୂରେଇ ହର୍‌ବାଲ ରଙ୍ଗକୁ ପ୍ରାଧାନ୍ୟ ଦେଇଥାଏ। ବେଳେବେଳେ ମୁଁ ଘରେ ପ୍ରାକୃତିକ ରଙ୍ଗ ବି ତିଆରି କରେ ଓ ସେଥିରେ ଖେଳୁ। ଶରୀରର ଅଧିକାଂଶ ଅଂଶକୁ ମୁଁ ଘୋଡ଼ାଇ ରଖିଥାଏ। ଏହି ସମୟରେ ବହୁ ପାଣି ବି ପିଇଥାଏ। ଘରେ ସନ୍ଧ୍ୟାରେ ଭୋଜିଭାତର ଆସର ବି ଜମେ।
ଅର୍ଚ୍ଚନା (ଗୃହିଣୀ, ଭଦ୍ରକ) ହୋଲି ତ ଆମେ ସବୁବର୍ଷ ଖେଳୁ, ହେଲେ ଖେଳିଲା ବେଳେ ମୁଁ ଛୋଟ ପିଲାଙ୍କ ପ୍ରତି ବେଶି ସଚେତନତା ଅବଲମ୍ବନ କରେ; ଯେମିତି ସେମାନଙ୍କ ଦେହରେ କିଛି ବି ରଙ୍ଗ ନ ପଡ଼େ। ଖାଲି ସେତିକି ନୁହେଁ, ଜୀବଜନ୍ତୁଙ୍କ ପ୍ରତି ମଧ୍ୟ ମୁଁ ସଜାଗ ଥାଏ। ଏହି ସମୟରେ ମୁଁ ମୋ ଧଳା ନାଲି ରଙ୍ଗ ଥିବା ପୁରୁଣା ଶାଢ଼ି ପିନ୍ଧିଥାଏ। ହୋଲି ଖେଳ ସମୟରେ ବାରମ୍ବାର ନ ଗାଧୋଇ ଖେଳ ଶେଷ ହେବାର କିଛି ସମୟ ପରେ ଗାଧାଏ। ଆଖିକୁ ରଙ୍ଗଠାରୁ ରକ୍ଷା କରିବା ପାଇଁ ସନ୍‌ଗ୍ଲାସ ବି ପିନ୍ଧିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri