ଛାତ୍ରଙ୍କୁ ଧକ୍କାଦେଲା ହାଇଓ୍ବା: ଗୋଟିଏ ନୁହେଁ  ଚାଚିଚାରିଟି ହାଇଓ୍ବା ଜାଳିଲେ ଗ୍ରାମବାସୀ, ଦୃଶ୍ୟ ଉତ୍ତୋଳନ କରୁଥିବା  ଗଣମାଧ୍ୟମ ପ୍ରତିନିଧିଙ୍କୁ…..

ଧର୍ମଶାଳା,୨।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜେନାପୁର ଥାନା କୁରିକଣା ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି।  ହାଇୱା ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ଗ୍ରାମବାସୀ ଏକାଠି ହୋଇ ୪ଟି  ହାଇୱା ପୋଡି ଦେଇଥିବା ବେଳେ ଏହି ଦୃଶ୍ୟ ଉତ୍ତୋଳନ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଉଦ୍ୟମ କରିବା ସହ ମୋବାଇଲ ଛଡ଼ାଇ ନେଇଥିବା ସୂଚନା ମିଳିଛି ।
ସକାଳୁ ଶତ୍ରୁଘ୍ନ ନାୟକଙ୍କ ପୁଅ ସଞ୍ଜୀବ ଏକ ବାଇକରେ କଲେଜ ଯାଉଥିବା ବେଳେ କୁରିକଣା ନିକଟରେ  ପଛରୁ ଆସୁଥିବା ଏକ ହାଇୱା ସଞ୍ଜୀବଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ସଞ୍ଜୀବଙ୍କ ମୃତ୍ୟୁ ଘଟିଛି। ପରେ ଦୁଇ ଶହରୁ ଅଧିକ ଗ୍ରାବାସୀ ଏକାଠି ହୋଇ ଗାଡି ପୋଡିବା ସହ ଏକ ପ୍ରକାର ଆତଙ୍କରାଜ ଚଳାଇଛନ୍ତି। ପୋଲିସ ଉପସ୍ଥିତିରେ ଏପରି ଘଟଣା ଘଟିଛି।
Dharitri – Odisha’s No.1 Odia Daily

Share